ନିଯୁକ୍ତି ଜାଲିଆତି ନେଇ ପିଏସଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପରୀକ୍ଷାର୍ଥୀ, କହିଲେ କିଛି ଏମିତି ଶୁଣିଲେ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ Video

କୋଟିପତି ପିଏସଙ୍କୁ ଗି-ର-ଫ କରିବା ପରେ ଏବେ ନୂଆ ନୁଜା ତଥ୍ୟ ବର୍ତ୍ତମାନ ସୁଦ୍ଧା ସାମନାକୁ ଆସିବାକୁ ଲାଗିଛି । ପିଏସଙ୍କ ଘରୁ ଯେଉଁଭଳି ଭାବେ ଛାତ୍ର ମାନଙ୍କର ଆଡମିଟ କାର୍ଡ ବାହାରିଥିଲା ସେଥିରୁ ତାଙ୍କ ଉପରେ ସ-ନ୍ଦେ-ହ ଅଧିକ ବଢିଥିଲା ଓ ତାକୁ ନେଇ ଏବେ ତ-ଦ-ନ୍ତ ମଧ୍ୟ ଜାରି ରହିଛି ।

ତେବେ ଏହା ମଧ୍ୟରେ ଏନେଇ ତାଙ୍କର ଜଣେ ଛାତ୍ର ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି ଚାକିରି କରେଇ ଦେବେ କହି ତାଙ୍କୁ ୧୦ ଲକ୍ଷ ଟଙ୍କା ମଗା ଯାଇଥିଲା । ଛାତ୍ର ଜଣକ କହିଥିଲେ କି ସେ ୨୦୧୪ ମସିହାରୁ ସମସ୍ତ ସର୍ବ ଭାରତୀୟ ପରୀକ୍ଷା ଦେଇ ଆସୁଛନ୍ତି । ୨୦୧୬ ରେ ସେ ବାଣୀବିହାରରେ ପାଠପଢା ଶେଷ ହେବା ପରେ ଚାକିରି ପ୍ରତି ଆଗ୍ରହ ହେବାରୁ ଏହି ସବୁ ପରୀକ୍ଷା ଦେଇ ଆସୁଥିଲେ । କିନ୍ତୁ ଦୁଇ ବର୍ଷ ହେବ ତାଙ୍କର କୌଣସି ଫଳାଫଳ ବାହାରୁ ନ ଥିଲା ।

କେବଳ ପରୀକ୍ଷାର୍ଥୀଙ୍କ ନାମ ଆଗରେ ମେରିଟ କି ନାହିଁ ଲେଖା ଯାଉଥିଲା । ସେ ସେଠାକୁ ଆସି ଏହା ପଚାରିଥିଲେ କି ତାଙ୍କ ମାର୍କ କେମିତି ବାହାରିବ କିଛି ଉପାୟ ଅଛି କି ବୋଲି । କିନ୍ତୁ ବିରଞ୍ଚି ସାର ହସି କି କହିଲେ, ‘ଆରେ ପୁଅ ଇଏ ତ ଡାଇରେକ୍ଟ ମେରିଟ ଲିଷ୍ଟ ଯାହା ନାମ ଆଗରେ କଲମ ଚିହ୍ନ ବାଜିବ ସିଏ ହେବ । ସେ ଚାକିରି ପାଇବାକୁ ଅତି ଚଞ୍ଚଳ ଥିବାରୁ ତେଣୁ ସେ ତାଙ୍କୁ ପଚାରିଥିଲେ କି କଣ କେମିତି ହେଉଛି ?

ସେଇଠୁ ସାର ତାଙ୍କୁ କହିଲେ ତୁମେ ପରେ ଅଫିସ ସରିଲେ ଆସ ୪ଟା ବେଳକୁ କଥା ହେବା । ସେଇଠୁ ସେ ଠିକ ୪ଟା ବେଳେ ଆସି ତାଙ୍କ ଅଫିସ ପାଖେ ପହଞ୍ଚି ଯାଇଥିଲେ । ତାଙ୍କ ଅଫିସ ଠୁ ଆଗକୁ ଗୋଟିଏ ଜଳଖିଆ ଦୋକାନ ଥିଲା ସେଠାରେ ଯାଇ ସେମାନେ ବସିଲେ । ବିରଞ୍ଚି ସାର ତାଙ୍କୁ କହିଲେ କି, ‘ପୁଅ ତୁମେ ତ ଆମ ପିଲା ଟା । ତୁମର ଚାକିରି ଦରକାର ତ, ହଉ କରେ ଦେବା ଆଉ ।’

ସେଇଠୁ ସେ ସେହି ଛାତ୍ର ଅଜୟ ପଣ୍ଡାଙ୍କୁ କହିଲେ ସେ ଯଦି ତାଙ୍କୁ ୧୦ ଲକ୍ଷ ତାଙ୍କ ଦେବେ ତେବେ ସେ ଚାକିରି କରେଇ ଦେଇ ମେରିଟ ଲିଷ୍ଟରେ ତାଙ୍କ ନାମ ଦେଖେଇ ଦେବେ । ଛାତ୍ର ଜଣକ କହିଲେ ସାର ଏତେ ଟଙ୍କା କୌଠୁ ଆଣିବି । ବିରଞ୍ଚି ସାର ତାଙ୍କୁ ଉତ୍ତର ଦେଲେ କି କଣ କରିବା ପୁଅ ମୁଁ କଣ ଏକା ନେବି କି, ଏଇଟା ମହାଦେବ ମନ୍ଦିର କେଉଁଠି ଧୂପ, ଦୀପ ତ କେଉଁଠି ନଡିଆ ଲାଗିବ । ତାଙ୍କୁ ପଇସା ଦେଲେ ସେ ଚାକିରି କରେଇ ଦେବେ ତାଙ୍କ ଉପରେ ଭରସା ରଖିବାକୁ ମଧ୍ୟ କହିଲେ ।

ଏପରିକି ସେ ଛାତ୍ର ଜଣକ ତାଙ୍କ ବାପାଙ୍କୁ କହି ତାଙ୍କର ଖଣ୍ଡେ ଜମି ବିକିବାକୁ ମଧ୍ୟ ଭାବି ନେଇଥିଲେ । ସମୟ ସମୟରେ ତାଙ୍କ ଗାଁ ରୁ ବିରି, ହଳଦୀ, ପରିବାପତ୍ର ଆଦି ଆଣି ମଧ୍ୟ ବିରଞ୍ଚିଙ୍କୁ ଦେଉଥିଲେ । ତେବେ ଏବେ ପିଏସ ଗି-ର-ଫ ହେବା ପରେ ଏନେଇ ମୁହଁ ଖୋଲିଛନ୍ତି ଛାତ୍ର ।

ସେ ତାଙ୍କ ବୟାନରେ ଏହା ମଧ୍ୟ କହିଥିଲେ କି ପୂଜରା ସିଷ୍ଟମ ଦୁ-ର୍ନୀ-ତି-ରେ ଚାଲିଛି ଓ ସାଧାରଣ ଲୋକଙ୍କୁ ଦୁ-ର୍ନୀ-ତି କରିବାକୁ ବାଧ୍ୟ କରାଯାଉଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ | ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ |