Nita Ambani ଙ୍କ 5 ସବୁଠୁ ମହଙ୍ଗା ଜିନିଷ, ଦାମ ଜାଣିଲେ ଉଡ଼ିଯିବ ହୋସ

ଭାରତରେ ସବୁଠାରୁ ଧନୀ ପରିବାର ବିଷୟରେ କଥା ହେବା ଯଦି ତେବେ ପ୍ରଥମେ ନା ଆସିଥାଏ ମୁକେଶ ଅମ୍ବାନୀ ଏବଂ ପରିବାର ର ନାମ ସବୁଠୁ ପ୍ରଥମେ ଆସିଥାଏ । ଏହି ପରିବାର ନିଜ ଲାଇଫଷ୍ଟାଇଲ କୁ ନେଇ ଦୁନିଆରେ ବହୁତ ଚର୍ଚ୍ଚାରେ ରହିଥାନ୍ତି । ସବୁଠୁ ବେଶି ଚର୍ଚ୍ଚାରେ ରହିଥାନ୍ତି ମୁକେଶ ଅମ୍ବାନୀ ଙ୍କ ସ୍ତ୍ରୀ ନିତା ଅମ୍ବାନୀ । ଆଜି ଆମେ ଆପଣଙ୍କୁ ନୀତା ଅମ୍ବାନୀ ଙ୍କ ସବୁଠୁ ୫ ଟି ମହଙ୍ଗା ଜିନିଷ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ଜୋତା :- ନିତା ଅମ୍ବାନୀ ଦୁନିଆର ସବୁଠୁ ବ୍ରଣ୍ଡେଡ ଜୋତା ପିନ୍ଧିଥାନ୍ତି । ଖବର ଅନୁସାରେ ନିତା ଅମ୍ବାନୀ ଙ୍କ ଜୋତା ର ଦାମ ୨ଲକ୍ଷ୍ୟ ଠାରୁ ଆରମ୍ଭ ହୋଇଥାଏ । ଏବଂ ନିତା ସବୁବେଳେ ଦାମୀ ଜୋତା ପିନ୍ଧିଥାନ୍ତି । ନିତା ପେଡ୍ରୋଗର୍ଶିଆ, ପେଲ୍ମୋଡା, ଭଳି ଦାମୀ ଦାମୀ ବ୍ରାଣ୍ଡ ର ଜୋତା ପିନ୍ଧିଥାନ୍ତି ।

ଘଣ୍ଟା:- ମିସେସ ଅମ୍ବାନୀ ଙ୍କ ହାତରେ ପିନ୍ଧିଥିବା ଘଣ୍ଟା ସବୁ ଦାମୀ ବ୍ରାଣ୍ଡ ର ହୋଇଥାଏ । ଏଥିରେ ବୁଲଗେରି, ବ୍ରାଡିଏଲ, ଗୁସି, କେଲ୍ଭିନ କ୍ଲେନ, ଫୋଷିଲ ରହିଥାଏ । ଏହି ବ୍ରାଣ୍ଡ ର ଘଣ୍ଟା ର ଦାମ ୪ ଲକ୍ଷ୍ୟ ଟଙ୍କାରୁ ଆରମ୍ଭ ହୋଇଥାଏ । ଏବଂ ନିତା ଙ୍କ ପାଖରେ ବହୁତ ଘଣ୍ଟା ଅଛି । ସେ ପ୍ରତିଦିନ ନୂଆ ନୂଆ ଘଣ୍ଟା ପିନ୍ଧିଥାନ୍ତି ।

ଜ୍ୱେଲେରି :- ନିତା ଅମ୍ବାନୀ ଙ୍କୁ ପାରମ୍ପରିକ ଜ୍ୱେଲେରୀ, ଖାସ କରି କୁନ୍ଦନ ଜ୍ୱେଲେରୀ ବେଶି ପସନ୍ଦ । ନିଜ ପ୍ରଫେସନାଲ କାରଣରୁ ନିତା ଅମ୍ବାନୀ ସୋଲିଟେଲ ଦାଇମଣ୍ଡ ରୁ ତିଆରି ହୋଇଥିବା ଗହଣା ପିନ୍ଧିବାକୁ ପସନ୍ଦ କରିଥାନ୍ତି । ତାଙ୍କ ଆଙ୍ଗୁଠି ର ମୁଦି ର ଦାମ ୯ ଲକ୍ଷ ରୁ ଆରମ୍ଭ ହୋଇଥାଏ । ନିତା ଙ୍କ ସବୁଠୁ ପସନ୍ଦ ସେହି ମୁଦି ଅଟେ ଯାହା ମୁକେଶ ଅମ୍ବାନୀ ତାଙ୍କୁ ପ୍ରପୋଜ କରିବା ସମୟରେ ଦେଇଥିଲେ । ଏହି ମୁଦିର ଦାମ ଆଜିଠୁ ୩୦ ବର୍ଷ ପୂର୍ବରୁ ୧୯୦୦୦ ଟଙ୍କା ଥିଲା ।

ଅଣ୍ଟିଲିଆ ହାଉସ:- ଭାରତରେ ସବୁଠାରୁ ମହଙ୍ଗା ଘର ମଧ୍ୟ ଅମ୍ବାନୀ ଙ୍କ ଅଟେ । ୪ ଲକ୍ଷ ସ୍କୋୟାର ଫିଟ ରେ ତିଆରି ଏହି ୨୭ ମହଲା ବିଲ୍ଡିଂ ର ଘର ଦୁନିଆର ସବୁଠାରୁ ଆଲିସାନ ଘର ବୋଲି କୁହାଯାଏ । ଏହି ଘରର ଦାମ ୭୦ କୋଟି ଟଙ୍କା ଅଟେ । ଏହି ଘରେ ଜିମ, ସୁଇମିଂ ପୁଲ, ଗାର୍ଡେନ, ହେଲିପେଡ, ପାର୍କିଂ ସବୁକିଛି ରହିଛି । ନିତା ଅମ୍ବାନୀ ଙ୍କ ପାଇଁ ଏଠାରେ ଗୋଟେ ସ୍ନୋ ରୁମ ମାନେ ବରଫ ର ଘର ମଧ୍ୟ ରହିଛି ।

ଶାଢ଼ୀ :- ନିତା ଅମ୍ବାନୀ ଙ୍କ ପାଖରେ ବହୁତ ଦାମୀ ଦାମୀ ଶାଢ଼ୀ ସବୁ ଅଛି । ନିଜ ବିବାହ ର ୮କିଲୋ ଓଜନ ଶାଢ଼ୀ ପାଇ ବହୁତ ଚର୍ଚ୍ଚାରେ ରୁହନ୍ତି ନିତା, କାରଣ ଏହି ଶାଢୀ ର ଦାମ ୬୦ ଲକ୍ଷ ଟଙ୍କା ଅଟେ । ସେ ସବୁଠୁ ଦାମୀ ଦାମୀ ଶାଢ଼ୀ ସବୁ ପିନ୍ଧନ୍ତି । ତାଙ୍କର ଶାଢ଼ୀ ର ଦାମ ୨୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।