ବେରୋଜଗାରୀଙ୍କ ପାଇଁ ଖୁସି ଖବର, 10 ଲକ୍ଷ ବେରୋଜଗାରୀଙ୍କୁ ଚାକିରି ଦେବେ ମୋଦି ସରକାର, ଏନେଇ PM Modi କଲେ ବଡ ଘୋଷଣା

ବେରୋଜଗାରଙ୍କୁ ଚାକିରି ମିଳିବା ନେଇ ଆସିଲା ବଡଖବର । ବେରୋଜଗାରିଆଙ୍କୁ ଏଥର ଚାକିରି ଦେବେ ମୋଦି ସରକାର । ଆଜ୍ଞା ହଁ, ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ଵ ବେରୋଜଗାରଙ୍କୁ ମୋଦି ସରକାର ନିଯୁକ୍ତି ଦେବାକୁ ଯାଉଛନ୍ତି । ଆଉ ଏଥିପାଇଁ ମେଗା ରୋଜଗାର ମେଳାର ଶୁଭାରମ୍ଭ କରିବାକୁ ଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ଅକ୍ଟୋବର ୨୨ ତାରିଖ ଦିନ ୧୨ଟା ସମୟରେ ଭିଡିଓ କନ୍ଫରେସିଂ ମାଧ୍ୟମରେ ଏହି ନିଯୁକ୍ତି ମେଲାର ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।

ଏହି ମେଗା ରୋଜଗାର ମେଳା ଅବସରରେ ୭୫ ହଜାର ନୂତନ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ଏମାନଙ୍କୁ ନିଯୁକ୍ତି ଦିଆଯିବା ସହ ନବନିଯୁକ୍ତଙ୍କ ଉଦ୍ଦେଶ୍ୟରେ ନରେନ୍ଦ୍ର ମୋଦି ଅଭିଭାଷଣ ରଖିବେ । ଆଉ ଏଥିପାଇଁ ଆରମ୍ଭ ହୋଇ ସାରିଛି ବଡ ଧରଣର ପ୍ରସ୍ତୁତି । ମୋଦିଙ୍କ ନିର୍ଦ୍ଦେଶରେ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଖାଲି ଥିବା ପଦବୀ ପୂରଣ ହେଉଛି । ମିଶାଣ ମୋଡ୍ ରେ ଖାଲି ପଡିଥିବା ପଦବୀ ସବୁ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଆସନ୍ତା ଶନିବାର ୭୫ ହଜାର ପଦବୀରେ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଗ୍ରୁପ-ଏ, ଗ୍ରୁପ-ବି (ଗ୍ୟାଜେଟେଡ଼)। ଗ୍ରୁପ-ବି (ନନ୍ ଗ୍ୟାଜେଟେଡ଼) ଓ ଗ୍ରୁପ-ସି ରେ ନିଯୁକ୍ତି ଦିଆଯିବ । ଏହାରି ମଧ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ, ଆୟକର ଇନ୍ସପେକ୍ଟର, ଷ୍ଟେନୋ ଏବଂ ପିଏ ଭଳି ପଦବୀ ମଧ୍ୟ ରହିଛି ।

କେନ୍ଦ୍ର ସରକାରଙ୍କ ଏହି ବିଭାଗ ଗୁଡିକ ନିଜବ କିମ୍ବା ଏଜେନ୍ସି ଜରିଆରେ ନିଯୁକ୍ତି ପରୀକ୍ଷା କରିଥିଲେ । UPSC, SSC, ରେଲୱେ ରିକ୍ରୁଟମେଣ୍ଟ, ବୋର୍ଡ ଆଦି ଜରିଆରେ ଏହି ପରୀକ୍ଷା ସବୁ କରା ଯାଇଥିଲା । ଗତ ଜୁନ୍ ମାସରେ କେନ୍ଦ୍ର ସରକାରଙ୍କ ସମସ୍ତ ବିଭାଗରେ ଖାଲି ପଦବୀ ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ଦେଢ ବର୍ଷ ମଧ୍ୟରେ ୧୦ ଲକ୍ଷ ବେରୋଜଗାରଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ମୋଦି ସରକାର ନିର୍ଦ୍ଦେଶ ଦେଇଥିଲେ । ତେଣୁ ବିଭିନ୍ନ ମାଧ୍ୟମରେ ପରୀକ୍ଷାମାନ ଆୟୋଜନ କରା ଯାଇଥିଲା ।

ଏହି ଆଧାରରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ବେରୋଜଗାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ । ଫଳରେ ଦେଶରେ ଅନେକ ମାତ୍ରାରେ ବେରୋଜଗାରଙ୍କ ସଂଖ୍ୟା ହ୍ରାସ ପାଇବ ଏବଂ ଆଗାମୀ ଦେଢ ବର୍ଷ ସୁଦ୍ଧା ଦେଶରୁ ସଂପୂର୍ଣ୍ଣ ବେରୋଜଗାରୀଙ୍କ ସଂଖ୍ୟା ରହିବ ନାହିଁ ବୋଲି ଆଶା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।