Nisha Moharana ଙ୍କୁ ଖସାଇଲେ Riya Dey ଙ୍କୁ ଚଢେଇଲେ, ମଞ୍ଚ ଦୁଲୁକେଇ ଦର୍ଶକଙ୍କୁ ଝୁମେଇଲେ ରିୟା, ଦେଖନ୍ତୁ video

ଯେଉଁ ମଞ୍ଚରୁ ବିବାଦୀୟ ଅଭିନେତ୍ରୀ ନିଶା ମହାରଣାଙ୍କୁ ତଡି ଦିଆଗଲା ସେହି ମଞ୍ଚ ଉପରକୁ ଚଢିଲେ ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ରିୟା ଦେ’ । ନିଶାଙ୍କୁ ଯେଉଁ ମଞ୍ଚରେ ନାଚିବାକୁ ବାରଣ କରାଗଲା ସେହି ମଞ୍ଚରେ ରିୟା ଦେ’ ନିଜ ଜଲୱା ଦେଖାଇଲେ । ଅତିଥି କଳାକାର ଆସନ୍ତୁ ଏବଂ ଦର୍ଶକ ମଧ୍ୟ ଖୁସି ହୁଅନ୍ତୁ । କିନ୍ତୁ ଯାତ୍ରା ମଞ୍ଚ ଉପରେ ଅ-ଶ୍ଳୀ-ଳ-ତା-କୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ପ୍ରତିବାଦ ଉଠିବା ପରେ ନିଶାଙ୍କୁ ମଞ୍ଚ ଉପରକୁ ଚଢିବାକୁ ମନା କରିଦିଆ ଯାଇଥିଲା ।

ଗତକାଲି ରାତିର ରାଜଧାନୀ ଅପେରା ମଞ୍ଚରେ ନିଶା ମହାରଣା ନିଜ ଜଲୱା ଦେଖାଇଥାନ୍ତେ । ହେଲେ ଏହା ପୂର୍ବରୁ ଉପୁଜିଲା ବିବାଦ । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧିନସ୍ଥ ବଡମୂଳବସନ୍ତ ପଡିଆରେ ଯାତ୍ରା ଚାଲିଥିବା ବେଳେ ନିଶାଙ୍କୁ ନେଇ ମୁଣ୍ଡ ଟେକିଥିଲା ବିବାଦ । ମଞ୍ଚ ଉପରକୁ ଯଦି ନିଶା ଉଠିବେ ତେବେ କମେଡିଆନ ଦୟାଙ୍କ ସହ ତାଙ୍କ ସାଥି କଳାକାର ମଞ୍ଚକୁ ଉଠିବେ ନାହିଁ ବୋଲି ପ୍ରତିବାଦ କରିଥିଲେ । ଏହାକୁ ନେଇ ପ୍ରବଳ ବିରୋଧ ହେବା ପରେ ନିଶା ଆଉ ମଞ୍ଚକୁ ଉଠିଲେ ନାହିଁ ।

ହେଲେ ଓଡିଆ ଅଭିନେତ୍ରୀ ରିୟା ଦେ’ ଯାତ୍ରା ମଞ୍ଚରେ ନିଜର ଜଲୱା ଦେଖାଇ ଦର୍ଶକଙ୍କ ମନୋରଞ୍ଜନ କଲେ । ରିୟା ଦେ’ ଡ୍ୟାନ୍ସ କଲେ ଆଉ ଗୀତ ମଧ୍ୟ ଗାଇଲେ । ହେଲେ ସେଥିରେ କୌଣସି ଅ-ଶ୍ଳୀ-ଳ-ତା ନଥିଲା । ସେଥିପାଇଁ ରିୟାଙ୍କୁ ସୁଯୋଗ ଦିଆଗଲା ଆଉ ନିଶାଙ୍କୁ ବାରଣ କରାଗଲା । ଭଲରେ ଭଲରେ ଯାତ୍ରା ଶେଷ ହେଲା ଆଉ ଦର୍ଶକ ବେଶ ଶାନ୍ତି ଶୃଙ୍ଖଳାରେ ଯାତ୍ରା ଦେଖିଲେ ।

ଗତକାଲି ସନ୍ଧ୍ୟାରେ କମିଟି ପକ୍ଷରୁ ଘୋଷଣା କରା ଯାଇଥିଲା କି, ନିଶା ମଞ୍ଚ ଉପରକୁ ଉଠିବେନି ବରଂ ତାଙ୍କ ସ୍ଥାନରେ ରିୟା ଦେ’ ମଞ୍ଚ ଉପରେ ଯୋଗ ଦେବେ । ମୂଳବସନ୍ତର ନିତାଇ ଯାତ୍ରା କମିଟିର ଦ୍ଵିତୀୟ ରାତିରେ ଆଇଟମ ଗାର୍ଲ ନିଶା ମହାରଣାଙ୍କ ବଦଳରେ ମଞ୍ଚକୁ ଆସିଥିଲେ ରିୟା ଦେ’ ।

ଯାହାପରେ ଯାତ୍ରା ରାଜଧାନୀ ଅପେରା ସୁରୁଖୁରୁରେ ତା’ର ଦ୍ଵିତୀୟ ଦିନର ଯାତ୍ରା ନାଟକ ମଞ୍ଚସ୍ଥ କରିଥିଲା । କାରଣ କଳାକାର ମାନେ ରୋକଠୋକ ମନା କରି ଦେଇଥିଲେ କି ନିଶା ଯଦି ଯାତ୍ରା ମଞ୍ଚକୁ ଉଠନ୍ତି ତେବେ ଆମେ ମଞ୍ଚ ଉପରକୁ ଯିବୁନାହିଁ । ନିଶା କଳାକାର ନୁହେଁ ବରଂ ଖାଲି ଅ-ଶ୍ଳୀ-ଳ ନୃତ୍ୟ କରି ଲୋକପ୍ରିୟ ହେବାକୁ ଚେଷ୍ଟା କରୁଛନ୍ତି ବୋଲି ସେମାନେ ଅଭିଯୋଗ ଆଣିଥିଲେ ।

ନିଶା ମଧ୍ୟ ଯାତ୍ରା କଳାକାରଙ୍କୁ କଡା ଭାଷାରେ ସୋ-ସି-ଆ-ଲ ମି-ଡି-ଆ-ରେ ଗା-ଳି-ଗୁ-ଲ-ଜ କରିଛନ୍ତି । ସେ ଯାହା ବି ହେଉ ରାଜଧାନୀ ଅପେରା ରିୟାଙ୍କୁ ନେଇ ଖୁବ ସୁନ୍ଦର ଭାବେ ନାଟକ ମଞ୍ଚସ୍ଥ କରିଥିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।