Odisha GK: ଓଡିଶାରେ କେତୋଟି କଣ ରହିଛି ? ଓଡିଶା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର, ନିହାତି ଜାଣି ରଖନ୍ତୁ (All about Odisha)

ଆଜିର ସମୟରେ ପ୍ରତ୍ଯେକ ବିଷୟରେ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । କାରଣ ଆଜିକାଲି ସ୍କୁଲ, କଲେଜ ପରୀକ୍ଷା ଠାରୁ ଆରମ୍ଭ କରି ଚାକିରି ଇଣ୍ଟରଭ୍ୟୁ ସବୁଠି ସାଧାରଣ ଜ୍ଞାନ ପରୀକ୍ଷା କରାଯାଉଛି । ପ୍ରତ୍ଯେକ ବିଷୟର ସଂକ୍ଷିପ୍ତ ଜ୍ଞାନକୁ ସାଧାରଣ ଜ୍ଞାନ ବୋଲି କୁହାଯାଏ । ଆମେ ଆପଣଙ୍କ ପାଇଁ ଶିକ୍ଷା, ଦେଶବିଦେଶ, ବିଜ୍ଞାନ, ଇତିହାସ ଓ ଢଗଢମାଳି ଆଦି ସମସ୍ତ ବିଷୟର ବଛାବଛା ପ୍ରଶ୍ନୋତ୍ତର ନେଇ ଆସୁଛୁ । ଆଜି ଆମେ ଜାଣିବା ଆମ ରାଜ୍ୟ ଓଡିଶା ସମ୍ବନ୍ଧରେ କିଛି ଖାସ୍ କଥା ।

1- ଅତୀତରେ ଓଡିଶାର ପୂର୍ବ ନାମ ସବୁ କଣ ଥିଲା ?

ଉ: କଳିଙ୍ଗ, ଉତ୍କଳ, ଉଡ୍ର, ଓଡ୍ର, କୋଶଳ, ତୋଷାଳି, କଙ୍ଗୋଦ ଇତ୍ୟାଦି ।

2- ସେତେବେଳେ କଳିଙ୍ଗକୁ କିଏ ଆକ୍ରମଣ କରି ରକ୍ତର ସ୍ରୋତ ବୁହାଇ ଦେଇଥିଲେ ?

ଉ: ମଗଧ ସମ୍ରାଟ ଅଶୋକ ।

 

3- ଅଶୋକ କେବେ କଳିଙ୍ଗ ଆକ୍ରମଣ କରିଥିଲେ ?

ଉ: ଖ୍ରୀଷ୍ଟପୂର୍ବ 262 ମସିହାରେ ।

4- ପରବର୍ତ୍ତୀ ସମୟରେ କେଉଁମାନେ କଳିଙ୍ଗର ସମ୍ରାଟ ହୋଇଥିଲେ ?

ଉ: ସମ୍ରାଟ ଖାରବେଳ, ଗଙ୍ଗବଂଶ ରାଜା, କେଶରୀବଂଶ ରାଜା, ସୂର୍ଯ୍ୟବଂଶ ରାଜା, ଗଜପତି ବଂଶର କପିଳେନ୍ଦ୍ର ଦେବ ଓ ମୁକୁନ୍ଦ ଦେବ ପ୍ରଭୃତି ।

5- ରାଜା ମୁକୁନ୍ଦ ଦେବଙ୍କ ଶାସନ ସମୟରେ କେଉଁମାନେ କଳିଙ୍ଗକୁ ଆକ୍ରମଣ କରିଥିଲେ ?

ଉ: ଆଫଗାନ ମୁସଲମାନ ବଂଶର ରାଜାମାନେ କଳିଙ୍ଗକୁ ଆକ୍ରମଣ କରି ମୁକୁନ୍ଦ ଦେବଙ୍କୁ ନିହତ କରିଥିଲେ ।

6- ଆଫଗାନ ଶାସନ ପରେ କେଉଁମାନେ କଳିଙ୍ଗ ଆକ୍ରମଣ କରିଥିଲେ ?

ଉ: 1592 ରୁ 1751 ପର୍ଯ୍ୟନ୍ତ ମୋଗଲ ବଂଶର ରାଜା ରାଜୁତି କରିଥିଲେ ।

7- ମୋଗଲ ରାଜତ୍ଵ ପରେ କେଉଁ ବଂଶୀୟ ରାଜା କଳିଙ୍ଗରେ ରାଜୁତି କଲେ ?

ଉ: 1752 ରୁ 1803 ପର୍ଯ୍ୟନ୍ତ ମରହଟ୍ଟା ବଂଶୀୟ ରାଜା ଶାସନ କଲେ ।

8- ସ୍ଵତନ୍ତ୍ର ଓଡିଶା ପ୍ରଦେଶ କେବେ ଗଠିତ ହୋଇଥିଲା ?

