୧୨ ତାରିଖ ପର୍ଯ୍ୟନ୍ତ ପୁଣି କାଳବୈଶାଖୀ ବର୍ଷା, ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି

ଓଡିଶାରେ ପୁଣି ଥରେ ମୌସୁମୀର ପ୍ରଭାବ ଦେଖିବାକୁ ମିଳିବ । କହିବାକୁ ବର୍ତ୍ତମାନ ହିଁ ଓଡିଶାର ପାଣିପାଗ ବିଭାଗ ତରଫରୁ ଏକ ବଡ ଖବର ସାମ୍ନାକୁ ଆସୁଛି କି ଆଜି ଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ କାଳବୈଶାଖର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଅଛି । କେବଳ ବର୍ଷା ନୁହେଁ ଏହା ସହିତ ବିଜୁଳ ମାରିବ, ଘଡି ଘଡି ବି ମାରି ପାରେ । ଏମିତିରେ ପାଣିପାଗ ତରଫରୁ କେତେକ ଜିଲ୍ଲାକୁ ସତରକ ସୂଚନା ଜାରି କରା ଯାଇଛି ।

ଆସନ୍ତୁ ଜାଣିବା ସେହି ସମସ୍ତ ଜିଲ୍ଲା ବିଷୟରେ ଯେଉଁ ସବୁ ସ୍ଥାନାରେ ଆସନ୍ତା କିଛି ଦିନ ବର୍ଷା ହେବାର ସମ୍ଭାବନା ଅଛି । ବର୍ତ୍ତମାନର ଖବର ଅନୁସାରେ ଆଜି ୮ ସେପ୍ଟେମ୍ବର ଗୁରୁବାର ଠାରୁ ନେଇ ଆସନ୍ତା ୧୨ ସେପ୍ଟେମ୍ବର ପର୍ଯ୍ୟନ୍ତ ଆମ ଓଡିଶାର ଅଧିକାଂଶ ଅଞ୍ଚଳରେ କାଳ ବୈଶାଖ କାରଣରୁ ବର୍ଷା ହେବାର ସମ୍ଭାବନା ଅଛି ।

ବର୍ଷା ସହିତ ପ୍ରବଳ ମାତ୍ରାରେ ପବନ ବହିବା ସହିତ ବଜ୍ରପାତର ହେବାର ବି ଆଶଙ୍କା କରାଯାଉଛି । ଏମିତିରେ ଆସନ୍ତା ୨୪ ଘଣ୍ଟା ପାଇଁ ୧୨ରୁ ୧୩ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ସେହି ସମସ୍ତ ଜିଲ୍ଲା ଗୁଡିକ ହେଲା ରାୟଗଡା, ନୂଆପଡା, ବଳବଲାଙ୍ଗୀର, ଢେଙ୍କାନାଳ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ।

ଏହି ସମସ୍ତ ଜିଲ୍ଲାପାଳଙ୍କୁ ଆସନ୍ତା କିଛି ସମୟ ପାଇଁ ସତର୍କ ରହିବା ପାଇଁ କୁହାଯାଇଛି । ଏହି ସବୁ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହୋଇପାରେ । କିନ୍ତୁ ଅନ୍ୟ କେତେକ ସ୍ଥାନରେ ଅଳ୍ପ ବର୍ଷା ହୋଇପାରେ । ୯ ସେପ୍ଟେମ୍ବର ଦିନ ସୁନ୍ଦରଗଢ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଦା ଜିଲ୍ଲା ଗୁଡିକରେ ବି କାଳବୈଶାଖ କାରଣରୁ ବର୍ଷା ହୋଇପାରେ ।

ଅନ୍ୟ କେତେକ ସ୍ଥାନାରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ଅଛି । ଏହିଭଳି ୧୨ ତାରିଖ ଓଡିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । କିନ୍ତୁ ଅନ୍ୟ କେତେକ ଜିଲ୍ଲା ଅଛି ଯେଉଁଠି ୮ ତାରିଖ ଠାରୁ ନେଇ ୧୨ ତାରିଖ ପର୍ଯ୍ୟନ୍ତ ସବୁଦିନ ବର୍ଷା ହୋଇପାରେ । ସେହି ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଢ, ବାଲେଶ୍ଵର, ଭଦ୍ରକ, କନ୍ଧମାଳ, ଢେଙ୍କାନାଳ ଜିଲ୍ଲା ଗୁଡିକରେ ବର୍ଷା ହେବାର ସମ୍ଭାବନା ଅଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।