ପୁରୁଣା ଜମାନାରେ ଯଦି ଘରେ ଶୌଚାଳୟ ନ ଥିଲା, ତେବେ ମହାରାଜା – ମହାରାଣୀ ଶୌଚ ପାଇଁ କେଉଁ ସ୍ଥାନକୁ ଯାଉଥିଲେ !

ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଶୌଚାଳୟ ଅଛି । କିନ୍ତୁ ଥରେ ଚିନ୍ତା କରନ୍ତୁ କି ପୂର୍ବ କାଳରେ ଯଦି ଶୌଚାଳୟ ନ ଥିଲା ତେବେ ରାଜା ମହାରାଜା ଶୌଚ ହେବା ପାଇଁ କେଉଁ ସ୍ଥାନକୁ ଯାଉଥିଲେ । ଯଦି ଶୌଚାଳୟ ଥିଲା ତେବ ତାହା କେମିତି ଥିଲା । ଏହି ଆଧାରରେ ଆଜି ଆମେ ଆପଣଙ୍କୁ ଏହି ଆର୍ଟକିଲ ମାଧ୍ୟମରେ କହିବୁ କି ପୂର୍ବ କାଳରେ ରାଜା ଓ ରାଣୀଙ୍କ ଶୌଚାଳୟ ବ୍ୟବସ୍ଥା କେମିତି ଥିଲା ।

ପୁରୁଣା ଜମାନାରେ ରାଜା ଓ ରାଣୀଙ୍କ ପାଇଁ ଲମ୍ବା ଚଉଡା ମହଲରେ ସମସ୍ତ ପ୍ରକାରର ବିଶେଷ ବ୍ୟବସ୍ଥା ରହୁଥିଲା । ତାଙ୍କ ପାଇଁ ଯେଉଁ ପ୍ରକାରରେ ମହଲରେ ଅଲଗା ସ୍ନାନ ଘର ହେଉଥିଲା ଠିକ ସେହିଭଳି ଶୌଚାଳୟ ବି ରହିଥିଲା । ମିଳିଥିବା ସୂଚନା ଅନୁସାରେ ଶୌଚ ପରେ ସେହି ଅପଶିଷ୍ଟ ଉପରେ ମାଟି ପକାଇ ଦିଆ ଯାଉଥିଲା ।

କହିବାକୁ ଗଲେ ରାଜସ୍ଥାନର ଏକ କିଲ୍ଲାରେ ଏକ ଶାହି ଶୌଚାଲୟ ମିଳିଛି । ଏହି ଟୟଲେଟକୁ କେବଳ ରାଜ ପରିବାରର ସଦସ୍ୟମାନେ ବ୍ୟବହାର କରୁଥିଲେ । ଏହା ବହୁତ ହିଁ ସୁବିଧାଜନକ ଟୟଲେଟ ଥିଲା । ଏହା ଛଡା ଆଜି ଠାରୁ ପାଖାପାଖି ୫୦୦୦ ବର୍ଷ ପୂର୍ବେ ସିନ୍ଧୁ ଘାଟିର ସଭ୍ୟତାରେ ବି ଟୟଲେଟ ମିଳିଛି ।

ଏହି ଟୟଲେଟରେ ଦୁଇଟି ଫ୍ଲଶ ଟୟଲେଟ ଓ ନନ ଫ୍ଲଶ ଟୟଲେଟ ମିଳିଛି । ଏହି ସ୍ଥାନରେ ନଦୀ ଓ ନାଲି ଗୁଡିକର ପାଣି ମଧ୍ୟ ମିଳିଛି ଯାହା ଆବର୍ଜନାକୁ ବାହର କରିବାର କାମ କରୁଥିଲା । ଏକ ଡ୍ରାଈ ଟୟଲେଟ ବି ଅଛି । ଯାହା ଆଜିକାଲି ସମୟରେ ଟୟଲେଟ ସଙ୍ଗେ ସମାନ ଅଟେ ଓ ଏହା ଦେଖିବାକୁ ବି ୱେଷ୍ଟର୍ନ ଟୟଲେଟ ଭଳି ଅଟେ ।

କହିଦେଉଛୁ କି ଦିଲ୍ଲୀରେ ସୁଲଭ ଶୌଚାଳୟର ଗୁଡିକର ଏକ ସଂଗ୍ରହାଲୟ ବି ତିଆରି କରାଯାଇଛି । ଯେଉଁ ସ୍ଥାନରେ ରାଜା ମହାରାଜଙ୍କ ସମୟରେ ସିଂହାସନ ଭଳି ଦେଖାଯାଉଥିବା ଟୟଲେଟ ଓ ହଡ଼ପ୍ପା ସଭ୍ୟତା ସମୟର ମୋହନ ଜୋଦରୋ ବ୍ୟବହୃତ ଟୟଲେଟ ସିଟ ସବୁକୁ ଓ ସମସ୍ତ ପ୍ରକାରର ପ୍ରାଚୀନ ଶୌଚାଲୟକୁ ଏହି ସଂଗ୍ରହାଲୟରେ ରଖାଯାଇଛି । ଆପଣଙ୍କୁ କହିଦେଉଛୁ କି କିଛି ତଥ୍ୟରୁ ଏହା ଜଣା ପଡିଛି କି ପ୍ରାଚୀନ କାଳରେ ଲୋକମାନେ ସ୍ଵଚ୍ଛତାର ବହୁତ ଧ୍ୟାନ ରଖୁଥିଲେ ।