ଓଡିଶା ସଙ୍ଗେ ଘଷି ହୋଇ ଯିବ ବାତ୍ୟା ! ବାତ୍ୟାର ଗତିପଥ ସ୍ପଷ୍ଟ କଲେ IMD ମୁଖ୍ୟ Mrutyunjay Mahapatra, ଏଇଠି କରିବ ଲ୍ୟାଣ୍ଡଫଲ୍ !

ବାତ୍ୟା ଆସିବ ହେଲେ ଓଡିଶା ସହ ଖାଲି ଘଷି ହୋଇ ପଳାଇବ । ବାତ୍ୟା ଓଡିଶା ସହ ସିଧାସଳଖ ଘଷି ହେବନି । ୨୨ ତାରିଖରେ ଅବପାତ ଆଉ ୨୪ରେ ହେବ ବାତ୍ୟା । ବାତ୍ୟା ଓଡିଶା ପାଖାପାଖି ଦେଇ ଯିବ, ବିଶେଷ କିଛି କ୍ଷତି କରିବ ନାହିଁ । ହେଲେ ରାଜ୍ୟରେ ବର୍ଷା ହୋଇପାରେ । ବର୍ତ୍ତମାନ ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ବାତ୍ୟା ଓଡିଶା ଉପକୂଳ ଛୁଇଁବା ସମ୍ଭାବନା କମ୍ ବୋଲି ସୂଚନା ଦେଇଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ହେଲେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନାକୁ ଏଡାଇ ଦିଆ ଯାଇ ନପାରେ । ସମୁଦ୍ରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୨ ତାରିଖରେ ଅବପାତର ରୂପ ନେବ ଏବଂ ୨୩ ରେ ଗଭୀର ଅବପାତର ରୂପ ନେଇ ୨୪ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବ । ବାତ୍ୟାରେ ପରିଣତ ହେବା ପରେ ଏହା ଦିଗ ପରିବର୍ତ୍ତନ କରିବ । ବାତ୍ୟା ଦିଗ ପରିବର୍ତ୍ତନ କରି ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି ।

ବାତ୍ୟା ଓଡିଶା ଦେଇ ଗତି କରି ପରେ ପଶ୍ଚିମବଙ୍ଗ ଓ ବାଂଲାଦେଶକୁ ମୁହାଁ ହେବ । ୨୫ ତାରିଖ ସୁଦ୍ଧା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ଯାଇଆ ପହଞ୍ଚିବ ବାତ୍ୟା । ତେଣୁ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପରେ ବାତ୍ୟାର ସର୍ବାଧିକ ପ୍ରଭାବ ଦ୍ଦେଖିବାକୁ ମିଳିବ । ହେଲେ ଏହି ବାତ୍ୟାର ତୀବ୍ରତା କେତେ ରହିବ ତାହା ଏବେ ପର୍ଯ୍ୟନ୍ତ ଆକଳନ କରା ଯାଇନାହିଁ । ବାତ୍ୟା ପ୍ରଭାବରେ ଓଡିଶାରେ ଆନତା ୨୪ ଏବଂ ୨୫ ତାରିଖରେ ବର୍ଷା ହେବା ସହ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ବାତ୍ୟା ପ୍ରଭାବରେ ୨୩ ତାରିଖରୁ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ଏବଂ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ୪୦-୫୦ କିମି ବେଗରେ ପବନ ବୋହିବ । ବାତ୍ୟା ଓଡିଶା ଉପରେ ସିଧା ମାଡ ହେଉ ନଥିବାରୁ ପବନ ଏବଂ ବର୍ଷା ବେଶୀ ହେବ ନାହିଁ ବୋଲି କହିଛନ୍ତି ଆଇଏମଡ଼ି ଡ଼ିଜି । ତଥାପି ଓଡିଶାର ଜିଲ୍ଲାପାଳ ମାନଙ୍କୁ ଏନେଇ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂପୁର, କେନ୍ଦ୍ରପଡା, ଭଦ୍ରକ ଓ ବାଲେସର ଆଦି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ଅଧିକ ସତର୍କ ରହିବା ପାଇଁ କୁହାଯାଇଛି ।

ବାତ୍ୟାର ନାଁ “ସିତ୍ରାଙ୍ଗ” ରହିବ ବୋଲି ଜଣାପଡିଛି । ଏହାର ପ୍ରଭାବ ଓ ଗତିପଥ ଏବେବି ସଂପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇ ନଥିବା ବେଳେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିବଳୟକୁ ନେଇ ଅନେକ ଆଶଙ୍କା ରହିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।