ନିର୍ବାଚନ କାଳିର ଇତିହାସ ଓ ଏହା ସହିତ ଜଡିତ ରୋଚକ ତଥ୍ୟ, ଜାଣନ୍ତୁ

ଭାରତରେ ଯେବେ ବି ଲୋକସଭା, ବିଧାନସଭା ଓ ପଞ୍ଚାୟତ ଆଦି ପାଇଁ ନିର୍ବାଚନ ହୋଇଥାଏ ତେବେ ଆପଣ ଦେଖିଥିବେ କି ମତଦାତାଙ୍କୁ ନିଜର ମତ ଦେବା ପରେ ତାର ଆଙ୍ଗୁଠିରେ କାଳିରେ ଗୋଟିଏ ଚିହ୍ନ କରି ଦିଆଯାଏ । ଏହି କାଳି ଲିଭେ ନାହିଁ । ଏହି କାଲିର କିଛି ବିଶେଷ ଗୁଣ ପାଇଁ ଏହାକୁ ନିର୍ବାଚନରେ ବ୍ୟବହାର କରାଯାଏ । ଏହାର ବ୍ୟବହାର ଭୁଲ ମତଦାନକୁ ଅଟକାଇବା ପାଇଁ କରାଯାଏ ଯାହା ଦ୍ଵାରା କୌଣସି ବ୍ୟକ୍ତି ଦ୍ଵିତୀୟ ଥର ମତ ଦାନ କରି ପାରିବ ନାହିଁ ।

କାଳିର ଇତିହାସ

ନିର୍ବାଚନ ସମୟରେ ବ୍ୟବହାର କରାଯାଉଥିବା କାଳି ସର୍ବପ୍ରଥମେ ମଇସୁର ରାଜା କୃଷ୍ଣରାଜ ବାଡିୟାର ୧୯୩୭ ରେ ସ୍ଥାପିତ ମଇସୁର ଲ୍ୟାକ ଆଣ୍ଡ ପେଣ୍ଟ ଲିମିଟେଡ କମ୍ପାନୀରେ ତିଆରି କରି ଥିଲେ । କିନ୍ତୁ ଏହି କାଳିର ପ୍ରୟୋଗ ନିର୍ବାଚନରେ ପ୍ରଥମ ଥର୧୯୬୨ ରେ ଲୋକସଭା ନିର୍ବାଚନରେ ହୋଇଥିଲା । ବର୍ତ୍ତମାନ ଏହି କମ୍ପାନୀ ମଇସୁର ପେଣ୍ଟ ଆଣ୍ଡ ବାର୍ନିସ ଲିମିଟେଡ ନାମରେ ଜଣାଯାଏ ।

କର୍ଣ୍ଣାଟକ ରାଜ୍ୟରେ ସ୍ଥିତ ଏହି କମ୍ପାନୀ ଏବେ ବି ଭାରତରେ ହେଉଥିବା ପ୍ରତ୍ୟେକ ନିର୍ବାଚନ ପାଇଁ ଏହି କାଳି ତିଆରି କରିବାର କାର୍ଯ୍ୟ କରିଥାଏ । ଏହି କାଳି କେବଳ ଭାରତରେ ନୁହେଁ ପରନ୍ତୁ ଥାଇଲ୍ୟାଣ୍ଡ, ସିଙ୍ଗାପୁର, ନାଇଜିରିଆ, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶରେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ । କିଛି ଦେଶରେ ମତଦାନରେ ପୁରା ଆଙ୍ଗୁଠିକୁ କାଳିରେ ବୁଡାଇ ଦିଆଯାଏ । କାଳିକୁ ତିଆରି କରିବାର ଫର୍ମୁଲା ଗୋପନୀୟ ରଖାଯାଏ । ଏହାକୁ ନେସନାଲ ଫିଜିକାଲ ଲାବୋରେଟୋରୀ ଅଫ ଇଣ୍ଡିଆର ରାସାୟନିକ ଫର୍ମୁଲାର ପ୍ରୟୋଗ କରି ପ୍ରସ୍ତୁତ କରାଯାଏ ।

କାହିଁକି ବଦଳି ଯାଇଥାଏ କାଳିର ରଙ୍ଗ

ନିର୍ବାଚନ ସମୟରେ ବ୍ୟବହାର କରାଯାଉଥିବା କାଳିରେ ସିଲବର ନାଇଟ୍ରେଟ(AgNO3) ଧାତ୍ଵିକ ସିଲବରରେ ବଦଳି ଯାଇଥାଏ । ଏହି ଧାତ୍ଵିକ ସିଲବର ପାଣିରେ ଘନୀଭୂତ ହୁଏ ନାହିଁ ଅର୍ଥାତ ଏହାକୁ ପାଣି ଦ୍ଵାରା ଲିଭାଯାଇ ପାରି ନାହିଁ । ଏହି କାଳିର ଚିହ୍ନ ହାରାହାରି 20 ଦିନ ପର୍ଯ୍ୟନ୍ତ ଆଙ୍ଗୁଠିରେ ଥାଏ । ଏହି କାଳିକୁ ଆଙ୍ଗୁଠିରେ ଲଗାଇବାର 20 ସେକେଣ୍ଡରେ ଶୁଖି ଯାଇଥାଏ ।

ପୋଷ୍ଟଟିକୁ ଅନ୍ୟମାନଙ୍କ ସହିତ ସେଆର କରି ସେମାନଙ୍କୁ ମଧ୍ୟ ଜାଣିବାର ସୁଯୋଗ ଦିଅନ୍ତୁ । ଆଗକୁ ଏମିତି ରୋଚକ ତଥ୍ୟ ସବୁ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।