ଦେଶକୁ ନୁହେଁ ପୁରା ଦୁନିଆରେ ହଲଚଲ ମଚେଇଥିବା ୧୬ ଡିସେମ୍ବର ୨୦୧୨ର ନିର୍ଭୟା ସାମୁହିକ ଦୁଷ୍କର୍ମର ଘଟଣାର ଦୋଷୀମାନଙ୍କୁ ୧ ଫେବୃୟାରୀ ୨୦୨୦ରେ ଫାସୀ ଦିଆଯିବ । ନିର୍ଭୟାର ଚାରି ଜଣ ଦୋଷୀ ମୁକେଶ, ବିନୟ, ପବନ ଓ ଅକ୍ଷୟ ବର୍ତ୍ତମାନ ଦିନରେ ବହୁତ ହାଈସିକ୍ୟୁରିଟୀ ଜେଲରେ ବନ୍ଦ ଅଛନ୍ତି । ଗୋଟିଏ ପଟେ ମୁକେଶ ଦ୍ଵାରା ଦିଆଯାଇଥିବା ଆବେଦନ ପତ୍ରକୁ ରାଷ୍ଟ୍ରପତିଙ୍କ ଦ୍ଵାରା ଖାରଜ ହେବା ପରେ ତାହାର ସବୁ ଆଇନ ବିକଳ୍ପ ପାଖାପାଖି ଶେଷ ହୋଇ ଯାଇଛି । ଅନ୍ୟ ପଟେ ପବନ, ଅକ୍ଷୟ, ଓ ବିନୟ ବର୍ତ୍ତମାନ ପର୍ଯ୍ୟନ୍ତ ଆବେଦନ ପତ୍ର ଦେଇ ନାହାନ୍ତି ।
କିନ୍ତୁ ଆଜି ଆମେ ଆପଣଙ୍କୁ ହସ୍ପିଟାଲରେ ଥିବା ସମୟରେ ନିର୍ଭୟା ନିଜ ମା’ଙ୍କୁ ଲେଖିଥିବା ୬ଟି ଚିଠି ବିଷୟରେ କହିବାକୁ ଯାଉଛୁ । ପ୍ରଥମ ଚିଠିରେ ସେ ଲେଖିଥିଲେ କି ସେ ପିଲାଦିନୁ ହିଁ କଣ ହେବାକୁ ଚାହୁଁଥିଲେ – ନିର୍ଭୟା ନିଜ ମା’ଙ୍କୁ ପ୍ରଥମ ଚିଠି ୧୯ ଡିସେମ୍ବର ୨୦୧୨କୁ ଲେଖିଥିଲେ । ସେ ଚିଠିରେ ନିଜ ମା’ଙ୍କୁ ନିଜର କଷ୍ଟ ବିଷୟରେ କହିବାକୁ ଚାହୁଁଥିଲେ କି ତାଙ୍କୁ ବହୁତ କଷ୍ଟ ହେଉଛି ।
ସେ ଲେଖିଥିଲେ କି ମା’ ମୋତେ ବହୁତ କଷ୍ଟ ହେଉଛି । ଏହି କଷ୍ଟକୁ ମୁଁ ସହି ପାରୁ ନାହିଁ । ମୁଁ ପିଲାଦିନୁ ହିଁ ଡାକ୍ତର ହେବାକୁ ଚାହୁଁଥିଲି, ଯାହା ଦ୍ଵାରା ମୁଁ ଲୋକମାନଙ୍କ କଷ୍ଟକୁ ଦୂର କରି ପାରିବି । କିନ୍ତୁ ମୁଁ ଜାଣି ନ ଥିଲି କି ମୋତେ ଏହି କଷ୍ଟ ସହିବାକୁ ପଡିବ । ଡାକ୍ତରମାନଙ୍କ ଔଷଧ ବି ମୋର ଏହି କଷ୍ଟକୁ କମ କରି ପାରୁ ନାହିଁ ।
ଦ୍ଵିତୀୟ ଚିଠିରେ ଲେଖିଲେ ଦେଖିବାକୁ ଚାହୁଁ ନାହିଁ ମୁଁ ନିଜର ଚେହେରା ସବୁ ଆଇନା ଭାଙ୍ଗି ଦିଅ – ନିର୍ଭୟା ମା’ଙ୍କୁ ଦ୍ଵିତୀୟ ଚିଠି ୨୧ ଡିସେମ୍ବର ୨୦୧୨ରେ ଲେଖିଥିଲେ । ମା କଷ୍ଟ କାରଣରୁ ମୁଁ ଠିକ ସେ ନିଶ୍ଵାସ ନେଇ ପାରୁ ନାହିଁ । ନିଶ୍ଵାସ ନେବା ଦ୍ଵାରା ବି କଷ୍ଟ ହେଉଛି ।
ଡାକ୍ତରମାନଙ୍କୁ ମୁଁ କହିଲି କି ମୋତେ ନିଦ ଔଷଧ ଦିଅନ୍ତୁ ନାହିଁ କାରଣ ଶୋଇବା ପରେ କେହି ମୋ ଶରୀରକୁ ଆମ୍ପୁଡି ଦେଉଛି । ମୁଁ କିଛି ବି କରି ପାରୁ ନାହିଁ । ଶୋଇବା ସମୟରେ ମୁଁ ବୁଝିପାରୁ ନାହିଁ କି ମୋ ସହିତ କଣ ହେଉଛି । ମୋ ଆଖପାଖରେ ଯେତେ ବି ଆଇନା ଅଛି ତାକୁ ଭାଙ୍ଗି ଦିଅ ।