ଉ: 1 ଏପ୍ରିଲ 1936 ମସିହାରେ ।

9- ମରହଟ୍ଟା ଶାସନକୁ ଲୋପ କରି କେଉଁମାନେ କଳିଙ୍ଗ ବା ଓଡିଶାକୁ ନିଜ ଶାସନାଧୀନକୁ ଆଣିଲେ ?

ଉ: 1803 ରେ ଇଂରେଜମାନେ ଓଡିଶାକୁ ଶାସନ କଲେ ।

 

10- ଇଂରେଜ ମାନଙ୍କ ସମୟରେ ଓଡିଶାର ଶାସନ କିପରି ଚାଲିଥିଲା ?

ଉ: ଓଡିଶା ଖଣ୍ଡ ବିଖଣ୍ଡିତ ହୋଇଥିଲା ଓ ଏଠାରେ ଥିବା 26ଟି ଗଡଜାତକୁ ସ୍ଵାଧୀନ ଇଂରେଜମାନଙ୍କ ଅଧୀନରେ ଶାସନ କଲେ ।

11- ସେତେବେଳେ ଓଡିଶାବାସୀଙ୍କ ଅବସ୍ଥା କିପରି ଥିଲା ?

ଉ: ଗଡଜାତ ବା ଦେଶୀୟ ରାଜାମାନଙ୍କ କଠୋର ଶାସନରେ ପ୍ରଜାମାନଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ପଡିଥିଲା ।

12- ଓଡିଶାର ଉନ୍ନତି ପାଇଁ କେଉଁ ମହାନ ବ୍ୟକ୍ତିମାନେ ଉତ୍କଳ ସମ୍ମିଳନୀ ଗଠନ କରିଥିଲେ ?

ଉ: ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଗଜପତି କୃଷ୍ଣଚନ୍ଦ୍ର ଦେବ, ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜ ପ୍ରଭୃତି ।

13- ଉତ୍କଳ ସମ୍ମିଳନୀ କେବେ ପ୍ରତିଷ୍ଠା ହେଲା ?

ଉ: 1903 ରେ ।

14- ଆମ ଓଡିଶାର କେତେ ଲୋକ ଶିକ୍ଷିତ ?

ଉ: ଶତକଡା 73% ।

15- ଓଡିଶାର ବର୍ତ୍ତମାନ କେତୋଟି ଜିଲ୍ଲା ଅଛି ?

ଉ: 30ଟି ।

16- ଓଡିଶାରେ ସମୁଦାୟ କେତୋଟି ସବଡିଭିଜନ ଅଛି ?

ଉ: 58ଟି ।

 

17- ଓଡିଶାରେ ସମୁଦାୟ ମୁନସିପାଲ ଓ NSC ସଂଖ୍ୟା କେତେ ?

ଉ: 31ଟି ମୁନସିପାଲ ଓ 70ଟି NSC ।

18- ଓଡିଶାରେ ସମୁଦାୟ ତହସିଲ ଓ ବ୍ଲକ ସଂଖ୍ୟା କେତେ ?

ଉ: 317ଟି ତହସିଲ ଓ 314ଟି ବ୍ଲକ ।

19- ଓଡିଶାରେ ସମୁଦାୟ କେତୋଟି ଗାଁ ଅଛି ?

ଉ: 50,887 ଟି ।

20- ଓଡିଶାରେ ସମୁଦାୟ କେତୋଟି ଗ୍ରାମ ପଞ୍ଚାୟତ ଅଛି ?

ଉ: 6799ଟି ।

21- ପ୍ରଶାସନିକ ଦୃଷ୍ଟିରୁ ଓଡ଼ିଶାକୁ କେତେଗୋଟି ରେଭିନ୍ୟୁ (ରାଜସ୍ୱ ପର୍ଷଦ) ରେ ବିଭକ୍ତ କରାଯାଇଛି ? ସେଗୁଡିକର ନାମ କଣ ଓ କେଉଁ କେଉଁ ସ୍ଥାନରେ ଅବସ୍ଥିତ ?

ଉ; 3 ଗୋଟି ରେଭିନ୍ୟୁ ଯଥା କେନ୍ଦ୍ରାଞ୍ଚଳ, ଦକ୍ଷିଣାଞ୍ଚଳ ଓ ଉତ୍ତରାଞ୍ଚଳ ରାଜସ୍ୱ ପର୍ଷଦ । ତିନୋଟି ଯାକ ଯଥାକ୍ରମେ କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ଅବସ୍ଥିତ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।