ଆଜିର ରାଶିଫଳ,10 ଜୁନ 2023, ଶନିବାର, ଶନିଦେବଙ୍କ ଆଶୀର୍ବାଦ ରହିବ ଏହି 8ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ 10 ଜୁନ ୨୦୨3 ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ବିଦ୍ୟାର୍ଥୀ ଙ୍କ ପାଇଁ ଆଜି ଦିନ ରେ ପଢା ଲେଖା ରେ ଖୁବ ମନ ଲାଗିବ । ହୋଟେଲ ଓ ରେଷ୍ଟୁରାଣ୍ଟ କରୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ଉପଯୁକ୍ତ ଅଟେ । ଆଜି ଆପଣଙ୍କୁ ବରିଷ୍ଠ ଅଧିକାରୀ ଆପଣଙ୍କୁ ଅତିରିକ୍ତ ଦାୟିତ୍ଵ ଦେଇ ପାରନ୍ତି । ଆଜି ଆପଣ ଶତ୍ରୁ ଙ୍କ ଉପରେ ଭାରି ପଡିବେ । ଲେନଦେନ ସମୟରେ ତରବର ହୁଅନ୍ତୁ ନାହିଁ । ଆଜି ଦିନ ରେ ଅଧିକ ସମୟ ପରିବାର ସହ ବିତାଇବେ । ଆପଣ ତାଙ୍କ ସହ ବୁଲିବାକୁ ଯିବାର ପ୍ଳାନ କରିବେ ଯାହାଙ୍କ ସହ ଆପଣଙ୍କ ମନ ଆନନ୍ଦିତ ହେବ ।

ବୃଷ ରାଶି : କାମର ଭାର ଅଧିକ ରହିବ । କିନ୍ତୁ କାମ କରିବା ସମୟରେ ତରବର ହୁଅନ୍ତୁ ନାହିଁ । ଜମିବାଡି ଓ ସମ୍ପତି କ୍ରୟ କରିବା ପାଇଁ ଭଲ ସମୟ ଅଛି । ବ୍ୟାପାର ବ୍ୟବସାୟ ଭଲ ଚାଲିବ । ଆଜି ଧନ ଓ ଯଶ ମିଳିବାର ସମ୍ଭାବନା ଅଛି । ଅପ୍ରତ୍ୟାଶିତ ଖର୍ଚ୍ଚ ସାମନା କୁ ଆସିବ । କରଜ ନେବାକୁ ପଡିପାରେ । ପୁରୁଣା ରୋଗରୁ ରିହାତି ପାଇବେ । ବାଣୀ ଉପରେ ସଂଯମ ରଖନ୍ତୁ । ଅପରିଚିତ ବ୍ୟକ୍ତି ଉପରେ ଭରସା କରନ୍ତୁ ନାହିଁ । ଯଦି ଆପଣ କେଉଁଠି କି ଯାତ୍ରା କରୁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ ।

ମିଥୁନ ରାଶି : କାରୋବାର ବଢାଇବାର ଚେଷ୍ଟା ରେ ଆପଣ ସଫଳ ହେବେ । ଲେଖନ ଓ ସାହିତ୍ୟ କ୍ଷେତ୍ରରେ ଆପଣଙ୍କୁ ଲାଭ ହେବ । ମାନ ସମାନ ମିଳିବାର ସମ୍ଭାବନା ଅଛି । ଆଜି ଦିନ ଟି ଆପଣଙ୍କ ପାଇଁ ଚିନ୍ତାଜନକ ସୃଷ୍ଟି କରିପାରେ । ନ ବିଚାର କରି ନିବେଶ କରନ୍ତୁ ନାହିଁ । ଆଧ୍ୟାତ୍ମିକ ବିଷୟ ବସ୍ତୁ ଅଧ୍ୟୟନ କରନ୍ତୁ । ଆପଣଙ୍କୁ ନିଜର ପ୍ରେମ ଓ ସନ୍ତାନ ଙ୍କ ସାଥ ମିଳିବ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ବ୍ୟାପାର ଠିକ ଠାକ ଚାଲିବ । ସ୍ୱାସ୍ଥ୍ୟ ର ସ୍ଥିତି ଠିକ ରହିବ ।

କର୍କଟ ରାଶି : ଆଜି ଦିନରେ ଖର୍ଚ୍ଚ ଅଧିକ ରହିବ । ସାଂସାରିକ ମୋହ ଲାଗିପାରେ । ସାମାଜିକ କ୍ଷେତ୍ରରେ ଆପଣ ଅଧିକ ସକ୍ରିୟ ରହିବେ । ତାହାର ଫଳ ସ୍ୱରୂପ ଆପଣ ମାନ ପ୍ରତିଷ୍ଠା ରେ ବୃଦ୍ଧି ହେବ । ବ୍ୟବସାୟ ରେ ଉନ୍ନତି ରୁ ପ୍ରମୋଶନ ରହିବେ । ବ୍ଯାଙ୍କ ଚାକିରି ରେ ସଫଳତା ମିଳିବ । ବଡ ଭାଇ ଙ୍କର ଆଶୀର୍ବାଦ ନେବେ । ଆର୍ଥିକ ଲାଭ ସମ୍ଭବ ଅଟେ । ବାହନ ସୁଖ ରେ ବୃଦ୍ଧି ହୋଇପାରେ । ତେବେ ଲାଭକାରୀ ସିଦ୍ଧି ହେବ ।

