ବଡ଼ ଖବର- ACF Soumya Ranjan ମାମଲା, ବିଦ୍ୟାଙ୍କର ଥିଲା ବିଧବା ଯୋଗ, ସୌମ୍ୟ ସାଜିଥିଲେ ସାହାଡ଼ା ଗଛ.. ଏମିତି ସବୁ ପ୍ଲାନ ଥିଲା ବାପା ମା ଙ୍କର…

ଏକ ନିରୀହ ଜୀବନକୁ ନେବା ପାଇଁ ତିଳେ ମାତ୍ର ପଛଘୁଞ୍ଚା ଦେଲେନି ବିଦ୍ୟାଙ୍କ ବାପା ଓ ମା | ଏପର୍ଯ୍ୟନ୍ତ ସୌମ୍ୟଙ୍କ ମୃତ୍ୟୁ ମାମଲାରେ ଆସିଥିବା ବିଭିନ୍ନ ତଥ୍ୟ ଆଧାରରେ ଏହା ଜାଣିବାକୁ ମିଳିଛି | ନିକଟରେ ମିଳିଥିଲା ବିଦ୍ୟାଙ୍କ ଶେଷ ଚିଠି, ଯେଉଁଥିରେ ଜ୍ଯୋତି ନାମକ ଜଣେ ଯୁବକଙ୍କ ନାମ ରହିଥିଲା |

ହେଲେ ଏହି ବ୍ୟକ୍ତିଙ୍କୁ ନେଇ ପୂର୍ବପରି ପୋଲିସଙ୍କ ମଧ୍ୟରେ କୌଣସି ତତ୍ପରତା ଦେଖିବାକୁ ମିଳି ନାହିଁ | କିନ୍ତୁ ବିଦ୍ୟାଙ୍କ ଗାଁ ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି କି ସୌମ୍ୟଙ୍କ ସହ ବିଦ୍ୟାଙ୍କ ବିବାହ ଠିକ ହେବା ପରେ ବିଦ୍ୟା ଫେରାର ହୋଇ ଯାଇଥିଲେ | ଏହି ବିବାହରେ ସେ ରାଜି ନ ଥିଲେ | କାରଣ ତାଙ୍କର କଲେଜ ବେଳର ବନ୍ଧୁ ଜ୍ଯୋତିଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା ଓ ଦୁହେଁ ସାରାଜୀବନ ଏକାଠି ରହିବା ପାଇଁ ନିଷ୍ପତ୍ତି ମଧ୍ୟ ନେଇଥିଲେ | ଉଭୟଙ୍କ ପରିବାର ମଧ୍ୟ ବିବାହ ପାଇଁ ରାଜି ଥିଲେ |

କିନ୍ତୁ ସେମାନଙ୍କ ଜାତକ ମିଳାଇବା ବେଳେ ଆସିଥିଲା ଏକ ଭୟଙ୍କର ଭବିଷ୍ୟବାଣୀ | ବିଦ୍ୟାଙ୍କ ଭାଗ୍ୟରେ ବିଧବା ଯନ୍ତ୍ରଣା ଥିବା କହିଥିଲେ ଜ୍ଯୋତିଷ | ଝିଅ ପ୍ରେମରେ ଅନ୍ଧ ବିଦ୍ୟାଙ୍କ ବାପା ବିଧବା ଦୋଷ କାଟିବା ପାଇଁ ବାଛିନେଲେ ସୌମ୍ଯଙ୍କୁ | ଆମ ଶାସ୍ତ୍ର ଅନୁସାରେ ପୁରୁଷଙ୍କ ବିପତ୍ନୀ ଓ ମହିଳାଙ୍କ ବିଧବା ଦୋଷ ଥିଲେ ପ୍ରଥମେ ସାହାଡା ଗଛ ସହ ବିବାହ କରାଯାଏ | ଏପରି କରିବା ଦ୍ଵାରା ଦୋଷ ଖଣ୍ଡନ ହୋଇଯାଏ | କିନ୍ତୁ ବିଦ୍ୟାଙ୍କ ବାପା ମା ସାହାଡା ଗଛ ପରିବର୍ତ୍ତେ ବାଛିନେଲେ ସୌମ୍ୟଙ୍କୁ |

