Odia GK: ମୋର କଲେଜ ବି ଅଛି, ମୋର ଷ୍ଟୁଡେଣ୍ଟ ବି ଅଛି, ମୋର ଷ୍ଟୋର ବି ଅଛି, ମୋର ଦୋକାନ ବି ଅଛି । କହିଲ ଦେଖି ମୁଁ କିଏ ?

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ତାହା କଣ ଯାହା ଆମେ ଖାଇବାକୁ ଚାହିଁ ନଥାଉ କିନ୍ତୁ ଖାଇବାକୁ ବାଧ୍ୟ ହେଉ ?

ଉ: ଧୋକା, ଯାହା ଆମେ ଇଚ୍ଛା ନଥିଲେ ବି ଖାଇଥାଉ ।

2- ତାହା କଣ ଯାହା ଆପଣଙ୍କୁ ଦେବା ପୂର୍ବରୁ ଆପଣଙ୍କ ଠାରୁ ନିଆଯାଏ ?

ଉ: ଫଟୋଗ୍ରାଫ ।

3- କେଉଁ ପତି ଜଙ୍ଗଲରେ ରୁହେ ଏବଂ ସହରରେ ମଧ୍ୟ ରୁହେ ?

ଉ: ବନସ୍ପତି ।

4- ତାହା କଣ ଯାହାକୁ ଆମେ ଖାଇଥାଉ, ପିଇଥାଉ ଓ ଜାଳିଥାଉ ମଧ୍ୟ ?

ଉ: ନଡିଆ ।

5- ଘର ଭିତରେ ଘର, ନାହିଁ ତା’ର ଦ୍ଵାର । ତାହା କଣ ?

ଉ: ମଶାରୀ ।

6- ଶୀତ ହେଲେ ବସିଯାଏ, ଉଷୁମ ପାଇଲେ ତରଳି ଯାଏ ?

ଉ: ନଡିଆ ତେଲ ।

7- ଏମିତି ପତ୍ର ଯିଏ କରଇ ଲାଜ, କିଛି ବାଜିଗଲେ ମୁହଁ ଲୁଚାଏ ?

ଉ: ଲାଜକୁଳୀ ପତ୍ର ।

8- ଗୀତ ବଜାଇ ସେ ପାଖକୁ ଆସେ, ତାକୁ ଦେଖିକରି ଲୋକ ଜନ୍ତାରେ ପଶେ ?

ଉ: ମଶା ।

9- କେଉଁ ମାଛ ପହଁରି ପାରେନାହିଁ ?

ଉ: Selfish ।

10- ଲୁହା ଟାଣିଦିଏ ଏପରି ବଳ, ପ୍ଲାଷ୍ଟିକ ଆଗରେ ହୁଏ ଦୁର୍ବଳ, ହଜିଲା ଛୁଞ୍ଚିକି ଖୋଜି ପାଏ, ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?

ଉ: ଚୁମ୍ବକ ।

11- ତାହା କେଉଁ ଗୀତ ଯାହାକୁ ସାରା ଦୁନିଆର ଲୋକମାନେ ଗାଇଥାନ୍ତି ?

ଉ: Happy Birthday to you ।

12- ବର୍ଷରେ ଥରେ କିଣୁ, ବ୍ୟବହାର କରୁ ଓ ଫୋପାଡି ଦେଉ ?

ଉ: କ୍ଯାଲେଣ୍ଡର ।

13- ଚାରୋଟି ଅକ୍ଷରେ ନାମ ଟି ତା’ର, ଚାରୋଟି ଯାକରେ ହର୍ଷଇ କାର ?

ଉ: ଝିଟିପିଟି ।

14- ଏମିତି କଣ ଯାହାକୁ ଆମେ ସକାଳେ କରିଥାଉ କିନ୍ତୁ ରାତିରେ ନୁହେଁ ?

ଉ: ବ୍ରେକଫାଷ୍ଟ ।

15- ଏମିତି କଣ ଯାହାକୁ ଆମେ ନ ଛୁଇଁ ମଧ୍ୟ ରଖିଥାଉ ?

ଉ: ଆମର ନିଶ୍ଵାସ ।

16- ଯେତେବେଳେ ବର୍ଷା ତଳକୁ ଆସିଥାଏ ଏମିତି କଣ ଯାହା ଉପରକୁ ଉଠିଥାଏ ?

ଉ: ଛତା ।

17- ମଣିଷ ପାଖରେ ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ କଣ୍ଟ୍ରୋଲ କରିପାରି ନଥାଉ ?

ଉ: ମନ ।

18- ମୋର କଲେଜ ବି ଅଛି, ମୋର ଷ୍ଟୁଡେଣ୍ଟ ବି ଅଛି, ମୋର ଷ୍ଟୋର ବି ଅଛି, ମୋର ଦୋକାନ ବି ଅଛି । କହିଲ ଦେଖି ମୁଁ କିଏ ?

ଉ: ମେଡିକାଲ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।