ପୃଥିବୀକୁ ମାଡି ଆସୁଛି ବିପଦ ! NASA ଦେଲା ସତର୍କ ସୂଚନା, ଆସନ୍ତା 48 ଘଣ୍ଟା ମଧ୍ୟରେ ଏକ ବିରାଟକାୟ ପଥରଖଣ୍ଡ ପୃଥିବୀ ସହ ହେବ ଧକ୍କା ! 

ପୃଥିବୀ ଆଡକୁ ମାଡି ଆସୁଛି ଏକ ବିଶାଳ ମହାକାଶୀୟ ପଥରଖଣ୍ଡ । ଏଥିପାଇଁ ଆସନ୍ତା ୪୮ଘଣ୍ଟା ପୃଥିବୀ ପାଇଁ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ରହିବ । ଆମେରିକୀୟ ମହାକାଶୀୟ ସଂସ୍ଥା ନାସା ଏହାକୁ ନେଇ କଡା ନଜର ରଖିଛି । ପୃଥିବୀ ଆଡକୁ ମାଡି ଆସୁଥିବା ଏହି ବିଶାଳ ମହାକାଶୀୟ ବସ୍ତୁଟି ଏକ ଆଷ୍ଟୋରଏଡ ବା ପଥରଖଣ୍ଡ । ନାସା ଏହାର ନାମ 2003-ST220 ରଖିଛି । ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ଏମଏସ ଏକ୍ସପ୍ଲୋରେସନ ସେଣ୍ଟର ଏହାକୁ ବିପଦଜନକ ମହାକାଶୀୟ ପଥରଖଣ୍ଡ ଶ୍ରେଣୀରେ ପ୍ରଥମେ ଏହାକୁ ଠାବ କରିଥିଲା ।

ଏବେ ଏହି ପଥରଖଣ୍ଡଟି ଶୁକ୍ର ଏବଂ ପୃଥିବୀ ମଧ୍ୟରେ ରହିଥିବା କକ୍ଷପଥରେ ଘୁରି ବୁଲୁଛି । ପ୍ରତ୍ଯେକ ଚାରି ମାସରେ ଥରେ ଏହା ସୂର୍ଯ୍ୟ ଚାରିପାଖେ ପରିକ୍ରମା କରୁଛି । ପ୍ରଥମ ଥର ପାଇଁ ୨୦୦୩ ମସିହାରେ ଏହି ମହାକାଶୀୟ ପଥରଖଣ୍ଡ ଟିକୁ ଠାବ କରା ଯାଇଥିଲା । ଟେଲିସ୍କୋପ ଜରିଆରେ ମହକାଶ ବିଜ୍ଞାନୀ ଏହାକୁ ଠାବ କରିଥିଲେ । ଏହାକୁ ଅନୁଧ୍ୟାନ କରିବା ପରେ ବିପଦଜନକ ବର୍ଗରେ ସ୍ଥାନ ଦିଆଯାଇଛି । ଏହି ମହାକାଶୀୟ ପଥରଖଣ୍ଡଟି ପ୍ରାୟ ଏକ କିଲୋମିଟର ଅଞ୍ଚଳ ପରିବ୍ୟାପ୍ତ ହେବ ।

ଶେଷ ଥର ପାଇଁ ୨୦୧୮ ମସିହା ଡିସେମ୍ବର ୨୨ ତାରିଖରେ ଏହାକୁ ଠାବ କରା ଯାଇଥିଲା । ସେତେବେଳେ ଏହା ପୃଥିବୀଠୁ ୧୬.୧୫ ଲକ୍ଷ କିମି ଦୂରରେ ରହିଥିଲା । ଅର୍ଥାତ ଭାରତ ଠାରୁ ଚନ୍ଦ୍ର ଯେତିକି ଦୂରରେ ରହିଛି ଏହା ତା’ଠାରୁ ୬ ଗୁଣ ଅଧିକ ଦୂରତାରେ ରହିଥିଲା । ନାସା ଏହି ମହାକାଶୀୟ ପଥରଖଣ୍ଡ ନିକଟକୁ ରୋବର୍ଟ ପଠାଇ ଏହା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଯୋଜନା ରଖିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ବିଶାଳ ମହାକାଶୀୟ ପଥରଖଣ୍ଡଟି ପୃଥିବୀ ଠାରୁ ୬୪ ଲକ୍ଷ କିମି ଦୂରରେ ଅତିକ୍ରମ କରିବ ।

ଅନ୍ତରୀକ୍ଷରେ କୋଟି କୋଟି କିମି ଦୂରତାକୁ ଅଧିକ ବୋଲି ଧରା ଯାଇ ନଥାଏ । କାରଣ ଏହି ପଥରଖଣ୍ଡର ଅବସ୍ଥିତି ମାତ୍ର ଗୋଟିଏ ଡିଗ୍ରୀ ପରିବର୍ତ୍ତନ ହୋଇଗଲେ ତାହା ପୃଥିବୀ ଆଡକୁ ଗତି କରିବା ସମ୍ଭାବନା ରହିଛି । ଯଦି କୌଣସି ଧୂମକେତୁ, କ୍ଷୁଦ୍ର ଗ୍ରହ, ଉପଗ୍ରହ ପରି ମହାକାଶୀୟ ବସ୍ତୁ ପୃଥିବୀ ଠାରୁ ୭୪ ଲକ୍ଷ କିମି ଦୂରତା ମଧ୍ୟରେ ଆସୁଥାଏ, ତାହାକୁ ବିପଦଜନକ ଶ୍ରେଣୀରେ ରଖାଯାଏ ।

ପୃଥିବୀ ଠାରୁ ୧୯ କୋଟି ଦୂରତାରେ ଗତି କରୁଥିବା କରୁଥିବା କୌଣସି ଦ୍ରୁତ ବସ୍ତୁକୁ ନାସା ପୃଥିବୀର ନିକଟତମ ବସ୍ତୁ ତାଲିକାରେ ରଖିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।