ଏଥର ଶସ୍ତାରେ ମିଳିବ ଗାଡି ତେଲ, ପେଟ୍ରୋଲ-ଡିଜେଲର ବିକଳ୍ପ ସାଜିବ M15 Fuel, ଦେଖନ୍ତୁ ଏହି M15 Fuel କଣ ?

ଏଥର ଗାଡି ଚଳାଇବା ଶସ୍ତା ହେବ । ପେଟ୍ରୋଲ ଓ ଡିଜେଲର ବିକଳ୍ପ ହେବ ଏମ-୧୫ ଫୁଏଲ । କେନ୍ଦ୍ର ସରକାର ଏହି ଫୁଏଲର ଟ୍ରାଏଲ କରି ଦେଇଛନ୍ତି । ଦିନକୁ ଦିନ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ପାଇବା ସାଙ୍ଗକୁ ଏହା ଗାଡି ଚଲାଉଥିବା ଲୋକଙ୍କ ଚିନ୍ତା ବଢାଉଛି । ଏପଟେ ତେଲ ଦର ହୁହୁ ହୋଇ ବଢୁଥିବା ବେଳେ ସେପଟେ ମହଙ୍ଗା ମାଡ ଲୋକଙ୍କୁ ଚିନ୍ତାରେ ପକେଇ ଦେଉଛି । ଏମିତି ସମୟରେ ଆମେ ଆପଣଙ୍କ ପାଇଁ ଗୋଟିଏ ଆଶ୍ଵସ୍ତିଜନକ ଖବର ନେଇ ଆସିଛୁ ।

ପେଟ୍ରୋଲ ଦର ବୃଦ୍ଧିକୁ ନେଇ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡିବ ନାହିଁ । କାହିଁକି ନା ଦେଶରେ ଖୁବ ଶୀଘ୍ର ଶସ୍ତା ହେବାକୁ ଯାଉଛି ଗାଡି ତେଲ । ଏମ-୧୫ ଫୁଏଲ ଅର୍ଥାତ ପେଟ୍ରୋଲରେ ୧୫ ପ୍ରତିଶତ ମିଥାନଏଲ ମିଶିବ । ଲୋକଙ୍କଉ ମହଙ୍ଗା ମାଡରୁ ବଞ୍ଚାଇବା ପାଇଁ ତଥା ତେଲ ଦର କମ୍ କରିବା ପାଇଁ କେନ୍ଦ୍ର ସରକାର ଏବେ ଏହି ତେଲର ଟ୍ରାଏଲ ଆରମ୍ଭ କରିଛନ୍ତି । ସେଥିପାଇଁ ପେଟ୍ରୋଲରେ ୧୫ ପ୍ରତିଶତ ମିଶିଥିବା ମିଥାନଏଲକୁ ଗାଡିରେ ପକାଇ ବର୍ତ୍ତମାନ ଟ୍ରାଏଲ କରାଯାଉଛି ।

ସେହି ଅନୁସାରେ ଏହି ତେଲକୁ ଏମ-୧୫ ଫୁଏଲ ବୋଲି କୁହାଯାଉଛି । ଏହି ତେଲର ଟ୍ରାଏଲ ଯଦି ସଫଳ ହୁଏ ତେବେ ଖୁସ ଶୀଘ୍ର ଲୋକଙ୍କୁ ଶସ୍ତାରେ ଗାଡି ତେଲ ମିଳିପାରିବ । ଯାହାଫଳରେ ତେଲ ଦାରାକୁ ନେଇ ଚିନ୍ତାରେ ଥିବା ଲୋକଙ୍କୁ ସାମାନ୍ଯ ଆଶ୍ଵସ୍ତି ମିଳିବ । ମିଥାନଏଲର ଖାସ୍ କଥା ହେଉଛି ଏହା ପେଟ୍ରୋଲ ଏବଂ ଡିଜେଲର ସ୍ଥାନ ନେଇପାରିବ । ତେଣୁ ଏହାକୁ ପେଟ୍ରୋଲ ଓ ଡିଜେଲ ସହ ମିଶାଇବା ଦ୍ଵାରା ବର୍ତ୍ତମାନ ଠାରୁ କମ୍ ଦରରେ ସାଧାରଣ ଲୋକଙ୍କୁ ଗାଡି ତେଲ ମିଳିପାରିବ ।

ଏହି ତେଲର ଖାସ୍ କଥା ହେଉଛି ପେଟ୍ରୋଲ ଅପେକ୍ଷା ଏହା କମ୍ ପ୍ରଦୂଷଣ ମଧ୍ୟ କରିଥାଏ । ଯେଉଁଥି ପାଇଁ ଏହି ତେଲକୁ ବଜାରକୁ ଆଣିବା ପାଇଁ ପରୀକ୍ଷା ନିରୀକ୍ଷା କରୁଛନ୍ତି ସରକାର । ସେପଟେ ଡିଜେଲକୁ ବଦଳାଇ ସରକାର ମିଥାନଏଲକୁ ସଂପୂର୍ଣ୍ଣ ଭାବେ ରିପ୍ଲେସ କରିବାକୁ ଯୋଜନା ମଧ୍ୟ କରୁଛନ୍ତି । ଏହି ପରୀକ୍ଷା ସଫଳ ହେଲେ ବାୟୁ ପ୍ରଦୂଷଣ କମ୍ ହେବା ସାଙ୍ଗକୁ ଲୋକଙ୍କୁ ମଧ୍ୟ ଶସ୍ତାରେ ତେଲ ମିଳିବ ।

କାରଣ ଗୋଟିଏ ଲିଟର ପେଟ୍ରୋଲ ପାଇଁ ୩୬ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଗୋଟିଏ ଲିଟର ମିଥାନଏଲ ପାଇଁ ମାତ୍ର ୨୦ ଟଙ୍କା ଖର୍ଚ୍ଚ ହୋଇଥାଏ । ତେଣୁ ପେଟ୍ରୋଲ ଓ ଡିଜେଲ ବଦଳରେ ଯଦି ମିଥାନଏଲ ଦ୍ଵାରା ଗାଡି ଚାଲିବା ସମ୍ଭବ ହୁଏ ତେବେ ସାଧାରଣ ଲୋକେ ଏହାର ଲାଭ ଉଠାଇ ପାରିବେ ।

ଡିଜେଲରେ ଚାଲୁଥିବା ୬ ହଜାର ରେଳଇଞ୍ଜିଙ୍କୁ ମଧ୍ୟ ସରକାର ମିଥାନଏଲରେ ପରିବର୍ତ୍ତନ କରିବାକୁ କାମ ଚଳେଇଛନ୍ତି । ଯାହାର ଫାଇଦା ସରକାରଙ୍କ ସହ ସାଧାରଣ ଲୋକଙ୍କୁ ମଧ୍ୟ ମିଳିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।