ଆପଣ ଜାଣିଛନ୍ତି କି ନୋଟ୍ କେଉଁଥିରେ ତିଆରି ହୋଇଥାଏ ? କାଗଜ ନୁହେଁ ବରଂ ନୋଟ୍ କେଉଁଥିରେ ତିଆରି ହେଉଛି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ !

ଯେଉଁ ଟଙ୍କା ଆପଣ ବ୍ୟବହାର କରୁଛନ୍ତି ତାହା କେଉଁଥିରେ ତିଆରି ହେଉଛି ଆପଣ ଜାଣିଛନ୍ତି କି ? ସକାଳୁ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ଯେଉଁ ଜିନିଷ ପାଇଁ ଆମ ଜୀବନ ଚାଲିଛି ତାହା ହେଉଛି ଟଙ୍କା । ବିନା ଟଙ୍କା ପଇସାରେ ଜୀବନ ଜିଇଁବା ଅସମ୍ଭବ । କେଉଁ ଜିନିଷ କିଣିବା ହେଉ, କେଉଁ ସ୍ଥାନକୁ ଯିବା ଆସିବା ପାଇଁ କିମ୍ବା କେଉଁ କାର୍ଯ୍ୟ କରିବା ପାଇଁ ହେଉ ପ୍ରତ୍ଯକ୍ଷ ଏବଂ ପରୋକ୍ଷ ଭାବରେ ଟଙ୍କାର ଆବଶ୍ୟକ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଟଙ୍କା ବା ନୋଟ୍ କେଉଁଥିରେ ତିଆରି ହୁଏ ।

ଆମେ ସମସ୍ତେ ଜାଣିଛୁ ଯେ ଯେଉଁ ଟଙ୍କା ଆମେ ବ୍ୟବହାର କରୁଛୁ ତାହା ଏକ କାଗଜ ଅଟେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଟଙ୍କା ତିଆରି କରିବା ପାଇଁ ଟିକେ ବି କାଗଜର ବ୍ୟବହାର କରାଯାଏ ନାହିଁ । ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁଯାୟୀ ନୋଟ୍ ତିଆରି କରିବା ପାଇଁ କାଗଜ ନୁହେଁ ବରଂ କପା ଓ ସ୍ଵତନ୍ତ୍ର କଟନ୍ ର ବ୍ୟବହାର କରାଯାଏ । କାଗଜର ବ୍ୟବହାର କଲେ ନୋଟ୍ ଗୁଡିକ ଅଧିକ ଦିନ ପାଇଁ ସୁରକ୍ଷିତ ରହିବ ନାହିଁ । ଏହା ଖୁବ୍ ଶୀଘ୍ର ଚିରିଯିବ ।

ଆପଣ ଅନେକ ଥର ଲକ୍ଷ କରିଥିବେ ଯେ ନୋଟ୍ ଟି ପାଣିରେ ଓଦା ହୋଇଗଲେ ମଧ୍ୟ ତାହା ଖରାପ ହୋଇ ନଥାଏ ଏବଂ ଆମେ ତାକୁ ଖରାରେ ଶୁଖାଇ ପୁଣି ଥରେ ବ୍ୟବହାର କରିପାରୁ । ଏହିସବୁ କାରଣରୁ ନୋଟ୍ ଗୁଡିକୁ କାଗଜରେ ତିଆରି କରା ନଯାଇ ଶତ ପ୍ରତିଶତ କପାରେ ତିଆରି କରା ଯାଇଥାଏ । କାଗଜ ନୋଟ୍ ତୁଳନାରେ କପାରେ ତିଆରି ହେଉଥିବା ନୋଟ୍ ଅଧିକ ମଜବୁତ ଅଟେ । ତେବେ କେବଳ ଭାରତରେ ନୁହେ ବରଂ ସାରା ଦୁନିଆରେ ନୋଟ୍ ତିଆରି କରିବା ପାଇଁ କପାର ବ୍ୟବହାର କରାଯାଏ ।

କପାରେ ଲେନିଙ୍ଗ ନାମକ ଏକ ଫାଇବାର ରହିଥାଏ, ଯେତେବେଳେ ନୋଟ୍ ତିଆରି କରାଯାଏ ସେତେବେଳେ କେବଳ କପା ନୁହେଁ ବରଂ ଗେଟଲିନ୍ ର ମଧ୍ୟ ବ୍ୟବହାର କରାଯାଏ । ଯେଉଁଥି ପାଇଁ ଅଧିକ ଦିନ ପର୍ଯ୍ୟନ୍ତ ନୋଟ୍ ଗୁଡିକ ଖରାପ ହୁଏନାହିଁ । ଆମ ଦେଶରେ ନୋଟ୍ ଛାପିବାର ଅଧିକାର କେବଳ ରିଜର୍ଭ ବ୍ଯାଙ୍କ ପାଖରେ ରହିଛି । ଆରବିଆଇ କୁ ଏହି ଅଧିକାର ଅଧିନିୟମର ଧାରା ୨୨ ଅନୁଯାୟୀ ମିଳିଛି ।

ତେବେ ଜାଲ୍ ତଥା ନକଲି ନୋଟ୍ ଗୁଡିକ ଉପରେ ଲଗାମ ଲଗାଇବା ପାଇଁ ଆରବିଆଇ ଛାପୁଥିବା ନୋଟ୍ ଗୁଡିକରେ ସିକ୍ଯୁରିଟି ଫିଚର୍ସ ଦିଆ ଯାଇଥାଏ । ଆଉ ଏହି କାରଣରୁ ସମୟକ୍ରମେ ଭାରତୀୟ ନୋଟରେ ପରିବର୍ତ୍ତନ ମଧ୍ୟ କରା ଯାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।