ଦୁଇ ସାଙ୍ଗ କଲିକତା ରୁ ଘରକୁ ଫେରୁଥିଲେ, କିନ୍ତୁ ଗୋଟେ ସାଙ୍ଗର ଜୀବନ ନେଇଗଲା Coromandel….

ନମସ୍କାର ବନ୍ଧୁଗଣ, ଏମାନେ ହେଉଛନ୍ତି ସ୍ଵାଧୀନ ଓ ଆଲୋକ । ଦୁହିଙ୍କର ବୟସର ଅନ୍ତରା ମାତ୍ର 1 ବର୍ଷ ଲେଖାଏଁ । ଜଣଙ୍କୁ 26 ତ ଆଉ ଜଣଙ୍କୁ 27 ବର୍ଷ । ଦୁହେଁ ଦୁହିଙ୍କର ଜୀବନ ଦେବା ଭଳି ମନ ଏହି ଦୁଇ ସାଙ୍ଗଙ୍କର । ପିଲାବେଳୁ ମେଳା ପର୍ବ ଏକାଠି ହୋଇ ପାଳନ୍ତି । ଏମିତିକି ଘର ଚଳାଇବା ଲାଗି ଦୁହେଁ ସାଙ୍ଗ ହୋଇ କଲିକତା ଯାଉଥିଲେ ରୋଜଗାର ବି କରୁଥିଲେ । ଦୁହେଁ କାମ କରୁଥିବା ବେଳେ ହଠାତ ସ୍ଵାଧୀନଙ୍କ ଘରୁ ଫୋନ ଆସିଥିଲା ଆଉ ଝିଆରୀ ହୋଇଛି ବୋଲି ଘର ଲୋକେ ଜଣାଇଥିଲେ ।

ରାଜାରେ ଘରକୁ ଆସିଲେ ବି କହିଲେ । କିନ୍ତୁ ଝିଆରୀ ହେବାର ଖୁସି ଏତେ ପାଗଳ କରିଦେଲା ଯେ ଜୁନ 2 ରେ ଘରକୁ ଫେରିବାକୁ ନିସ୍ପତି ନେଲେ । ପୂର୍ବ ଯୋଜନା ମୁତାବକ କରମଣ୍ଡଳରେ ଫେରିବାକୁ ନିସ୍ପତି ନେଲେ । ଦୁଇ ସାଙ୍ଗ ସ୍ଵାଧୀନ ଓ ଆଲୋକ ସାଙ୍ଗ ହୋଇ ଘରକୁ ଫେରିଲେ । ଘରେ ପହଞ୍ଚିବାକୁ ଆଉ ମାତ୍ର 1 ଘଣ୍ଟା ବାକି ଥିଲା ।

ଦୁହେଁ ଅନେକ ସ୍ଵପ୍ନ ଦେଖିଥିଲେ ଟ୍ରେନର ଝରକା ପାଖରେ ବସି । ହେଲେ ଏହାରି ଭିତରେ ସୁଭୂଥିଲା ଭୟଙ୍କରର ଶବ୍ଦ । ଚାହୁଁ ଚାହୁଁ ଅନ୍ଧାର ରାତିରେ ସବୁ କିଛି ଅନ୍ଧାର କରିଦେଲା କରମଣ୍ଡଳ ଟ୍ରେନ । ଦୁର୍ଘଟଣା ହେବା ପରେ ଗୋଟେ ବଗି ରେ ଚାପି ହୋଇ ରହିଥିଲେ ସ୍ଵାଧୀନ । କିଛି ସମୟ ପରେ ଚେତା ଫେରିଥିଲା ଆଉ ଆଲୋକ ଙ୍କୁ ଖୋଜିଥିଲେ ସ୍ଵାଧୀନ ।

କିନ୍ତୁ ଅନ୍ଧାର ରାତିରେ ପିଲା ଦିନର ସାଙ୍ଗ ସବୁ ଦିନ ପାଇଁ ଆଖି ବୁଜି ଦେଇଛି ସେ କେମିତି ବା ଜାଣିଥାନ୍ତେ । ଦୁର୍ଘଟଣା ଖବର ପାଇବା ପରେ ଆଲୋକ ଙ୍କୁ ତାଙ୍କ ପରିବାର ଲୋକେ ବାରମ୍ବାର ଫୋନ କରିଥିଲେ । ହେଲେ ନ ଲାଗିବାରୁ ଷ୍ଟେସନ ପାଖକୁ ଆସି ଖୋଜା ଖୋଜି ବି କରିଥିଲେ । ଖାଲି ଷ୍ଟେସନ ନୁହେଁ ବରଂ ମେଡିକାଲ ରୁ ମେଡିକାଲ ବୁଲି ବାପା ଖୋଜି ଥିଲେ କିନ୍ତୁ ପାଇ ନ ଥିଲେ ।

ସମୟ ରାତି ପ୍ରାୟ 3ଟା ହୋଇଥାଏ ଆଉ ଠିକ ସେତିକି ବେଳେ କରମଣ୍ଡଳ ର ଖଣ୍ଡ ବିଖଣ୍ଡିତ ବଗି ରୁ ବାହାରିଲା ଆଲୋକ ଙ୍କ ଶବ । ବାପା ପୁଅର  ଶବ କୁ ଦେଖି ଆଉ ସାଙ୍ଗ ନିଜ ପ୍ରିୟ ସାଙ୍ଗ ର ଶବ କୁ ଦେଖି କଣ କରିବେ କିଛି ଭାବି ପାରିଲେ ନାହିଁ । ଦୁଃଖ ଏତିକି ରେ ସରିନି । ଆଲୋକ ର ମା ଏବେ ସଜ୍ଯାଶାୟୀ ଅଛନ୍ତି । ଆଉ ଏତିକି ବେଳେ ବାପା ପୁଅର ଜୀବନ ଚାଲି ଯାଇ ଥିବାରୁ ବାକ ଶୂନ୍ୟ ହୋଇ ପଡିଛନ୍ତି ।

ଗୋଟେ ପଟେ ଘରେ ନାତୁଣୀ ହୋଇଥିବାରୁ ସମସ୍ତେ ଖୁସି ରେ ଫାଟି ପଡୁଥିବା ବେଳେ ଆଲୋକ ଙ୍କ ମୃତ୍ୟୁ ସମସ୍ତଙ୍କ ଖୁସି କୁ ପାଣି ଫୋଟକା ପରି ମିଳାଇ ଦେଇଛି । ପିଲାଦିନର ସାଙ୍ଗକୁ ଆଖି ଆଗରେ ହରାଇ ଏବେ କାନ୍ଦୁଛନ୍ତି ସ୍ଵାଧୀନ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।