ନୂତନ ବର୍ଷ 2021 ଜାନୁଆରୀ ମାସରେ ଏହି 5 ରାଶି ଉପରେ ହେବ ଧନବର୍ଷା, 7 ରାଶିଙ୍କୁ ରହିବାକୁ ହେବ ସତର୍କ

ସାଧାରଣତଃ ଗ୍ରହ ମାନଙ୍କର ପ୍ରଭାବ ଦ୍ୱାରା ସବୁ ରାଶିଙ୍କୁ ଶୁଭ ଓ ଅଶୁଭ ଫଳ ମିଳିଥାଏ । କିଛି ରାଶିମାନଙ୍କୁ ଖୁସି ମିଳିଥାଏ ତ ଅନ୍ୟ କିଛି ରାଶିମାନଙ୍କୁ ଦୁଃଖ ମିଳିଥାଏ । ତେବେ ଆସନ୍ତୁ ଜାଣିବା ଜାନୁଆରୀ ମାସର ୧୨ଟି ରାଶିର ଭାଗ୍ୟଫଳ ବିଷୟରେ । ଜାଣିବା କେଉଁ ରାଶିଙ୍କୁ କେଉଁ ସବୁ ପରିସ୍ଥିତିର ସମ୍ମୁଖୀନ କରିବାକୁ ପଡିବ । କାହାକୁ ସୁଖ ମିଳିବ ଓ କାହା ଉପରେ ଦୁଃଖର ପାହାଡ ଭାଙ୍ଗି ପଡିବ ଆଜି ଆମେ ଆପଣଙ୍କୁ କହିବୁ ।

ରାଶି ଆମ ଆଗାମୀ ଜୀବନ ବିଷୟରେ ବହୁତ କିଛି କହିଥାଏ, ତେବେ ମଣିଷ ଜନ୍ମରୁ ନିଜ ରାଶି ସହ ଜନ୍ମ ହୋଇଥାଏ, ତେବେ କିଏ କେଉଁ ରାଶି ର ଅଟେ ଏହା ତା ଜନ୍ମ ସମୟ ଓ ତାରିଖ ଅନୁଯାଇ ନିର୍ଧାରିତ ହୋଇଥାଏ, ସବୁ ରାଶିଙ୍କ ଗୋଟେ ଗୋଟେ ଗୁରୁ ଅଟନ୍ତି ଯାହା ପ୍ରଭାବ ତାଙ୍କ ନିଜ ରାଶି ଉପରେ ସବୁଠାରୁ ଅଧିକ ହୋଇଥାଏ । ଏହା ଫଳରେ ରାଶି ଜାତକ ଜୀବନରେ ଆସିଥାଏ ଓ ରାଶି ଗ୍ରହ ମାନଙ୍କ ସ୍ଥିତି ଅନୁଯାଇ ନିଜ ପ୍ରଭାବ ବଦଳିଥାଏ ।

ଯଦି ଆପଣଙ୍କୁ ଜୀବନରେ ଏମିତି କିଛି ଘଟୁ ଅଛି ଯାହା ଅନୁଯାଇ ଆପଣଙ୍କୁ ଲାଗୁଛି ଯେ ଏହା ଆପଣଙ୍କ ଗ୍ରହ ପାଇଁ ହେଉଛି ତେବେ ଆପଣଙ୍କୁ ଏହାର ନିବାରଣ ଖୋଜିବା ଉଚିତ । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ ।

ମେଷ

ଆପଣଙ୍କୁ ଧନ ମିଳିପାରେ । ଛାତ୍ର ମାନଙ୍କ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ତୀର୍ଥ ସ୍ଥାନକୁ ଯାଇପାରନ୍ତି । ଚୋରଙ୍କ ଠାରୁ ସତର୍କ ରୁହନ୍ତୁ । ବ୍ୟବସାୟରେ ଲାଭ ମିଳିବ । ବୈବାହିକ ଜୀବନ ଖୁସିରେ ବିତିବ । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ

ପରିବାରରେ ମାନମାଳିନ୍ୟ ହୋଇ ପାରେ । ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ରହିବ । ଚାକିରୀ ତଥା ବ୍ୟବସାୟରେ ସମସ୍ୟା ଦେଖାଯାଇ ପାରେ । ଛାତ୍ର ଛାତ୍ରୀମାନେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।

ମିଥୁନ

ସ୍ୱାସ୍ଥ୍ୟରେ ଉନ୍ନତି ହେବ । ମାଲି ମକୋଦମାରେ ବିଜୟୀ ହେବେ । ବ୍ୟବସାୟରେ ଲାଭ ମିଳିବ । ଚାକିରୀରେ ପଦୋନ୍ନତି ମିଳିବ । ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ । ମହିଳାଙ୍କୁ ସବୁ କ୍ଷେତ୍ରରେ ଲାଭ ମିଳିବ ।

