ନିଜେ ତ ମଲେ ପିଲାଟିକୁ ବି ମାରିଦେଲେ, ମରିବା ଆଗରୁ ଫେସବୁକରେ କରିଗଲେ ଶେଷ ପୋଷ୍ଟ, ଆପଣଙ୍କ ହୋସ୍ ଉଡେଇ ଦେବ ଏହି ଘଟଣା !

ଜୀବନ ପ୍ରତି ସବୁ ଲୋଭ ଛାଡିଗଲା ପରେ କିଛି ଏମିତି ଲେଖି ନିଜକୁ ଶେଷ କରିଦେଲେ ଶିଳ୍ପୀ । ଫେସବୁକରେ “ଆଇ କ୍ଵିଟ” ବୋଲି ଲେଖି ଦେଇ ସମସ୍ତଙ୍କ ମନରେ ଅନେକ ଅସମାହିତ ପ୍ରଶ୍ନ ଛାଡି ଦେଇଗଲେ । ନିଜେ ମଲେ ସାଙ୍ଗରେ କୁନି ନିଷ୍ପାପ ଶିଶୁକୁ ମା-ରିଦେଲେ । ଯଦି ଏହି ଅଭିଯୋଗ ମିଛ ତେବେ କିଏ ଓ କେମିତି ଦୁଇ ବର୍ଷୀୟ ଶିଶୁର ଜୀବନ ନେଲା ଏହାର ସତ୍ୟତା ଖୋଜି ବାହାର କରିବା ନିହାତି ଜରୁରୀ ।

ପାରିବାରିକ କଳହକୁ ମୃ-ତ୍ୟୁର କାନ ବୋଲି କୁହା ଯାଉଥିବା ବେଳେ ମୃ-ତ୍ୟୁ ଯେ ସବୁ ସମସ୍ଯାର ଅନ୍ତ ନୁହେଁ ଏହା ଶିଳ୍ପୀଙ୍କୁ ବୁଝିବାର ଥିଲା । ଶିଳ୍ପୀ ମୃ-ତ୍ୟୁର କିଛି କ୍ଷଣ ପୂର୍ବରୁ ଫେସବୁକରେ ଆଇ କ୍ଵିଟ ଲେଖି ପୋଷ୍ଟ କରିଥିଲେ । ହେଲେ କାହିଁକି ଓ କେଉଁ ପରିସ୍ଥିତିରେ ଶିଳ୍ପୀ ଏତେ ବଡ ନିଷ୍ପତ୍ତି ନେଲେ ସେନେଇ ବିରାଟ ପ୍ରଶ୍ନ ଠିଆ ହେଉଛି । ଶିଳ୍ପୀ ନିଜକୁ ଖୁବ୍ ଭଲ ପାଉଥିଲେ ଓ ଏହା ତାଙ୍କର ଫେସବୁକ୍ ପୋଷ୍ଟରୁ ବାରି ହେଉଛି ।

ନୂଆବର୍ଷରେ ମଧ୍ୟ ବେଶ ମନଛୁଆଁ ଫଟୋ ସେ ଅପଲୋଡ କରିଥିଲେ । ଆଉ ସେଇ ଶିଳ୍ପୀ ଯେ ଏକ ଛୋଟ ଛୁଆର ଜୀବନ ନେବା ସହ ନିଜର ଜୀବନ ଯେ ନେଇପାରିବ ଏହା କଳ୍ପନା ବାହାରେ । ତେବେ ବାସ୍ତବତା ଯେତେ କଠୋର ହେଲେ ମଧ୍ୟ ଶିଳ୍ପୀଙ୍କ ଶ୍ଵଶୁର ଘର ଏବଂ ବାପଘର ପାଇଁ ଏହା ହିଁ ସତ । କୁନି ଛୁଆଟି ସାବତ ମା’ ଥିଲା ।

ହେଲେ ନିଜ ସହ ଛୁଆଟିକୁ ଏଭଳି ନିର୍ମମ ଭାବେ ମା-ରିଦେବା ପରେ ଦୁନିଆ ତାଙ୍କୁ ଡାହାଣୀ ନଜରରେ ଦେଖୁଛି । ଛୁଆଟିର ବା କଣ ଦୋଷ ଥିଲା । ଯାହାକୁ ମା’ ବୋଲି ଭାବି ନେଇ ଛୁଆଟି ବଢୁଥିଲା ସେ ଯେ ଦିନେ ପିଶାଚିନୀ ପାଲଟିଯିବ ନିଷ୍ପାପ ଶିଶୁ ବା କେମିତି ଜାଣିଥାନ୍ତା । ତେବେ ଏହା କେବଳ ପାରିବାରିକ ବିବାଦ, ସ୍ଵାମୀ ସହ ମନାନ୍ତର, ପାରିବାରିକ ହସ୍ତକ୍ଷେପ ନା ଆଉ କିଛି ତାହା ଜଣାପଡିବ । ହେଲେ ଏନେଇ ବର୍ତ୍ତମାନ ଶିଳ୍ପୀଙ୍କ ବାପଘର ଓ ଶ୍ଵଶୁର ଘର ମଧ୍ୟରେ ଏକ ପ୍ରକାର ବାକଯୁଦ୍ଧ ଲାଗି ରହିଛି ।

ଉଭୟ ପରିବାର ପରସ୍ପରକୁ ଏଥିପାଇଁ ଦାୟୀ କରୁଛନ୍ତି । ସେ ଯାହା ବି ହେଉ କିନ୍ତୁ ଛୋଟ ଛୁଆଟିକୁ ଏମିତି ମା-ରିବାର ନଥିଲା ବୋଲି ସମସ୍ତେ କଥା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।