ସିଂହ ରାଶି : ପିତା ଙ୍କ ସହଯୋଗ ମିଳିପାରେ । ଆପଣଙ୍କ ଖୁସି ହେବାର କାରଣ ସନ୍ତାନ ମାନେ ହୋଇ ପାରନ୍ତି । ଭଲ ସମୟ ଅଛି । ନିଜର ସଠିକ ତଥ୍ୟ ସମସ୍ତଙ୍କ ଆଗରେ ପ୍ରକାଶ କରନ୍ତୁ । ଘର ଲୋକ ଆପଣଙ୍କ ଖର୍ଚ୍ଚାନ୍ତ କୁ ନେଇ ଚର୍ଚ୍ଚା କରିବେ । ଚାକିରି ରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଏହି ପରିବର୍ତ୍ତନ ଲାଭଦାୟକ ହେବ । ଯଦି ଆପଣ ପେସା ରେ ଓକିଲ ତେବେ ଆପଣଙ୍କୁ ଭଲ କାମ ମିଳିପାରେ । ବିଜନେସ ରେ ପ୍ରତିଯୋଗୀତା ଲାଗି ରହିବ । ପରିବାର ସହ ଧାର୍ମିକ ଯାତ୍ରା ର ପ୍ରୋଗ୍ରାମ କରିବେ ।

କନ୍ୟା ରାଶି : ଆପଣ ନିଜର ଭବିଷ୍ୟ କୁ ନେଇ ପଇସା ଜମା କରିବେ । ନଚେତ ଆପଣ ସମସ୍ୟାରେ ପଡି ପାରନ୍ତି । ପରିବାର ରେ ମାତା ପିତା ଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ପୁରା ପରିବାର ସହ ଧାର୍ମିକ, ପର୍ଯ୍ୟଟନ ଓ ସମ୍ପର୍କୀୟ ମଧ୍ୟ ରେ ଛୋଟ ଯାତ୍ରା କରିବେ । ବାହାର ର ଭୋଜନ ତ୍ୟାଗ କରନ୍ତୁ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ପୁରୁଣା ଇଚ୍ଛା ପୁରା ହୋଇପାରେ । ଚାକିରି ରେ ଅଧିକ ମେହନତ କରିଲେ ଆପଣଙ୍କୁ ସଫଳତା ମିଳିବ । ଆଜି କୌଣସି ବଡ ସମସ୍ୟାର ସମାଧାନ ହୋଇପାରେ ।

ତୁଳା ରାଶି : ଖର୍ଚ୍ଚ ଅଧିକ ହେବାରୁ ମନ ଚିନ୍ତାଗ୍ରସ୍ତ ହେବ । ଚିନ୍ତାକାରୀ ସୃଷ୍ଟି ର ସୃଜନ ହୋଇପାରେ । ପ୍ରେମ ଓ ସନ୍ତାନ ଙ୍କ ସ୍ଥିତି ଭଲ ରହିବ । ବ୍ୟାପାର ରେ ଭଲ ଲାଭ ହେବ । ଆପଣ କୌଣସି କାମ କୁ ନୂଆ କରି କରିବାକୁ ଚେଷ୍ଟା କରିବେ । ପରିବାର ଲୋକ ବା ପ୍ରିୟଜନ ଙ୍କ କାମ ଆପଣଙ୍କ ସାହାର୍ଯ୍ୟ ରେ ପୁରା ହେବ । ଯୁବ ବର୍ଗ ଗୁରୁ, ମାତା ପିତା ବା ବରିଷ୍ଠ ଙ୍କ ରାୟ ନିଅନ୍ତୁ । ଆଜି ଆପଣ ପଜେଟିଭ ଓ ଖୁସି ରହିବେ । ଆଜି ଶାରୀରିକ ଥକାପଣ ଅନୁଭବ କରିବେ ।

ବିଛା ରାଶି : କାର୍ଯ୍ୟ କ୍ଷେତ୍ର ରେ କାର୍ଯ୍ୟ ଅଧିକ ହେବାରୁ ଚିନ୍ତାରେ ରହିବେ । କାମରେ ମନ ଲାଗିବ । ଆଳସ୍ୟ ର ଅନୁଭବ ହେବ । ବ୍ୟାପରିକ ଦ୍ରୁଷ୍ଟି ରୁ ଦିନ ଭଲ ଅଛି । ଧନ ଲାଭର ଅବସର ପ୍ରାପ୍ତ ହେବ । ମନ କଥା ନ କହିବାରୁ ପ୍ରିୟଜନ ଆପଣଙ୍କୁ ଭୁଲ ବୁଝି ପାରନ୍ତି । ଆପଣ ଯାତ୍ରା କରୁଛନ୍ତି ତ ସତର୍କ ରୁହନ୍ତୁ । ଆଜି ଆପଣଙ୍କୁ ଭାଗ୍ଯର ଭରପୁର ସହଯୋଗ ମିଳିବାର ଅଛି । ଶତ୍ରୁ ପାଖ ଚ୍ୟାଲେଞ୍ଜ ର ଦେଇ ପାରନ୍ତି । ତେଣୁ ସତର୍କ ରୁହନ୍ତୁ ।