କର୍କଟ

ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନରେ ଖୁସି ମିଳିବ । ପାର୍ଟନରଶିପ ବ୍ୟବସାୟରେ ଭଲ ଲାଭ ମିଳିବ । କୃଷି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଗତି ମିଳିବ । କର୍ମ କ୍ଷେତ୍ରରେ ପ୍ରଶଂସା ମିଳିବ । ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ ।

ସିଂହ

ନିଜ ସ୍ୱାସ୍ଥ୍ୟ ପ୍ରତି ଚିନ୍ତା ରହିବ । ପାରିବାରିକ କଳହ ସୃଷ୍ଟି ହୋଇପାରେ । ଚାକିରି ତଥା ବ୍ୟବସାୟରେ କ୍ଷତି ହୋଇପାରେ । ଛାତ୍ର ଛାତ୍ରୀମାନେ ଅସଫଳତା ଭୋଗ କରିପାରନ୍ତି ।

କନ୍ୟା

ବିଦେଶ ଯାତ୍ରା କରି ପାରିବେ । ଅଯଥା ବିବାଦରେ ପଡନ୍ତୁ ନାହିଁ  । କର୍ମ କ୍ଷେତ୍ରରେ ନିନ୍ଦା ଓ ଅପବାଦ ସହିବାକୁ ପଡିବ । ବ୍ୟାବସାୟରେ ଆଶାନୁଯାଇ ଲାଭ ମିଳିବ ନାହିଁ ।

ତୁଳା

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଇ ପାରେ । ସମ୍ପର୍କୀୟଙ୍କ ସହ ମନାନ୍ତର ହୋଇପାରେ । କର୍ମ କ୍ଷେତ୍ରରେ ଶତ୍ରୁର ଭୟ ରହିବ । ମାଲି ମକୋଦମରେ ଫସି ପାରନ୍ତି । ଛାତ୍ରମାନଙ୍କ ପରିଶ୍ରମ ଅନୁସାରେ ଫଳ ମିଳିବ ନାହିଁ ।

ବିଚ୍ଛା

ସ୍ୱାସ୍ଥ୍ୟ ଭଲ ରହିବ । ପାରିବାରିକ ଜୀବନରେ ଶାନ୍ତି ରହିବ । ଚାକିରୀ ତଥା ବ୍ୟବସାୟରେ ସଫଳତା ମିଳିବ । ଶିକ୍ଷା କ୍ଷେତ୍ର ରେ ଛାତ୍ର ଛାତ୍ରୀ ମାନଙ୍କୁ ସଫଳତା ମିଳିବ ।

ଧନୁ

ପାରିବାରିକ ସମସ୍ୟା ଦେଖାଯାଇ ପାରେ । ବ୍ୟବସାୟ ସାମାନ୍ୟ ରହିବ । ସ୍ୱାସ୍ଥ୍ୟ ରେ ଅବନତି ହୋଇପାରେ । ମିତ୍ର ମାନଙ୍କ ସହ ଯୋଗ ମିଳିବ ।କର୍ମ କ୍ଷେତ୍ର ରେ ଶତ୍ରୁ ଭୟ ରହିବ ।

ମକର

ସ୍ୱାସ୍ଥ୍ୟ ଚିନ୍ତା ରହିବ । କୃଷି କ୍ଷେତ୍ର ରେ ଥିବା ବ୍ୟକ୍ତିଙ୍କୁ ଭଲ ଲାଭ ମିଳିବ । ପାରିବାରିକ ଅଶାନ୍ତି ବୃଦ୍ଧି ହୋଇପାରେ । କର୍ମ କ୍ଷେତ୍ର ତଥା ବ୍ୟବାସୟରେ ସମସ୍ୟା ଉଡଜି ପାରେ ।

କୁମ୍ଭ

ଧନ କ୍ଷୟ ହୋଇପାରେ । ସ୍ୱାସ୍ଥ୍ୟ ରେ ଅବନତି ହୋଇପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ପାରିବାରରେ ମନାନ୍ତର ହୋଇ  ପାରେ । କର୍ମ କ୍ଷେତ୍ରରେ ନକରାତ୍ମକ ପ୍ରଭାବ ରହିବ ।

ମୀନ

ସ୍ୱାସ୍ଥ୍ୟ ଭଲ ରହିବ । ଚାକିରୀ ରେ ପଦୋନ୍ନତି ମିଳିବ । ପାରିବାରିକ ଜୀବନରେ ଶାନ୍ତି ରହିବ । ବ୍ୟବସାୟ ରେ ଲାଭ ମିଳିବ । ଛାତ୍ର ଛାତ୍ରୀ ମାନଙ୍କୁ ସବୁ କ୍ଷେତ୍ର ରେ ସଫଳତା ମିଳିବ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।