ଓଡିଶାରେ ପଶିଗଲା ନୂଆ ଭାଇରସ H3N2, ଚିହ୍ନଟ ହେଲେଣି 60 ଜଣ ରୋଗୀ, ଚିନ୍ତାରେ ଡାକ୍ତର, ପୁଣି ହେବ କି ଲକଡାଉନ?

ନମସ୍କାର ବନ୍ଧୁଗଣ । ଓଡିଶାରେ ପଶିଳା ନୂଆ ଭୂତାଣୁ । H3N2 ଭୂତାଣୁ ରେ 59 ଜଣ ଆକ୍ରାନ୍ତ ହେଲେଣି । ମେଡିକାଲ ରେ ଲାଗିବ ରୋଗୀ ଙ୍କ ଭିଡ । ଅକ୍ସିଜେନ ସିଲିଣ୍ଡର ରଖିବାକୁ ପରାମର୍ଶ ଦିଆ ଗଲାଣି । ହଁ ଦର୍ଶକ ଓଡିଶାରେ ବ୍ୟାପୀ ଚାଲିଛି ଏହି ଭାଇରସ । ଓଡିଶାରେ 225 ନମୁନା ପରୀକ୍ଷା କରା ଯାଇଥିଲା । 225 ରୁ 59 ଟି ନମୁନା ହେଉଛି ପଜେଟିଭ । ତେବେ ଆରଏମଆରସି ପକ୍ଷ ରୁ ଏହା ସୂଚନା ମିଳିଛି ।

ତେବେ ରୋଗୀଙ୍କ ଠାରେ ଜ୍ଵର, କାଶ, ଥଣ୍ଡା ଭଳି ଲକ୍ଷଣ ଦେଖାଯାଏ । ତେବେ ଏନଯାଇମ ଫ୍ଲୁ ର ଚିକିତ୍ସା କରା ଯାଉଛି । ଅନ୍ୟ ପଟେ ଏହି ଭାଇରସ କୁ ନେଇ ସତର୍କ କରିଛି କେନ୍ଦ୍ର ସରକାର । ସବୁ ରାଜ୍ୟ କୁ ଚିଠି ଲେଖିଛନ୍ତି କେନ୍ଦ୍ର ସଚିବ ରାଜେଶ ଭୂଷଣ । ତେବେ ଚିଠି ରେ ଲେଖା ଯାଇଛି ଯେ ଲୋକ ମାନଙ୍କୁ ପ୍ରଥମେ ଏହି ଭାଇରାସ କୁ ନେଇ ସଚେତନ କରିବା ଜରୁରୀ ଅଟେ ।

ସାର୍ବଜନିନ ସ୍ଥାନରେ ଛେପ ପକାଇବା ନିଷେଧ କରାଯିବା ସହ ଭିଡ ସ୍ଥାନରେ ମସ୍କ ପୋଇନ୍ଧିବା ନିୟମ ପୁଣି ଥରେ ଲାଗୁ କରାଯିବା ଦରକାର । କୋଭିଡ଼ ଭଳି ପ୍ରୋକାଲ ପାଳନ କରିବା ପାଇଁ ରାଜ୍ୟ ଗୁଡିକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚୀବ । ତେବେ ମାସ୍କ ପିନ୍ଧିବା ନିୟମ ପୁଣି ଥରେ କାର୍ଯ୍ୟ କାରୀ କରିବା ଉପରେ ଗୁରୁତ୍ଵ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ।

ତେବେ କୋରୋନା ବିରୋଧୀ ଯେଉଁ ପାଞ୍ଚ ସୁକ୍ରୀ କାମ କରୁଥିଲା ତାକୁ ପୁଣି ଥରେ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଟେଷ୍ଟ ଟ୍ରାକ ଟ୍ରିକ ଆଉ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ଏଥି ସହ ମେଡିକାଲ ରେ ବେଡ ଓ ଅକ୍ସିଜେନ ସୁବିଧା ରଖିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ତେବ ପୁଣି ଥରେ କହି ରଖୁଛୁ ଓଡିଶାରେ ଏହି ନୂଆ ଭୂତାଣୁ 59 ଜଣ ଆକ୍ରାନ୍ତ ହୋଇ ସାରିଲେଣି ।

ତେବେ ଜାନୁଆରୀ ଓ ଫେବ୍ରୁଆରି ମାସରେ 225ଟି ନମୁନା ସଂଗ୍ରହ ହୋଇଥିଲା । ତେବେ 225ଟି ନମୁନା ମଧ୍ୟ ରୁ 89 ଟି ପଜେଟିଭ ଚିହ୍ନଟ ହୋଇଛି । ଯାହା କି ଏବେ ଓଡିଶା ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇ ଯାଇଛି । ତେବେ ଏନଫ୍ଲୁଏଞ୍ଜା ଦିନକୁ ଦିନ ବିସ୍ତାର କରୁ ଥିବାରୁ ଏଥିପାଇଁ କେନ୍ଦ୍ର ସତର୍କ କରାଇ ଦେଉଛି । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।