ଓଡିଶାରେ ପୁଣି ଟ୍ରେନ ଦୁର୍ଘଟଣା, ହୁତୁହୁତୁ ହୋଇ ଜଳିଲା ଟ୍ରେନ, ଭୟରେ ଦୌଡିଲେ ଯାତ୍ରୀ, ଦେଖନ୍ତୁ video

ଦୁର୍ଘଟଣା ପରେ ଦୁର୍ଘଟଣା ଚାଲିଛି । ପିଛା ଛାଡୁନି ଟ୍ରେନ ଦୁର୍ଘଟଣା । ହଁ ଦର୍ଶକ ବନ୍ଧୁ ଗତ ଶୁକ୍ରବାର ରେ ବାହାନଗା ରେ ଘଟିଥିବା ଦୁର୍ଘଟଣା କଷ୍ଟକର କିନ୍ତୁ ହଠାତ କାଲି ଟ୍ରେନ ହୁତୁହୁତୁ ହୋଇ ଜଳିଲା ସମସ୍ତେ ଭୟଭୀତ ହୋଇ ପଡିଛନ୍ତି । ଆପଣ ମାନେ ବି ଥରେ ଭଲ କରି ଦେଖି ନିଅନ୍ତୁ ଏ ଦ୍ରୁଶ୍ଯ କୁ ସବୁ ଆଡେ ଧୂଆଁ ଖାଲି ଧୂଆଁ । ନିଆଁ ଖାଲି ନିଆଁ । ଯିଏ ଯୁଆଡେ ପାରୁଛନ୍ତି ସିଆଡେ ବାହାରକୁ ଦୌଡୁଛି ।

ଦୁର୍ଗପୁରୀ ଇଣ୍ଟର ସିଟି ଏକ୍ସପ୍ରେସ ରେ ହଠାତ ଲାଗିଲା ନିଆଁ । କେହି କିଛି ବୁଝିବା ଆଗ ରୁ ହୁତୁହୁତୁ ହୋଇ ଜଳିଗଲା ଟ୍ରେନ । ଆଉ ଧୂଆଁମୟ ହୋଇଗଲା ପୁରା ପରିବେଶ । ଆଉ ଯିଏ ଯୁଆଡେ ପାରିଲା ଦୌଡିବାକୁ ଲାଗିଲା । କାରଣ ଜୀବନ ବଞ୍ଚାଇବା ଥିଲା ସମସ୍ତଙ୍କର ଲକ୍ଷ୍ୟ କାରଣ କେହି ବି ଭୁଲି ନାହାନ୍ତି ବାହନଗା ରେଳ ଦୁର୍ଘଟଣା ର ଘଟଣା । କେହି କେବେ ଭୁଲିବାକୁ ଚାହିଁଲେ ବି ଭୁଲି ପାରିବେ ନାହିଁ ସେହି କୂଢ କୂଢ ଶବ ର ଦ୍ରୁଶ୍ଯ ।

କେହି କେବେ ଭୁଲି ପାରିବେ ନାହିଁ କେମିତି ହଜାର ହଜାର ଲୋକ ବିକଳ ହେଉଥିଲେ । ଏ ଦୃଶ୍ୟ ମନେ ପକାଇ ସିଧା ଦୌଥିଲେ ଷ୍ଟେସନ ବାହାରକୁ ଯେବେ ଟ୍ରେନରେ ନିଆଁ ଲାଗିଥିଲା । ଲଗେଜ ଜିନିଷପତ୍ର ସବୁ ଛାଡି ଜୀବନ ବଞ୍ଚାଇବା ଥିଲା ପ୍ରାଥମିକଟା । ଯିଏ ଯୁଆଡେ ପାରୁଥିଲା ସିଆଡେ ଦୋଦୁଥିଲା । ଏଠାରେ କହୁ ରଖୁଛୁ ଯେମିତି ପିଛା ଛାଡିନି ଟ୍ରେନ ଦୁର୍ଘଟଣା ।

ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟି ଚାଲିଛି । ଏହି 7 ଦିନ ଭିତରେ ଆଉ କେତେ ଦୁର୍ଘଟଣା ହେଲେ ରେଳ ବିଭାଗ ଚେତିବ ବୋଲି ଲୋକେ ପ୍ରଶ୍ନ କରିଲେଣି । ଜୀବନ କଣ ଏମିତି ଚାଲିଯାଏ କାହାର ଭୁଲ ପାଇଁ ଏମିତି ଘଟଣା ସବୁ ଘଟୁଛି ଯାହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଛି । ଦୁର୍ଗପୁରୀ ଇଣ୍ଟର ସିଟି ବଗି ନିକଟରେ ଚକ ର ବ୍ରେକ ସୋ ବାଇଡିଙ୍ଗ ରେ ନିଆଁ ଲାଗି ଯାଇଥିବା ଦେଖା ଯାଇଥିଲା ।

ସେଠାରେ ପ୍ରବଳ ଧୂଆଁ ହେବାରୁ ଯାତ୍ରୀ ମାନେ ଅସୁରକ୍ଷିତ ମନେ କରି ଟ୍ରେନ ରୁ ଓଲହାଇ ପଡିଥିଲେ । ଆଉ ଷ୍ଟେସନ ପରିସର ସଂପୂର୍ଣ୍ଣ ଧୂଆଁ ମୟ ହୋଇ ଯାଇଥିଲା । ଖବର ପାଇବା ପରେ ଫରିଆରୋଡ ର ଅଗ୍ନିସମ ବିଭାଗ କର୍ମଚାରୀ ଷ୍ଟେସନ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ । ତେବେ ସବୁ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ତେବେ ଏ ସବୁ ଭିତରେ ଭାଗ୍ୟ ଭଲ ସମସ୍ତଙ୍କ ଜୀବନ ସୁରକ୍ଷିତ ଅଛି । ନ ହେଲେ ଯେ ପୁଣି କଣ ହୋଇଥାନ୍ତା ତାହା କିଏ କହିଥାନ୍ତା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆର ଜଣାଇବେ, ଧନ୍ୟବାଦ ।