କିନ୍ତୁ ବିଦ୍ୟା ଏହି ବିବାହରେ ରାଜି ନ ହୋଇ ଜ୍ୟୋତିଙ୍କ ସହ ଫେରାର ହୋଇ ଯାଇଥିଲେ | ପରେ ଘରଲୋକ ବୁଝାସୁଝା କରି ତାଙ୍କୁ ବିବାହ ପାଇଁ ରାଜି କରାଇଥିଲେ | କିନ୍ତୁ ବିବାହ ପରେ ସୌମ୍ୟଙ୍କୁ ଗ୍ରହଣ କରି ନ ପାରି ତାଙ୍କ ପ୍ରେମକୁ ପ୍ରତ୍ୟାଖ୍ୟାନ କରିଥିଲେ ବିଦ୍ୟା ଓ ନିଜକୁ ବୁଝାଇବା ପାଇଁ ତାଙ୍କ ଠାରୁ ଏକ ବର୍ଷ ସମୟ ମଧ୍ୟ ନେଇଥିଲେ | ପାରିପାର୍ଶ୍ଵିକ ସ୍ଥିତିକୁ ନଜରରେ ଆଣିଲେ ଲାଗୁଛି ବିଦ୍ୟା ଏସବୁ ଜାଣିଥିଲେ | ସେଥିପାଇଁ ସୌମ୍ୟଙ୍କ ପରକ୍ରିୟା ପ୍ରୀତିକୁ ନେଇ ବିଦ୍ୟା ଲଗାଇଥିବା ଆରୋପରେ ତାଙ୍କ ପିତା କହିଥିଲେ କି ଛୋଟ ଏକ ମତଭେଦ ହୋଇଥିଲା |

ଯାହା ଆମେ ପରେ ସମାଧାନ କରି ନେଇଥିଲୁ | ଅର୍ଥାତ ବିଦ୍ୟାଙ୍କ ବିଧବା ଦୋଷ ଖଣ୍ଡନ ପାଇଁ ସୌମ୍ୟଙ୍କ ସହ ବିବାହ କରାଯାଇଥିଲା ଓ ଯୋଜନା ଥିଲା କି ଏକ ବର୍ଷ ପରେ ବିଦ୍ୟା, ସୌମ୍ୟଙ୍କୁ ଛାଡପାତ୍ର ଦେବେ | କିନ୍ତୁ ବିଦ୍ୟା ଏକ ବର୍ଷ ସମୟ ମାଗିବା ଓ ବିବାହ ପରେ ମଧ୍ୟ ସୌମ୍ୟଙ୍କ ସହ ଶାରୀରିକ ସମ୍ବନ୍ଧ ନ ରଖିବା ସତ୍ତ୍ୱେ ମଧ୍ୟ ସୌମ୍ଯ ତାଙ୍କୁ ଭଲ ପାଉଥିଲେ | ବିବାହର ମାତ୍ର ୬ ମାସ ପରେ ସେ ତାଙ୍କ ଦରମା ଓ ସମ୍ପତ୍ତିର ଅଧିକାରୀ ବିଦ୍ୟାଙ୍କୁ କରି ଦେଇଥିଲେ |

ବିଦ୍ୟାଙ୍କ ପ୍ରେମ ହାସଲ କରିବା ପାଇଁ ପିଲାଙ୍କ ଭଳି ଅଳି କରୁଥିବା ମଧ୍ୟ ତାଙ୍କା ଡାଏରୀରୁ ମିଳିଛି | କିନ୍ତୁ ବିଦ୍ୟାଙ୍କୁ ଏହିସବୁ ଅସହ୍ୟ ମନେ ହୋଇଥିଲା | ସେ ଭିତରେ ଭିତରେ ଜ୍ୟୋତିଙ୍କୁ ଝୁରି ହେଉଥିଲେ ଓ ସୌମ୍ୟଙ୍କୁ ରାସ୍ତାରୁ ହଟାଇବା ପାଇଁ ରଚିଥିଲେ ଷଡଯନ୍ତ୍ର | ଆଉ ଏଥିରେ ପରିବାରବର୍ଗ ହୁଏତ ସାହାଯ୍ୟ ମଧ୍ୟ କରିଥିଲେ | ସେଥିପାଇଁ ଏତେ କମ ବୟସର ଝିଅ ବିଧବା ହେବା ପରେ ମଧ୍ୟ ମା ବାପାଙ୍କ ମନରେ ଅବସାଦ ନାହିଁ | ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ | ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ |