ଅଜବ ଗାଁ’ର ଗଜବ ନିୟମ ! ଏଠାରେ ଛୁଇଁବା ମନା ନହେଲେ ଭୋଗିପାରନ୍ତି ଦଣ୍ଡ ! ଏହି ଗାଁ’ରେ କାହିଁକି ରହିଛି ଏଭଳି ନିୟମ ?

ଆଧୁନିକ ଯୁଗରେ ମଧ୍ୟ ଭାରତରେ ଏମିତି ଅନେକ ଗାଁ ରହିଛି ଯାହା ନିୟମକାନୁନ ହିସାବରେ ଚାଲୁଛି । ତେଣୁ ଗାଁ ଗୁଡିକୁ ଯିବା ପୂର୍ବରୁ ସେଠାକାର ନିୟମକାନୁନ ବିଷୟରେ ଜାଣିରଖିବା ନିହାତି ଜରୁରୀ । ନଚେତ ଯେକେହି ମଧ୍ୟ ଅସୁବିଧାରେ ପଡି ପାରନ୍ତି । ଶିମଳାର କୁଲୁ ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଯାହାର ନାଁ ମଲାନା । ସେହି ଗାଁର କିଛି ବିଚିତ୍ର ନିୟମ ରହିଛି ଯାହା ସେଠାକୁ ଯାଉଥିବା ପର୍ଯ୍ୟଟକ ମାନେ ମାନିବା ବାଧ୍ୟତାମୂଳକ ଅଟେ । ନହେଲେ ଆପଣଙ୍କୁ ଜୋରିମାନା ମଧ୍ୟ ଦେବାକୁ ପଡିପାରେ ।

ମଲାନା ଗାଁର ବିଚିତ୍ର ନିୟମ ହେଉଛି ଆପଣ ଗାଁର କୌଣସି ଜିନିଷକୁ ଛୁଇଁ ପାରିବେ ନାହିଁ । ଗାଁ’କୁ ପ୍ରବେଶ କରିବା ପୂର୍ବରୁ ଏକ ବୋର୍ଡରେ ନିୟମ ବିଷୟରେ ସବୁ ସୂଚନା ଲେଖାହୋଇଛି । ଏପରିକି ଗାଁ’ର କେଉଁ ଜିନିଷକୁ ଛୁଇଁଲେ କେତେ ଟଙ୍କା ଜୋରିମାନା ଦେବାକୁ ହେବ ତାହା ସ୍ପଷ୍ଟ ଲେଖାଯାଇଛି । ତେଣୁ ଗାଁ ଭିତରକୁ ଯିବା ପୂର୍ବରୁ ସେହି ବୋର୍ଡକୁ ଭଲଭାବେ ପଢିକି ଯିବାକୁ ହେବ ।

ମଲାନା ଗାଁ’କୁ ଯିବା ପରେ ସେଠାରେ ଆପଣ ଯଦି କିଛି ଜିନିଷ ଛୁଇଁ ଦେଉଛନ୍ତି ତେବେ ଆପଣଙ୍କୁ 1000 ରୁ 2500 ଟଙ୍କା ଯାଏଁ ଜୋରିମାନା ବାନ୍ଧିବାକୁ ପଡିବ । ଏଠାରେ ନିୟମ ଏତେ କଠୋର ଯେ ପର୍ଯ୍ୟଟକ ମାନେ ଦୋକାନରେ ମଧ୍ୟ କୌଣସି ଜିନିଷ ଛୁଇଁ ପାରିବେନି । ସେହି ଗାଁ’ର କୌଣସି ଦୋକାନକୁ ଜିନିଷ କିଣିବାକୁ ଗଲେ ଦୋକାନୀ ଆପଣଙ୍କ ହାତରେ ଜିନିଷ ଦେବେନାହିଁ ବରଂ ଦୋକାନ ବାହାରେ ଏହାକୁ ଥୋଇ ଦେବେ ।

ଶିମଳାର ଏହି ଗାଁ’ରେ ଅତୀତରେ ନିଜର ଏକ ସ୍ଵତନ୍ତ୍ର ସମ୍ବିଧାନ ରହିଥିଲା । ଆଉ ଏବେ ସେହି ସମ୍ବିଧାନର କିଛି ନିୟମ ଏବେବି ଏଠାରେ ଚାଲି ଆସୁଛି । ଏହି ଗାଁ’ରେ ଦୁନିଆର ସବୁଠାରୁ ପୁରୁଣା ଲୋକତନ୍ତ୍ର ରହିଛି ବୋଲି କୁହାଯାଏ । ପାହାଡ ପର୍ବତ ଘେର ମଧ୍ୟରେ ରହିଥିବା ଏହି ଗାଁ ଭିତରକୁ ଗଲେ ଆପଣ ଏକ ଅଲଗା ଅନୁଭୂତି ପାଇବେ । ଏଠାକାର ଲୋକ ଓ ସେମାନଙ୍କ ଚାଲିଚଳନ ଦେଖିଲେ ଲାଗିବ ଆପଣ ସତେ ଯେମିତି କେଉଁ ଅଲଗା ଦୁନିଆକୁ ଚାଲି ଆସିଛନ୍ତି ।

ତେବେ ଗାଁ ବ୍ଯତୀତ ଭାରତରେ ଆହୁରି ଏକ ଗାଁ ରହିଛି ଯାହା ନିଜର ଇତିହାସ ଏବଂ ନିୟମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଆପଣ ଯଦି ଏଭଳି କିଛି ନିଆରା ଗାଁ ବିଷୟରେ ଜାଣିଛନ୍ତି ତେବେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।