ଧନୁ ରାଶି : ବିଦ୍ୟାର୍ଥୀ ବର୍ଗ ବିଦେଶ ସହ ଜଡିତ କାମରେ ସଫଳତା ପାଇବେ । ସନ୍ଧ୍ୟା ସମୟରେ ବନ୍ଧୁ ଙ୍କ ସହ ମଉଜ ମସ୍ତି କରିବେ । ଛାତ୍ର ଙ୍କୁ ପଢା ଲେଖାରେ ମେହନତ କରିବାର ଜରୁରତ ଅଛି । ଅଫିସରେ ନିଜର କାର୍ଯ୍ୟ କୁଶଳତା ଦ୍ଵାରା ସମସ୍ତଙ୍କ ମନ ଜିଣିବେ । ମାଲିକ ଆପଣଙ୍କ ଉପରେ ଖୁସି ହେବେ । ଓ ଆପଣଙ୍କ ତାରିଫ ମଧ୍ୟ କରିବେ । ଆଜି ଆପଣଙ୍କ ପ୍ରୟାସ ପରିଣାମ ଦେବ । ଆଜି ଆପଣ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । ଚାକିରି କରୁଥିବା ଜାତକ ଙ୍କୁ କୌଣସି ମାର୍ଗ ଦର୍ଶନ ଉପରେ ଚାଲିବାର ଅଛି ।

ମକର ରାଶି : ବଡ କାରୋବାର ରେ ସରକାର ଙ୍କ ତରଫରୁ ଖୁସି ଖବର ମିଳିପାରେ । ଅନ୍ୟ ର ବିବାଦରେ ମୁଣ୍ଡ ପୁରାନ୍ତୁ ନାହିଁ । ନିଜକୁ ଠିକ ସାବ୍ୟସ୍ତ କରିବାକୁ ମେହନତ କରନ୍ତୁ । ବିଦେଶ କମ୍ପାନୀ ସହ ଜଡିତ କାରୋବାର ଅଛି ତ ଆଜି ଆପଣଙ୍କୁ କାମ କାର୍ଯ୍ୟ ରେ ପଜେଟିଭ ଚେଞ୍ଜେସ ନଜର ଆସିବ । ଛୋଟ ଛୋଟ କଥାକୁ ନେଇ ଅଧିକ ଚିନ୍ତାଗ୍ରସ୍ତ ହେବେ । କାମର ବୋଝ ଅଧିକ ରହିବ । ସମ୍ପତି ଡିଲର୍ସ ଙ୍କ ସହ ବଡ ଡିଲ ହେଲେ ଭଲ ଲାଭ ହେବ ।

କୁମ୍ଭ ରାଶି : ଆପଣ ପରିବାର ସହ ସପିଙ୍ଗ କରିବାକୁ ଯିବେ । ଚାକିରି ରେ ଆପଣଙ୍କୁ ପଦୋନ୍ନତି ହାସିଲ ହେବାର ସମ୍ଭାବନା ଅଛି । ଅଧୁରା କାମ ପୁରା କରିବାରେ ସମୟ ଆପଣଙ୍କ ସାଥ ଦେବ । ଆତ୍ମବିଶ୍ଵାସ ଅଧିକ ରହିବ । ଯୁବକ ଙ୍କୁ କ୍ଯାରିୟର ସମ୍ବଧିତ କିଛି କାମ ପୁରା ହୋଇପାରେ । ଆଜି କିଛି ନୂଆ ଅବସର ଆପଣଙ୍କୁ ମିଳିପାରେ । ଆପଣଙ୍କ ଯୋଜନା କୁ ସମର୍ଥନ ମିଳିପାରେ । ସ୍ୱାସ୍ଥ୍ୟ ଠିକ ରହିବ ।

ମୀନ ରାଶି : ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ଡାକ୍ତର ଙ୍କ ପାଇଁ ଆଜି ଦିନ ଟି ଊର୍ଜା ରେ ଭରପୁର ରହିବ । ବିଦ୍ୟାର୍ଥୀ ଙ୍କୁ ନିଜର କୌଶଳ ଦେଖାଇବାର ଅବସର ମିଳିବ । ପରିବାର ପ୍ରତି ଅଧିକ ଧ୍ୟାନ ଦେବାର ଜରୁରତ ଅଛି । ଭୋଗ ବିଳାସ ର ସୁବିଧା ରେ ବୃଦ୍ଧି ହେବ । ଜୀବନ ସାଥିଙ୍କ ସହ ପ୍ରେମ ରେ ବୃଦ୍ଧି ହେବ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।