ପତି-ପତ୍ନୀ ଔର ୱୋ, ସ୍ଵାମୀଙ୍କ ସହ ଗାର୍ଲଫ୍ରେଣ୍ଡକୁ ରଙ୍ଗେହାଥ୍ ଧରିବା ପରେ ବିଚ୍ ରାସ୍ତାରେ ଯାହା ହେଲା ନା… ଦେଖନ୍ତୁ video

ପୁଣି ଥରେ ଦେଖିବାକୁ ମିଳିଲା ପରକୀୟା ପ୍ରୀତିର ଲଜ୍ଜାଜନକ ପରିସ୍ଥିତି । ସ୍ତ୍ରୀ ଥାଉ ଥାଉ ଅନ୍ୟ ମହିଳାଙ୍କ ସହ ରୋମାନ୍ସ କରିବା ସ୍ଵାମୀଙ୍କ ପାଇଁ ପଡିଲା ମହଙ୍ଗା । ଟାୱେଲ ପିନ୍ଧିବା ଅବସ୍ଥାରେ ସ୍ତ୍ରୀ ଧରିନେବା ପରେ ଦେଖିବାକୁ ମିଳିଥିଲା ହାଇ ଭୋଲଟେଜ ଡ୍ରାମା । ବିବାହିତ ହେବା ସତ୍ତ୍ୱେ ସ୍ଥାନ, କାଳ, ପାତ୍ର କିଛିର ବିଚାର ନକରି ଅନ୍ୟ ମହିଳାଙ୍କ ସହ ରୋମାନ୍ସ କରୁଥିଲେ ସ୍ଵାମୀ । ଏହି ଖବର ସ୍ତ୍ରୀଙ୍କ ପାଖରେ ପହଞ୍ଚିବା ପରେ ସେ ଭୀଷଣ ରାଗି ଯାଇଥିଲେ ।

ଆଉ ତା’ପରେ ଗୋଡେଇ ଗୋଡେଇ ସ୍ଵାମୀ ଓ ତାଙ୍କ ପ୍ରେମିକାକୁ କେମିତି ପିଟିଥିଲେ ତା’ର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି । ସ୍ଵାମୀଙ୍କ ପରକୀୟା ପ୍ରୀତି ସମ୍ପର୍କରେ ଜାଣିବା ପରେ ବିଚ୍ ରାସ୍ତାରେ ହାଇ ଭୋଲଟେଜ ଡ୍ରାମା କରିଛନ୍ତି ମହିଳାଜଣକ । ସମ୍ପୃକ୍ତ ମହିଳା ସ୍ଵାମୀଙ୍କ ସହ ଝଗଡା କରିବା ସହ ବେଶ କିଛି ସମୟ ଧସ୍ତାଧସ୍ତି କରିଥିଲେ । ଖାଲି ସ୍ଵାମୀ ନୁହେଁ ବରଂ ତାଙ୍କ ଗାର୍ଲଫ୍ରେଣ୍ଡକୁ ବି ବାଦ୍ ଦେଇ ନାହାନ୍ତି ମହିଳାଜଣକ ।

ଉକ୍ତ ଯୁବତୀଙ୍କୁ ଧରିବା ପାଇଁ ମହିଳାଜଣକ ବିଚ୍ ରାସ୍ତାରେ ଗୋଡାଉ ଥିବାର ଭିଜୁଆଲ ଦେଖିବାକୁ ମିଳିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ କି, ରାସ୍ତାରେ ସ୍ଵାମୀଙ୍କୁ ପାଟିତୁଣ୍ଡ କରିବା ସହ ତାଙ୍କୁ ଠେଲାପେଲା କରୁଛନ୍ତି ମହିଳାଜଣକ । ଆଉ ଏହି ସମୟରେ ଟାୱେଲ ପିନ୍ଧିଥିବା ଜଣେ ଯୁବତୀ ସାମ୍ନାରେ ଥିବା ଏକ ଘରର ବାଲକୋନୀ ଉପରୁ ତଳକୁ ଓହ୍ଲାଉଥିବାର ଦେଖିବାକୁ ମିଳିଛି । ବ୍ୟକ୍ତିଜଣକ ପତ୍ନୀଙ୍କୁ ଶାନ୍ତ କରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସେ ଶାନ୍ତ ହେବା ସ୍ଥିତିରେ ନାହାନ୍ତି ।

ପତ୍ନୀ ରାଗ ଜରଜର ହୋଇ ଘର ଭିତରକୁ ଯାଇ ଡ୍ରେସ ଆଣି ତାଙ୍କ ଉପରକୁ ଫିଙ୍ଗି ଦେଇଥିଲେ । ଆଉ ସ୍ଵାମୀ, ସ୍ତ୍ରୀ ଓ ଗାର୍ଲଫ୍ରେଣ୍ଡଙ୍କ ମଧ୍ୟରେ ଚାଲିଥିବା ଏହି ହାଇ ଭୋଲଟେଜ ଡ୍ରାମାକୁ ପଡୋଶୀମାନେ ବେଶ ଉପଭୋଗ କରୁଥିବା ଦେଖିବାକୁ ମିଳିଛି । ସେହିପାରି ଆଉ ଏକ ଭିଜୁଆଲରେ ଦେଖିବାକୁ ମିଳିଛି କି, ରାଗରେ ରକ୍ତ ଚାଉଳ ଚୋବାଉଥିବା ପତ୍ନୀ ଟାୱେଲ ପିନ୍ଧା ଜଣେ ଯୁବତୀଙ୍କୁ ଗୋଡେଇ ଗୋଡେଇ ତାଙ୍କର ପିଛା କରୁଛନ୍ତି । ଯୁବତୀ ଯେପରି ତାଙ୍କ ହାତରୁ ଖସି ନଯିବେ ମହିଳାଜଣକ ଏନେଇ ପୁରା ଚେଷ୍ଟା କରିଥିଲେ ।

କିନ୍ତୁ ତାଙ୍କ ସ୍ଵାମୀ ଏଥିପାଇଁ ତାଙ୍କୁ ଅଟକାଇ ରଖିଥିଲେ । ଆଉ ଏହି ସମୟରେ ସ୍ଵାମୀ, ସ୍ତ୍ରୀ ଓ ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ମଧ୍ୟରେ ଜବରଦସ୍ତ ଡ୍ରାମା ଚାଲିଥିଲା । ଏହି ଭିଡିଓକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ହେଲେ ଭିଡିଓଟି ଭାରତ ବାହାରର ବୋଲି ଲାଗୁଥିବା ବେଳେ କେଉଁ ନିର୍ଦ୍ଦିଷ୍ଟ ଅଞ୍ଚଳର ତାହା ଏବେ ଯାଏଁ ଜଣା ପଡିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।