ସୃଷ୍ଟି ହୋଇ ସାରିଲାଣି ଘୂର୍ଣ୍ଣିବଳୟ, କେତେ ଭୟଙ୍କର ହେବ ଏହି ବାତ୍ୟା ? ଦେଖନ୍ତୁ ଏ ନେଇ କଣ କହିଲେ ପାଣିପାଗ ବିଜ୍ଞାନୀ…

ମେ’ ମାସ ଆରମ୍ଭ ହେବା ପୂର୍ବରୁ ଦକ୍ଷିଣ ଆଣ୍ଡାମନ ସାଗରେ ଘୂର୍ଣ୍ଣିବାଲେ ସୃଷ୍ଟି ହେବା ନେଇ ସୂଚନା ଦେଇଥିଲା ଭାରତୀୟ ପାଣିପାଗ ବିଭାଗ । ଯାହାକି ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହୋଇ ସାରିଛି ଏବଂ ଏହି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ବୋଲି ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟା ଏହା ଅଧିକ ଘନୀଭୂତ ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ଏହି ଲଘୁଚାପ ଅବପାତ, ଗଭୀର ଅବପାତ ଏବଂ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଉଛି ।

ମେ’ ୪ ଓ ୫ ତାରିଖରେ ଦକ୍ଷିଣ ଆଣ୍ଡାମନ ସାଗର ଓ ସଂଲଗ୍ନ ଦକ୍ଷିଣ-ଉରଣ ବଙ୍ଗୋପସାଗରରେ ପବନର ବେଗ ଘଣ୍ଟାପ୍ରତି ୪୦କିମିରୁ ୫୦କିମି ରହିବ । ଏହା ଘଣ୍ଟାପ୍ରତି ୬୦କିମି ମଧ୍ୟ ଛୁଇଁପାରେ । ମେ’୬ ଏବଂ ୭ ତାରିଖରେ ପବନର ବେଗ ଅଧିକ ବଢିବ ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ମେ’ ୩ ଓ ୪ ତାରିଖରେ ଆସାମ, ମେଘାଳୟ, ମଣିପୁର ଓ ତ୍ରିପୁରାରେ ପ୍ରବଳ ବର୍ଷାର ସମ୍ଭାବନା କଥା କୁହାଯାଇଛି ।

ତେବେ ବାତ୍ୟା ବଙ୍ଗୋପସାଗରରେ ଘନୀଭୂତ ହୋଇ କେଉଁ ଆଡେ ମୁହାଁଆଇବି ଓ ବାତ୍ୟା କେଉଁଠି ସ୍ଥଳଭାଗ ସ୍ପର୍ଶ କରିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏନେଇ ବିଦେଶୀ ପାଣିପାଗ ମଡେଲ ଗୁଡିକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ହେଲେ ଆଇଏମଡ଼ି ବା ଭାରତୀୟ ପାଣିପାଗ ବିଭାଗ ଏଯାଏଁ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି ।

ଓଡିଶା, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଉପରେ ଏହି ବାତ୍ୟାର ପ୍ରଭାବ ପଡିପାରେ ବୋଲି କୁହାଯାଉଛି । ଯଦି ଏହି ଲଘୁଚାପ ବାତ୍ୟାରେ ରୂପ ନିଏ ତେବେ ନିହାତି ଭାବେ ଏହା ଓଡିଶାର ଉପକୂଳ ଅଞ୍ଚଳରେ ପ୍ରଭାବ ପକାଇବ । ଗତ କିଛି ବର୍ଷ ହେବ ଖରା ମାସ ତଥା ମେ’ ମାସରେ ଓଡ଼ିଶାକୁ ବାତ୍ୟା ମାଡ ଦେଖିବାକୁ ମିଳୁଛି । ତେଣୁ ଏହି ବାତ୍ୟା ଓଡ଼ିଶାକୁ ନିହାତି ଭାବେ ପ୍ରଭାବିତ କରିବ ବୋଲି ଅନେକ ପାଣିପାଗ ମଡେଲ କହୁଛନ୍ତି ।

ଯଦି ଏହା ବାତ୍ୟାର ରୂପ ନିଏ ତେବେ ନିହାତି ଭାବେ ଖୁବ ପ୍ରଭାବଶାଳୀ ରହିବ ଓ ଓଡିଶାକୁ ଭୀଷଣ ଭାବେ ପ୍ରଭାବିତ କରିବ । ତେବେ ଲଘୁଚାପ ସୃଷ୍ଟି ହେବା ପରେ ଯାଇ ବାତ୍ୟାର ଗତିପଥ ଓ ଘନତା ବିଷୟରେ ସ୍ପଷ୍ଟ ସୂଚନା ମିଳିପାରିବ । ଏନେଇ ଆଗକୁ ସୂଚନା ଦେବ ପାଣିପାଗ ବିଭାଗ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।