Vastu Tips:- ଘରର ଏହି ଜାଗାରେ ଚୁପଚାପ୍ ରଖି ଦିଅନ୍ତୁ ଗୋଟେ ଲବଙ୍ଗ, ଜୀବନସାରା ଆଉ କେବେବି ହେବନି ଧନର ଅଭାବ

ଜୀବନରେ କେବେ କେବେ ସମସ୍ଯା ବଢିଗଲେ ଆମେ ଧୈର୍ଯ୍ୟହରା ହୋଇ ଯାଇଥାଉ । ଲାଗେ ଯେମିତି ଆଉ କିଛି ବାଟ ନାହିଁ । କିନ୍ତୁ ଯେତେବେଳେ ଏମିତି ଅନୁଭବ କରୁଛନ୍ତି ସେତେବେଳେ ଆପଣଙ୍କ କାର୍ଯ୍ୟରେ ଆସିଥାଏ ଗୁରୁଜନଙ୍କ ଦ୍ଵାରା ଶିକ୍ଷା ମିଳିଥିବା କିଛି ଉପାୟ । ଯାହାକୁ ସଂପୂର୍ଣ୍ଣ ବିଶ୍ଵାସ ଓ ଶ୍ରଦ୍ଧାର ସହ କଲେ ଆପଣ ନିଶ୍ଚୟ ସମସ୍ୟାର ସମାଧାନ ପାଇପାରିବେ । ତେବେ ଆଜିର ଆମେ ଆପଣଙ୍କୁ ଏଥିପାଇଁ ଲବଙ୍ଗ ଓ ଅଳେଇଚକୁ ବ୍ୟବହାର କରି କରକା ଯାଉଥିବା କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ।

ସନାତନ ଧର୍ମରେ ଲବଙ୍ଗ ଓ ଅଳେଇଚକୁ ବହୁତ ପବିତ୍ର ମାନାଯାଏ, ସେଥିପାଇଁ ଅନେକ ପୂଜାପାଠ ସମୟରେ ଏସବୁ ବ୍ୟବହାର କରାଯାଏ । ଖାଦ୍ୟ ଓ ସ୍ଵାଦ ପାଇଁ ଏହା ଫାଇଦା ଦେବା ସହ ଜ୍ଯୋତିଷ ଉପାୟରେ ମଧ୍ୟ ଏହାକୁ ଉପଯୋଗୀ ମାନାଯାଏ । ନିଜର ଭାଗ୍ୟ ବଦଳାଇବା ପାଇଁ ଏବଂ ଇଚ୍ଛା ପୂରଣ ପାଇଁ ଆପଣ ଲବଙ୍ଗର ବ୍ୟବହାର କରିପାରିବେ ।

ଘରୁ ନକରାତ୍ମକ ଶକ୍ତିକୁ ବାହାର କରିବା ପାଇଁ ଏବଂ ଘରକୁ ଏହାଠୁ ସର୍ବଦା ଦୂରେଇ ରଖିବା ପାଇଁ ଆପଣ ଶନିବାର କିମ୍ବା ରବିବାର ସନ୍ଧ୍ୟାରେ ଧୂପ ପାତ୍ରରେ ୫ଟି ଲବଙ୍ଗ, ୩ଟି ଅଳେଇଚ ଏବଂ ୩ଟି କର୍ପୁର ଖଣ୍ଡ ଜଳାଇ ଦିଅନ୍ତୁ ଓ ଏହାର ଧୂଆଁକୁ ପୁରା ଘର ସାରା ବୁଲେଇ ଆଣନ୍ତୁ । ଏହା ପୁରା ଜଳିଯିବା ପରେ ଏହାର ପାଉଁଶକୁ ସୁଦ୍ଧା ଜଳରେ ମିଶାଇ ଘରର ମୁଖ୍ୟଦ୍ଵାରରେ ଛିଞ୍ଚି ଦିଅନ୍ତୁ ।

ଶୁକ୍ର ଗ୍ରହ ଭୌତିକ ସୁଖ, ସମ୍ପନ୍ନତା, କଳା, ପ୍ରସିଦ୍ଧତା, ସମୃଦ୍ଧି, ଜୀବନ, ସୌନ୍ଦର୍ଜ୍ୟ, କାମ ବାସନା, ବୈଭବ ଇତ୍ଯାଦିର କାରକ ଅଟନ୍ତି । ଶୁକ୍ର ମଜବୁତ ଥିଲେ ବ୍ୟକ୍ତିଙ୍କୁ ଏହି ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ । ତେଣୁ ଆପଣଙ୍କ କୁଣ୍ଡଳୀରେ ଶୁକ୍ରଙ୍କୁ ମଜବୁତ କରିବା ପାଇଁ ଗୋଟିଏ ପାତ୍ରରେ କିଛି ଜଳ ନେଇ ସେଥିରେ ଦୁଇଟି ବଡ ଅଳେଇଚ ପକାଇ ସେହି ପାଣିକୁଆ ଅଧା ଢାଳି ଦିଅନ୍ତୁ । ବଳକା ପାଣିକୁ ଆପଣଙ୍କ ଗାଧୋଇବା ପାଣିରେ ମିଶାଇ ସ୍ନାନ କରନ୍ତୁ ।

ଗାଧୋଇବା ବେଳେ ପବିତ୍ରତାର ଧ୍ୟାନ ରଖନ୍ତୁ ଓ “ଓଁ ଜୟନ୍ତୀ ମଙ୍ଗଳାକାଳି, ଭଦ୍ରକାଳୀ, ଦୂର୍ଗା କ୍ଷମା ଶିବା ଧାତ୍ରୀ ସୁହା ସୁଧା” ମନ୍ତ୍ରର ଜପ କରନ୍ତୁ । ଯଦି ଆପଣ ଚାକିରି କିମ୍ବା ପାଠପଢାରେ ସଫଳତା ପାଇବାକୁ ଚାହୁଁଥିଲେ ଏକ ଛୋଟ ଅଳେଇଚ ଓ ମିଶ୍ରି ନେଇ କୌଣସି ଓସ୍ତ ଗଛମୂଳେ ରଖି ଦିଅନ୍ତୁ । ଶୁକ୍ରବାର ଦିନ ଏହି ଉପାୟ କଲେ ଅଧିକ ଭଲ ଫଳ ମିଳିବ ।

ସେହି ଓସ୍ତ ଗଛ ସାମ୍ନାରେ ନିଜ କାମନାକୁ କହି ପ୍ରାର୍ଥନା କରନ୍ତୁ, କିନ୍ତୁ ଫେରିବା ବେଳେ ପଛକୁ ବୁଲି ଦେଖନ୍ତୁ ନାହିଁ । ଶୁକ୍ରବାର ଦିନ ମା ଲକ୍ଷ୍ମୀଙ୍କର ପୂଜା ନିଶ୍ଚୟ କରନ୍ତୁ ଓ ପୂଜାପାଠ ପରେ ଏକ ଲାଲ କପଡାରେ ଅଳେଇଚ ଏବଂ ଲବଙ୍ଗ ରଖି ମା’ଙ୍କୁ ଅର୍ପଣ କରନ୍ତୁ ଓ ପରେ ଏହାକୁ ନେଇ ନିଜ ଧନ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ କେବେବି ଧନର ଅଭାବ ହେବନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।