ତୃତୀୟ ଚିଠିରେ ଲେଖିଲେ ମୋତେ ଗାଧୋଇବାର ଅଛି କାରଣ ଶରୀରରୁ ଦୋଷୀମାନଙ୍କ ଦୁର୍ଗନ୍ଧ ଆସୁଛି – ନିର୍ଭୟା ୨୨ ଡିସେମ୍ବରରେ ମା’ଙ୍କୁ ଚିଠି ଲେଖି କହିଲେ କି ସେ ଗାଧୋଇବାକୁ ଚାହୁଁଛନ୍ତି । ସେ ଲେଖିଲେ ମୋର ଶରୀରରୁ ସେହି ପଶୁମାନଙ୍କ ଦୁର୍ଗନ୍ଧ ଆସୁଛି । ଏହି କାରଣରୁ ମୋତେ ନିଜ ଶରୀର ଉପରେ ବି ଘୃଣା ଆସୁଛି । ମା ମୋତେ ଛାଡି ଯାଅ ନାହିଁ । ଏକୁଟିଆ ମୋତେ ଡର ଲାଗୁଛି ।
ଚତୁର୍ଥ ଚିଠିରେ ପଚାରିଲେ କି ବାପା କେଉଁଠି ଅଛନ୍ତି – ୨୩ ଡିସେମ୍ବରରେ ନିଜର ଚତୁର୍ଥ ଚିଠିରେ ନିର୍ଭୟା ନିଜ ମା’ଙ୍କୁ ଲେଖିଲେ କି, ବାପା କେଉଁଠି ଅଛନ୍ତି ? ସେ ମୋ ସହିତ ଦେଖା କରିବାକୁ କାହିଁକି ଆସୁ ନାହାନ୍ତି ? ବାପାଙ୍କୁ କହିବେ କି ସେ ଦୁଃଖୀ ହେବେ ନାହିଁ ।
ପଞ୍ଚମ ଚିଠିରେ ଲେଖିଲେ ସେହି ପଶୁଙ୍କୁ ଛାଡିବ ନାହିଁ – ନିର୍ଭୟା ୨୫ ଡିସେମ୍ବରରେ ନିଜ ମା’ଙ୍କୁ ପଞ୍ଚମ ଚିଠି ଲେଖିଥିଲେ । ସେଥିରେ ସେ ନିଜ ମା’ଙ୍କୁ କହିଲେ କି ସେହି ପଶୁଙ୍କୁ ଛାଡିବ ନାହିଁ । କାହାକୁ ବି କ୍ଷମା କରିବ ନାହିଁ । ସେହି ଚିଠିରେ ସେ ନିଜ ବନ୍ଧୁମାନଙ୍କ ବିଷୟରେ ବି ପଚାରିଥିଲେ ।
ଷଷ୍ଠ ଓ ଶେଷ ଚିଠି – ନିର୍ଭୟା ନିଜର ଶେଷ ଚିଠି ୨୬ ଡିସେମ୍ବର ୨୦୧୨ରେ ଲେଖିଥିଲେ କି ମା ମୁଁ ବର୍ତ୍ତମାନ ଆଉ କଷ୍ଟ ସହି ପାରୁ ନାହିଁ । ବର୍ତ୍ତମାନ ଏହାକୁ ସହି ସହି ମୁଁ ଥକି ଯାଇଛି । ମା ମୋତେ ବହୁତ କଷ୍ଟ ହେଉଛି । ଡାକ୍ତରଙ୍କୁ କହି ମୋତେ ଔଷଧ ଦେଇ ଦିଅ । ମୋତେ ଶୋଇବାର ଅଛି । ମା ମୋତେ କ୍ଷମା କରି ଦିଅ । ଏହି ଚିଠି ପରେ ନିର୍ଭୟା କୋମାକୁ ଚାଲିଗଲେ ଓ ପୁଣି ୨୯ ଡିସେମ୍ବରରେ ତାଙ୍କର ମୃତ୍ୟୁ ହୋଇଗଲା ।
କିନ୍ତୁ ନିର୍ଭୟାଙ୍କ ପିତା ମିଡିଆ ସହିତ କଥା ହୋଇ କହିଲେ କି ତାଙ୍କ ପାଖରେ କୌଣସି ପ୍ରକାରର ଚିଠି ନାହିଁ । ସେ କହିଲେ କି ନିର୍ଭୟା ଯାହା ବି ଲେଖିଥିବେ ତାହା ନିର୍ଭୟାର ଚିକିତ୍ସା କରୁଥିବା ଡାକ୍ତରଙ୍କ ପାଖରେ ଥିବ । ଏହା ସହିତ ସେ କହିଲେ କି ଆମେ ସେହି ସମୟରେ ବହୁତ ଦୁଃଖି ଥିଲୁ । ଆମେ ସେତେବେଳେ ହୋସ ରେ ନଥିଲୁ । ତାହା ବହୁତ ଖରାପ ଦିନ ଥିଲା । ସେ ଆଗକୁ କହିଲେ କି ଚିଠି ବିଷୟରେ ଆମକୁ ମିଡିଆ ମାଧ୍ୟମରେ ହିଁ ସୂଚନା ମିଳିଥିଲା ।