ସୁପ୍ତ ଅବସ୍ଥାରେ ରହି ଚନ୍ଦ୍ରପୃଷ୍ଠର ଟିକନିକ ଡାଟା ରଖୁଛି ରୋଭର ପ୍ରଜ୍ଞାନ ! ୧୪ ଦିନ ପରେ ପୁଣି ଥରେ ଚନ୍ଦ୍ରରେ ଘୁରିବ ପ୍ରଜ୍ଞାନ !

୧୪ ଦିନ ପରେ ଚନ୍ଦ୍ରରେ ଘୁରିବ ପ୍ରଜ୍ଞାନ ! ସୂଚନା ଅନୁସାରେ ଚନ୍ଦ୍ରପୃଷ୍ଠକୁ ଯାଇଥିବା ରୋଭର ପ୍ରଜ୍ଞାନ ବର୍ତ୍ତମାନ ସକ୍ରିୟ ଅବସ୍ଥାରେ ନାହିଁ ବୋଲି ବୈଜ୍ଞାନିକ ମାନେ ସୂଚନା ଦେଇଛନ୍ତି । ତେବେ ପ୍ରଜ୍ଞାନ ବର୍ତ୍ତମାନ ଶୟନ ଅବସ୍ଥାରେ ଅଛି ସତ । ହେଲେ ଶୋଇ ଶୋଇ ମଧ୍ୟ ପ୍ରଜ୍ଞାନ ସବୁ କିଛି ଜାଣି ପାରୁଛି । କାରଣ ପୁଣି ଥରେ ଉଠିବ ରୋଭର ପ୍ରଜ୍ଞାନ । ଆଊ ପୁଣି ଥରେ ଦେଖାଇବ ନିଜର କମାଲ । ନିକଟ ପୂର୍ବ ଦିନ ଅର୍ଥାତ ଯେବେଠାରୁ ଚନ୍ଦ୍ରରେ ଚନ୍ଦ୍ରଯାନ ସଫଳ ଭାବରେ ଅବତରଣ କରିଛି ।

ସେବେଠାରୁ ନେଇ ଅନେକ କିଛି ଚନ୍ଦ୍ରରେ ଥିବା ତଥ୍ୟକୁ ଇସ୍ରୋର ବୈଜ୍ଞାନିକଙ୍କ ନିକଟରେ ପହଞ୍ଚାଇବାରେ ବଡ ଭୂମିକା ନେଇଛି ପ୍ରଜ୍ଞାନ ଓ ବିକ୍ରମ । ହେଲେ ଚନ୍ଦ୍ରରେ ବର୍ତ୍ତମାନ ଅନ୍ଧାକାର ପରିବେଶ ହେଉ ରୋଭର ପ୍ରଜ୍ଞାନ ଅକାମରୀ ହୋଇଯାଇଛି । ହେଲେ ପ୍ରଜ୍ଞାନ ସଂପୂର୍ଣ୍ଣ ଭାବରେ ମରିଯାଇନାହିଁ । ସେ ଏହି ଅନ୍ଧକାର ପରିବେଶରୁ ବାହାରି ନିଜକୁ ଏକ ସୁରକ୍ଷିତ ସ୍ଥାନରେ ସୁପ୍ତ ଅବସ୍ଥାରେ ରଖିଛି । ଆଊ ବର୍ତ୍ତମାନ ଅପେକ୍ଷା ନିଜକୁ ୧୪ ଦିନ ପରେ ଆହୁରି ଅଧିକ ଶକ୍ତିଶାଳୀ କରି ଆସିବ ବୋଲି ମଧ୍ୟ ପ୍ରସୃତ ହେଉଛି ।

ଯାହା ଦ୍ଵାରା ତା’ ମାଧ୍ୟମରୁ ଇସ୍ରୋର ବୈଜ୍ଞାନିକ ମାନେ କିଛି ମଧ୍ୟ ଖବର ପାଇପାରୁନାହାନ୍ତି । ହେଲେ ଖୁବ ଶୀଘ୍ର ପୁଣି ଶୟନ ଅବସ୍ଥାରୁ ଜାଗ୍ରତ ଅବସ୍ଥାକୁ ଫେରି ଆସିବ ପ୍ରଜ୍ଞାନ । ପୁଣି ଥରେ ଚନ୍ଦ୍ର ସହ ଜଡିତ ଅନେକ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଖୋଜି ଖୋଜି ଇସ୍ରୋ ସେଣ୍ଟରକୁ ପହଞ୍ଚାଇବ ବୋଲି ବୈଜ୍ଞାନିକ ମାନେ ଆଶା ବାନ୍ଧି ରହିଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ସୂର୍ଯ୍ୟଙ୍କ ଶକ୍ତିରେ ଶକ୍ତିମାନ ହେବ ରୋଭର ପ୍ରଜ୍ଞାନ ।

ହେଲେ ଆଜି ଠାରୁ ଚନ୍ଦ୍ରରେ ରାତି ହୋଇ ସେପ୍ଟେମ୍ବର ୨୨ ରେ ଯାଇ ଚନ୍ଦ୍ରପୃଷ୍ଠ ସୂର୍ଯ୍ୟର ଆଲୋକରେ ଆଲୋକିତ ହେବ ବୋଲି ବୈଜ୍ଞାନିକ ମାନେ ଦର୍ଶାଇଛନ୍ତି । ପରେ ପରେ ଚନ୍ଦ୍ରରେ ଆସନ୍ତା ସୂର୍ଯ୍ୟ ଉଦୟ ପରେ ପୁନଶ୍ଚ ରୋଭର ପ୍ରଜ୍ଞାନ ଓ ଲ୍ୟାଣ୍ଡର ବିକ୍ରମ କାମ କରିବ ବୋଲି ବୈଜ୍ଞାନିକ ମାନେ ଦୃଢ ଆଶା ବାନ୍ଧି ରଖିଛନ୍ତି । ତେବେ ଏହିଭଳି ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