ପିଲା କାନ୍ଦୁଛନ୍ତି ଆଉ ସାର୍ ବି କାନ୍ଦୁଛନ୍ତି ! ସ୍କୁଲର ଏଭଳି ଏକ ଦୃଶ୍ୟଓ ଏହାର କାରଣ ଜାଣିଲେ ଆପଣ ମଧ୍ୟ ଭାବବିହ୍ଵଳ ହୋଇଯିବେ, ଦେଖନ୍ତୁ video

ଆଜେ ଆମେ ଆପଣଙ୍କୁ ଗୁରୁ-ଶିଷ୍ୟ ସମ୍ପର୍କର ଏପରି ଏକ ଦୃଶ୍ୟ ଦେଖାଇବୁ, ଯାହା ଦେଖିଲେ ଆପଣ ଭାବବିହ୍ଵଳ ହୋଇଯିବେ । ପିଲାଙ୍କୁ ଛାଡି ଆଜି ସବୁଦିନ ପାଇଁ ଚାଲିଯିବେ ସାର୍ । ସରକାରୀ ଚାକିରିରେ କେତେବେଳେ କେଉଁଠାକୁ ବଦଳି ହୋଇଯିବ ତାହା କିଏ କହିବ ! ହେଲେ ସାର୍ ଙ୍କ ଠାରୁ ସ୍ନେହାଶ୍ରଦ୍ଧା ପାଇଥିବା ପିଲାଙ୍କୁ ଏକଥା ବୁଝାଇବ କିଏ ? ପିଲାମାନେ କାନ୍ଦି କାନ୍ଦି ତଳେ ଲୋଟି ପଡ଼ୁଛନ୍ତି । ସେମାନଙ୍କ ଆଖିର ଲୁହ ଯେମିତି କହୁଛି ସାର୍ ଆମକୁ ଛାଡି ଯାଆନ୍ତୁନି ।

ଏହା ହେଉଛି ଗୁରୁ ଶିଷ୍ୟଙ୍କ ପବିତ୍ର ସମ୍ପର୍କର ଏକ ଜ୍ଵଳନ୍ତ ଉଦାହରଣ । ଏହି ଘଟଣାର ଭିଡିଓ ପ୍ରକାଶିତ ହେବା ପରେ ଏହା ଏବେ ଖୁବ୍ ଭାଇରାଲ ହେଉଛି । ଉଭୟ ଗୁରୁ ଏବଂ ଶିଷ୍ୟଙ୍କ ଆଖିରେ ଲୁହ । ନବରଙ୍ଗପୁର ଡାବୁଗାଁ ବ୍ଲକର ମେଦନା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ବାରିକଙ୍କ ବଦଳି ଖବର ଶୁଣିବ ପରେ ପିଲାମାନେ କିଭଳି ରଡି ଛାଡି କାନ୍ଦୁଛନ୍ତି ଆପଣ ଏହି ଭିଡିଓରେ ଦେଖି ପାରୁଥିବେ । ସାର୍ ଙ୍କ ନିଃସ୍ଵାର୍ଥପର ଭଲପାଇବା ଆଜି ପିଲାଙ୍କୁ ବାନ୍ଧି ଦେଇଛି ।

ଛାତ୍ରଛାତ୍ରୀଙ୍କ ଏଭଳି କାନ୍ଦବୋବାଳି ଦେଖି ଅଭିଭାବକ ଏବଂ ଗ୍ରାମବାସୀ ବିଦ୍ୟାଳୟକୁ ଆସି ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଛନ୍ତି । ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ପରିଚାଳନା କମିଟି ଓ ଗ୍ରାମବାସୀ ଡ଼ିଇଓଙ୍କୁ ଭେଟି ସମ୍ପୃକ୍ତ ଶିକ୍ଷକଙ୍କ ବଦଳି ଆଦେଶ ବାତିଲ କରିବାକୁ ଦାବି କରିଛନ୍ତି । ଆଜିର ସମୟରେ ମଧ୍ୟ ଗୁରୁଙ୍କ ପ୍ରତି ଶିଷ୍ୟଙ୍କର ଏଭଳି ସ୍ନେହ ଶ୍ରଦ୍ଧା ଦେଖି ଲୋକଙ୍କ ଆଖି ମଧ୍ୟ ଭିଜି ଯାଉଛି ।

ଆଜିର ସମୟରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଏତେ ସୁସମ୍ପର୍କ ନିଶ୍ଚୟ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କାରଣ ଅନେକ ସମୟରେ କିଛି ଗୁରୁଙ୍କ କଳା କାରନାମାର କାହାଣୀ ସାମନାକୁ ଆସୁଛି । ଯାହାଫଳରେ ଗୁରୁ-ଶିଷ୍ୟଙ୍କ ଏହି ପବିତ୍ର ସମ୍ପର୍କ ଉପରେ ଅନେକ ସମୟରେ କଳଙ୍କ ଲାଗୁଛି । ଗୁରୁ ନିଜ ସ୍ଥାନ ଏବଂ ମର୍ଯ୍ୟାଦା ଭୁଲିଯାଇ ଯେଉଁ ସବୁ କାର୍ଯ୍ୟ କରୁଛନ୍ତି ତାହା ବିଲକୁଲ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ ।

ଏସବୁ ମଧ୍ୟରେ ଆଜି ବି ଅନେକ ଗୁରୁ ଅଛନ୍ତି ଯେଉଁମାନେ ନିଜ ଶିଷ୍ୟଙ୍କ ପାଇଁ ପ୍ରକୃତ ଆଦର୍ଶ ହେଉଛନ୍ତି । ଆଉ ନଗରଙ୍ଗପୁରର ଏହି ପ୍ରଧାନ ଶିକ୍ଷକ ଦିବାକର ବାରିକ ପ୍ରମାଣ କରି ଦେଖାଇଛନ୍ତି । ଆପଣଙ୍କ ମନକୁ ଏହି ଗୁରୁ-ଶିଷ୍ୟଙ୍କ ସମ୍ପର୍କ ଖୁବ୍ ଛୁଇଁଥିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।