କାଳ ସାଜିଲା କାଳବୈଶାଖୀ ! ନିମିଷକରେ କରିଦେଲା ସବୁ କିଛି ଛାରଖାର…

ବାହାଘର ସରି ଯାଇଥାଏ, ରିଶେପସନ ପାଇଁ ଚାଲିଥାଏ ପ୍ରସ୍ତୁତି । କିଏ ଘର ସଜାଇବାରେ ବ୍ୟସ୍ତ ତ ଆଉ କିଏ ରୋଷେଇ କାମରେ ସାହାଯ୍ୟ କରୁଥାଏ । ସାଜସଜା, ରୋଷେଇ ବାସ ସବୁ ପ୍ରାୟ ସରିବା ଉପରେ, ବରକନ୍ଯା ସଜବାଜ ହେଉଥାନ୍ତି । ସେପଟେ ହାତରେ ଉପହାର ଧରି ଘରକୁ ବନ୍ଧୁବାନ୍ଧବ ମାନେ ଆସୁଥାନ୍ତି । କିନ୍ତୁ ଭୟଙ୍କର ରୂପ ନେଇ ମାଡି ଆସିଥିଲା କାଳବୈଶାଖୀ । ମାତ୍ର କେଇ ମୁହୂର୍ତ୍ତରେ ଭୟଙ୍କର ଝଡତୋଫାନ ସବୁକିଛି ଛାରଖାର କରି ପକାଇଲା ।

ଭୀଷଣ ବର୍ଷା ଓ ଝଡ ତୋଫାନ ଯୋଗୁଁ ଘର ଭିତରେ ପାଣି ହୋଇ ଯାଇଥିଲା ଏବଂ ସବୁ ଡେକୋରେସନକୁ ଉଡେଇ ଦେଇଥିଲା ପବନ । ଆଉ ରନ୍ଧା ଖାଦ୍ଯ କଥା କଣ ବା କହୁବୁ ! ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ମନୁପାଲି ଗାଁରେ । ଭୁବନ ସାହୁଙ୍କ ବାହାଘର ରିଶେପସନ ଭୋଜି ଥିବା ବେଳେ ପ୍ରବଳ ଝଡ ତୋଫାନ ସବୁକିଛି ବରବାଦ କରି ଦେଇଛି । ବରକନ୍ୟାଙ୍କ ପାଇଁ ତିଆରି ହୋଇଥିବା ଷ୍ଟେଜ ଓ ଟେଣ୍ଟ ସବୁ ଭାଙ୍ଗିକି ଏଣେତେଣେ ପଡିଛି ।

ଆଉ ଟେଣ୍ଟର ଲୁହା ପଡିଯିବାରୁ ଜଣେ ୧୨ ବର୍ଷର ପୁଅଙ୍କୁ ଗୁରୁତର ଆଘାତ ମଧ୍ୟ ଲାଗିଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ଆଗଲପୁର ହସପିଟାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ଦିନ ଅପରାହ୍ନରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ କେତେକେ ଅଞ୍ଚଳରେ କୁଆ ପଥର ମାଡ ଜାରି ରହିଛି ।

କେବଳ ବଲାଙ୍ଗୀର ନୁହେଁ ବରଂ ରାଜ୍ୟର ଅନ୍ୟ କେତେକେ ଜିଲ୍ଲାରେ ମଧ୍ୟ ପ୍ରବଳ ଝଡ ତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା । କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ ତୋଫାନ ଓ ବର୍ଷାକୁ ସାମ୍ନା କରିଛି ଓଡିଶା । ତେବେ ବଲାଙ୍ଗୀରରେ ଏହି ବରବଧୂଙ୍କ ରିଶେପସନରେ ଯାହା ଘଟିଗଲା ତାହା ସମସ୍ତଙ୍କୁ ଖୁବ ବିଚଳିତ କରିଛି । ସବୁ କିଛି ଭଲରେ ଚାଲିଥିବା ବେଳେ ହଠାତ ଝଡ ତୋଫାନ ସବୁକିଛି ବରବାଦ କରି ରଖି ଦେଇଛି ।

ଘରଲୋକ ଓ ବନ୍ଧୁବାନ୍ଧବ ସମସ୍ତେ ହଇରାଣ ହେବା ସହ ଅନେକ କ୍ଷତି ସହିବାକୁ ପଡିଛି ଏହି ପରିବାରକୁ । ରନ୍ଧା ଖାଦ୍ଯ ନଷ୍ଟ ହୋଇ ଯାଇଥିବାରୁ ସେସବୁ ଫୋପାଡିବାକୁ ପଡିଛି । ହଠାତ ଝଡ ତୋଫାନରେ ଏତେ କ୍ଷତି ନିହାତି ଭାବେ ନବ ବିବାହିତାଙ୍କୁ ମର୍ମାହତ କରିଥିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।