ରାଜ୍ୟ ସରକାରଙ୍କର ବଡ ନିଷ୍ପତ୍ତି, ମାର୍ଚ୍ଚ ୨୨ ରୁ ମାର୍ଚ୍ଚ ୨୯ ପର୍ଯ୍ୟନ୍ତ ରାଜ୍ୟର ଏହି ୫ ଟି ଜିଲ୍ଲା ଓ ୭ ଟି ସହର ହେଲା ଲକ ଡାଉନ

ବର୍ତ୍ତମାନ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ପଦକ୍ଷେପ ନେଇଛନ୍ତି । ଦେଶରେ ବଢୁଥିବା କରୋନା ସଂକ୍ରମଣର ସଙ୍କଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା କାଲି ମାନେ 22 ମାର୍ଚ୍ଚ ସକାଳ ୭ ଟା ରୁ ୨୯ ମାର୍ଚ୍ଚ ରାତି ୯ ଟା ପର୍ଯ୍ୟନ୍ତ ରାଜ୍ୟର ୫ ଟି ଜିଲ୍ଲା ଓ ୭ ଟି ସହରକୁ ଲକ ଡାଉନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ରାଜ୍ୟ ସରକାର କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ଆସନ୍ତୁ ଜାଣିବା ।

କରୋନା ଭାଇରସ ବର୍ତ୍ତମାନ ଭୟଙ୍କର ରୂପ ଧାରଣ କରିଛି ଯାହାର ଏ ପର୍ଯ୍ୟନ୍ତ କୌଣସି ଚିକିତ୍ସା ବାହାରି ନାହିଁ । କେବଳ ସଚେତନତା ଦ୍ଵାରା ହିଁ ଏହାକୁ ରୋକା ଯାଇ ପାରିବ । ତେଣୁ ଘରେ ରହିବା ଠାରୁ ଏହାର ଆଉ କୌଣସି ଭଲ ବିକଳ୍ପ ନାହିଁ । ଘରେ ରହିବା ଦ୍ଵାରା ହିଁ ନିଜେ ଓ ନିଜ ପରିବାରକୁ ସୁସ୍ଥ ରଖି ପାରିବେ ବୋଲି କହିଛନ୍ତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । କେବଳ ଜରୁରୀ କାମ ପଡିଲେ ହିଁ ଆପଣ ବାହାରକୁ ଯାଇ ପାରିବେ । ବିଦେଶରୁ ଫେରୁଥିବା ନାଗରିକ ସଂଖ୍ଯାକୁ ଦୃଷ୍ଟିରେ ରଖି ରାଜ୍ୟର ୫ ଟି ଜିଲ୍ଲା ଓ ୭ ଟି ସହରକୁ ଲକ ଡାଉନ କରା ଯାଇଛି ।

ରିପୋର୍ଟ ଅନୁସାରେ ବିଦେଶରୁ ଫେରୁଥିବା ଲୋକଙ୍କ ମଧ୍ୟରୁ ୭୦ % ଲୋକ ଖୋର୍ଦ୍ଧା, ଅନୁଗୁଳ, ଗଞ୍ଜାମ, କେନ୍ଦ୍ରାପଡା, କଟକକୁ ଫେରିଥିବାରୁ ରାଜ୍ୟର ଏହି ସବୁ ଜିଲ୍ଲାକୁ ଲକ ଡାଉନ କରାଯାଇଛି । ତେଣୁ ଏହି ୫ ଟି ଜିଲ୍ଲାର ସବୁ ଗାଁ ଓ ସବୁ ସହରର ସବୁ ଲୋକଙ୍କୁ କାଲି ସକାଳ ୭ ଟା ରୁ ବାହାରକୁ ନ ବାହାରିବା ପାଇଁ କୁହା ଯାଇଛି । ଏହି ସମୟରେ ସବୁ ବସ, ଟ୍ରେନ, ବିମାନ ଚଳାଚଳ ସହିତ ସଉଦା ଦୋକାନ , ପରିବା ଦୋକାନ ଆଦି ଖୋଲା ରହିବ ।

ଅତି ଆବଶ୍ୟକ ପଡିଲେ ହିଁ ଆପଣ ବାହାରକୁ ବାହାରି ପାରିବେ । ଆଇନ ଉଲ୍ଲଂଘନ କଲେ ଆପଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ସଚେତନତାର ସମୟ ଆସିଛି । ଘରେ ରହିଲେ ହିଁ ଆମେ ଏହି କରୋନା ଯୁଦ୍ଧକୁ ଜିତି ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଉପରେ ଆପଣଙ୍କ ମତାମତ କଣ ଓ ଏହା କେତେ ଦୂର ସ୍ଵାଗତ ଯୋଗ୍ୟ ଆମକୁ ଜଣାନ୍ତୁ । ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।