ଦେଖନ୍ତୁ ଲାଇଭ ଭିଡିଓ, କେମିତି ନିମିଷକ ମଧ୍ୟରେ ତାସ୍ ଘର ପରି ଗଳି ପଡିଲା 3 ମହଲାର କୋଠା, ଭାଇରାଲ୍ ହେଲା ଭିଡିଓ

ଭୀଷଣ ଝଡ଼ ବାତ୍ୟାରେ ଗଛ ଓ ଘର ଆଦି ଭାଙ୍ଗି ପଡ଼ିଥିବାର ଦୃଶ୍ୟ ଆପଣ ଦେଖିଥିବେ । ମାତ୍ର ଏପରି ମନକୁ ମନ ଠିଆ ହୋଇଥିବା କୌଣସି ବିଲ୍ଡିଂ ଭାଙ୍ଗି ପଡ଼ିଥିବାର କେବେ ଦେଖିଛନ୍ତି କି ?

ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମୟର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଭିଡିଓ ଟି ଦେଖିଲେ ଆପଣ ମଧ୍ୟ ଚିନ୍ତା କରିବାକୁ ଲାଗିବେ କି କିପରି ମନକୁ ଭାଙ୍ଗିଗଲା ଏତେ ବଡ ବିଲ୍ଡିଂ! ଘଟଣାଟି ବିହାରର ଜହାନାବାଦ୍ ଜିଲ୍ଲାର ମଖଦୁମପୁର୍ ଥାନା ଅନ୍ତର୍ଗତ ମଖଦୁମପୁର୍ ବଜାରର । ଏହି ବଜାର ସ୍ଥିତ ଏକ ତୃତୀୟ ମହଲା ବିଶିଷ୍ଟ କୋଠା ହଠାତ୍ ଏନ୍.ଏଚ୍-୮୩ ରାସ୍ତା ଉପରେ ଧରାଶାୟୀ ହୋଇ ପଡ଼ି ଯାଇଥିଲା ।

ବଜାର ମଧ୍ୟରେ ଅବସ୍ଥିତ ଥିବା ଏହି କୋଠାଟି ଦେଖୁ ଦେଖୁ ତାସ୍ ଘର ପରି ମୁହୂର୍ତ୍ତକୁ ମଧ୍ୟରେ ଟଳି ପଡ଼ିଥିଲା । ସବୁଠୁ ବଡ଼ କଥା ହେଉଛି ଅନ୍ୟ ଦିନ ମାନଙ୍କରେ ଖୁବ୍ ଭିଡ ଜମୁଥିବା ଏହି ବଜାରରେ ଲକ୍ ଡାଉନ୍ ଯୋଗୁଁ ଲୋକ ନ ଥିଲେ କି କୌଣସି ଯାନ ବାହନ ଆତଯାତ କରୁ ନ ଥିଲା ।

ନଚେତ୍ ଅନେକ ଲୋକଙ୍କ ଜୀବନ ହାନି ହୋଇଥାନ୍ତା । ସ୍ଥାନୀୟ ଲୋକମାନେ ଜଣାଇ ଥିଲେ କି ସେହି କୋଠାର ତଳ ଭାଗରେ ଏକ ଲୁଗା ଦୋକାନ ଥିଲା । ମାତ୍ର ସେହି କୋଠାରେ ଅନ୍ୟ କୌଣସି ଲୋକ ବାସ କରୁ ନ ଥିଲେ । ପାଟନା ରୁ ଗୟା ଯାଉଥିବା ଏହି ଏନ୍.ଏଚ୍-୮୩ ରାସ୍ତା କୋଠା ଭାଙ୍ଗି ପଡ଼ିବା ହେତୁ ଅବରୋଧ ହୋଇ ଯାଇଥିଲା ।

ସେଠାରେ ତୁରନ୍ତ ମଖଦୁମପୁର୍ ପ୍ରଖଣ୍ଡ ବିକାଶ ପଦାଧିକାରୀ ଓ ମଖଦୁମପୁର୍ ଥାନା ଅଧିକାରୀ ମାନେ ପହଞ୍ଚି ଘଟଣାର ଯାଞ୍ଚ କରିଥିଲେ । ସ୍ଥାନୀୟ ଲୋକ ମାନେ କହିଥିଲେ ହଠାତ୍ କୋଠା ରୁ ଶବ୍ଦ ଶୁଣିବାକୁ ମିଳିଥିଲା ଓ ଦେଖିବାକୁ ସମ୍ପୂର୍ଣ୍ଣ ଭଲ ଦେଖା ଯାଉଥିବା କୋଠା ଟି ଦେଖୁ ଦେଖୁ ମୁହୂର୍ତ୍ତକ ମଧ୍ୟରେ ଗଛ କାଟିଲା ଭଳି ରାସ୍ତା ଉପରେ କଚାଡି ହୋଇ ପଡ଼ି ଯାଇଥିଲା ।

ଏହା ପରେ ରାସ୍ତା ଟି ଇଟା ପଥରରେ ଅବରୋଧ ହୋଇ ଯିବାରୁ ରାସ୍ତାରେ ଯାତାୟାତ ବାଧା ପ୍ରାପ୍ତ ହୋଇଥିଲା । ତେବେ ରାସ୍ତାକୁ ୩ଟି ଜେସିବି ସାହାଯ୍ୟରେ ସଫା କରା ଯାଇଥିଲା । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