ନିଖୋଜ ହେବାର 5 ଦିନ ପରେ ଏମିତି ଅବସ୍ଥାରେ ମିଳିଲେ Amrit, କିଏ ଓ କାହିଁକି ଓ କେଉଁଆଡେ ନେଇଥିଲା ଅମ୍ରିତଙ୍କୁ ? ସାମ୍ନାକୁ ଆସିବ ସତ ! ଦେଖନ୍ତୁ video

ନମସ୍କାର ବନ୍ଧୁଗଣ, ଗଣ ମାଧ୍ୟମରେ 5 ଦିନ ହେବ ଏକ ଖବର ପ୍ରସାରଣ ହେଉଥିଲା କି ଅମ୍ରିତ ନାମକ ଜଣେ ବାଳକ ଟିଉସନ ଯାଇଥିଲେ କିନ୍ତୁ ଆଉ ଘରକୁ ଫେରିନଥିଲେ । ତାଙ୍କ ଅପହରଣ ହେବାର ସନ୍ଦେହ କରୁଥିଲେ ତାଙ୍କ ଘର ଲୋକ । ନିଖୋଜ ଥିବାର ଖବର ଚାରିଆଡେ ବ୍ୟାପି ଯାଇଥିଲେ ମଧ୍ୟ ସେ ମିଳିନଥିଲେ । ତେବେ ଆଜି ଅମ୍ରିତ ଘରକୁ ତ ଫେରିଛନ୍ତି ହେଲେ ମୁକ ହୋଇ । ତେବେ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ ।

ପାଞ୍ଚଦିନ ତଳେ ବାର ବର୍ଷର ବାଳକ ଅମ୍ରିତ ନିଖୋଜ ହୋଇଯାଇଥିଲେ । କୁହାଯାଉଥିଲା ତାଙ୍କୁ କିଏ ଅପହରଣ କରି ନେଇଯାଇଛି । ଏହି ଘଟଣାକୁ ପାଞ୍ଚଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅମ୍ରିତ ପତା ପାଉନଥିଲା । ପୁଅକୁ ନ ପାଇ ପରିବାର ଲୋକ ଧର୍ଯ୍ୟ ହରା ହୋଇପଡିଥିଲେ । ମାଆ ତ ପାଞ୍ଚଦିନ ହେବ ନା ଖାଇ ନ ପିଇ ଶେଜରେ ପଡି ରହି ପୁଅର ଆସିବା ବାଟକୁ ଚାହିଁ ରହିଥିଲା । ଏଭଳି ଏକ ଘଟଣା ଘଟିଥିଲା ନୟାଗଡ ଜିଲ୍ଲାର ଶୁବୁଦ୍ଧି ସାହିରେ ।

ଅମ୍ରିତଙ୍କ ହଠାତ ନିଖୋଜ ହେବା ଘଟଣା ଚାରିଆଡେ ବ୍ୟାପି ଯାଇଥିଲା । ଏହି କଥାର ଖବର ପାଇ ପୋଲିସ ଗାଁରେ ପହଞ୍ଚି ଛାଁ ଭିନ ଆରମ୍ଭ କରିଥିଲା । କିନ୍ତୁ ନିଖୋଜ ପଛର କୌଣସି ତଥ୍ୟ ମଧ୍ୟ ପୋଲିସ ହାତରେ ପଡିନଥିଲା । ଗତ ଗୁରୁବାର ଦିନ ଟିଉସନ ଯାଇ ଆଉ ଘରକୁ ଫେରିନଥିଲେ ଅମ୍ରିତ । ଅଧା ବାଟରେ ତାଙ୍କ ସାଇକେଲ ପଡିଥିଲା କିନ୍ତୁ ଅମ୍ରିତ ନଥିଲେ । ତେଣୁ ଅପହରଣ ହୋଇଥିବା ସନ୍ଦେହ ସମସ୍ତଙ୍କ ମନରେ ରହିଥିଲା ।

ଅମ୍ରିତ ନିଖୋଜ ହେବା ପୂର୍ବରୁ ସେହି ରାସ୍ତାରେ ଚାରି ଦିନ ହେବ ଏକ ପିକପ ଭ୍ୟାନ ଠିଆ ହେଉଥିଲା କିନ୍ତୁ ଅମ୍ରିତ ନିଖୋଜ ହେବା ପରଠାରୁ ସେହି ଭ୍ୟାନ ଆଉ ରାସ୍ତାରେ ଠିଆ ହୋଇ ନାହିଁ ।ଖବର  ଅନୁଯାୟୀ ଅମ୍ରିତ ଏବେ ଘରକୁ ତ ଆସିଛନ୍ତି କିନ୍ତୁ ବହୁତ ଦୁର୍ବଳ ହୋଇଯାଇଛନ୍ତି । ଭଲରେ କଥା କହିପାରୁନାହାନ୍ତି ।

ତେଣୁ ତାଙ୍କୁ ମେଡିକାଲ ନିଆ ଯାଇଛି । ସେ ସୁସ୍ଥ ହେବା ପରେ ପୋଲିସ ଅମ୍ରିତ ଠାରୁ ତଥ୍ୟ ସଂଗ୍ରହ କରି ସମ୍ପୂର୍ଣ ଖବର ଉପରୁ ପରଦା ହଟାଇବା । ତେବେ ନିଖୋଜ ପଛର ସତ ଜାଣିବା ପାଇଁ ଅମ୍ରିତଙ୍କ ସୁସ୍ଥ ହେବାର ଅପେକ୍ଷା କରିଛି ପୋଲିସ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।