ନିଜର ପୁରୁଣା ଆକାଉଣ୍ଟକୁ ଏମିତି ବନାନ୍ତୁ ଜନଧନ ଖାତା, ୫୦୦– ୫୦୦ ଟଙ୍କା ସହ ମିଳିଥାଏ ଏହି ୧୦ଟି ଖାସ ସୁବିଧା

କରୋନା ଭାଇରସ ମହମାରି କାରଣରୁ ସରକାର ମହିଳାମାନଙ୍କ ଜନଧନ ଖାତାରେ ଟଙ୍କା ଟ୍ରାନ୍ସଫର କରୁଛନ୍ତି । ଜନଧନ ଖାତାଧାରକମାନଙ୍କ ଆକାଉଣ୍ଟରେ ୫୦୦ ଟଙ୍କା ତୃତୀୟ ଓ ଶେଷ ରାଶି ଜମା କରି ଦିଆ ଯାଇଛି । ଏହା ପୂର୍ବରୁ ବି ସରକାର ୨ ଥର ୫୦୦ – ୫୦୦ ଟଙ୍କା ପଠାଇ ସାରିଛନ୍ତି । ବ୍ୟାଙ୍କରେ ଭିଡ ନ ଲାଗୁ ସେଥିପାଇଁ ସମସ୍ତ ପ୍ରକାରର ପ୍ରସ୍ତୁତି ବି କରା ଯାଇଛି । କହିବାକୁ ଗଲେ ଆକାଉଣ୍ଟ ନମ୍ବର ସଂଖ୍ୟା ଅନୁସାରେ ବ୍ୟାଙ୍କରୁ ଟଙ୍କା ବାହର କରିବାର ସୁବିଧା କରା ଯାଇଛି ।

ଆପଣଙ୍କୁ କହିଦେଉଛୁ କି ମୋଦୀ ସରକାର ନିଜର ପ୍ରଥମ କାର୍ଯ୍ୟକାଳ ସମୟରେ ହିଁ ଜନଧନ ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନା ଅନୁସାରେ ଦେଶର ଗରିବ ଲୋକମାନଙ୍କ ଜିରୋ ବାଲାନ୍ସରେ ବ୍ୟାଙ୍କ ଖାତା ପୋସ୍ଟ ଅଫିସ ଓ ରାଷ୍ଟ୍ରୀୟ ବ୍ୟାଙ୍କ ଗୁଡିକରେ ଖୋଲା ଯାଇ ଥିଲା । ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅନୁସାରେ ଏହି ବ୍ୟାଙ୍କ ଖାତା ଦ୍ଵାରା ଗ୍ରାହକମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ବି ଦିଆ ଯାଉଛି ।

ଆଜି ଆମେ ଆପଣଙ୍କୁ ଏହି ବ୍ୟାଙ୍କ ଖାତା ସହିତ ମିଳୁଥିବା ଅନ୍ୟ ଆକର୍ଷକ ସୁବିଧା ବିଷୟରେ କହିବାକୁ ଯାଉଛୁ । କିନ୍ତୁ ଧ୍ୟାନ ରଖନ୍ତୁ ଏହି ସମସ୍ତ ସୁବିଧା ସେହି ଲୋକମାନଙ୍କୁ ମିଳିବ ଯେଉଁ ଲୋକମାନଙ୍କ ବ୍ୟାଙ୍କ ଖାତା ଆଧାର ସହ ଲିଙ୍କ ଥିବ ।

ଏହି ଆକାଉଣ୍ଟର ଲାଭ :

·    ୬ ମାସ ପର୍ଯ୍ୟନ୍ତ ଓଭରଡ୍ରାଫ୍ଟର ସୁବିଧା ଅଛି । ୨ ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ବୀମା କଭର ।

·    ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଇଫ କଭର, ଯାହା ଲାଭାର୍ଥୀର ମୃତ୍ୟୁ ପରେ ଯୋଗ୍ୟତା ପ୍ରମାଣ କରିଥିବା ବ୍ୟକ୍ତିକୁ ମିଳିଥାଏ ।

·    ଡିପୋଜିଟ ଉପରେ ସୁଧ ମିଳିଥାଏ ।

·    ଖାତା ସହିତ ଫ୍ରୀ ମୋବାଇଲ ବ୍ୟାକିଙ୍ଗ ସୁବିଧା ବି ଦିଆ ଯାଇଥାଏ ।

·    ଜନଧନ ଯୋଜନାରେ ଖୋଲିଥିବା ବ୍ୟାଙ୍କ ଖାତାରେ ଡେବିଟ କାର୍ଡ ବି ଦିଆଯାଏ । ଯାହା ଦ୍ଵାରା ଆପଣ ସେହି ବ୍ୟାଙ୍କ ଖାତାରେ ଥିବା ଟଙ୍କାକୁ ବାହାର କରି ପାରିବେ ଓ ଜିନିଷ କ୍ରୟ ବି କରି ପାରିବେ ।

·    ଜନଧନ ବ୍ୟାଙ୍କ ଖାତା ଜରିଆରେ ବୀମା, ପେନସନ ଓ ଜିନିଷ ଇତ୍ୟାଦି କ୍ରୟ କରିବା ସହଜ ଅଟେ ।

·    ଯଦି ଜନଧନ ଯୋଜନା ଅଛି ତେବେ ପିଏମ ଚାଷୀ ଓ ଶ୍ରମଯୋଗୀ ମାନଧନ ଭଳି ଯୋଜନାରେ ପେନସନ ପାଇଁ ଖାତା ଖୋଌ ପାରିବେ ।

·    ପୁରା ଦେଶରେ ଟଙ୍କା ଟ୍ରାନ୍ସଫର କରିବାର ସୁବିଧା ବି ଅଛି ।

·    ସମସ୍ତ ସରକାରୀ ଯୋଜନାର ଲାଭ ସିଧା ସିଧା ଆପଣଙ୍କ ବ୍ୟାଙ୍କ ଖାତାକୁ ଆସିଥାଏ ।

ନୂଆ ଖାତା ଖୋଲିବା ପାଇଁ କରିବାକୁ ହେବ

ଯଦି ଆପଣ ନିଜର ନୂଆ ଜନଧନ ବ୍ୟାଙ୍କ ଖାତା ଖୋଲିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଥିବା ବ୍ୟାଙ୍କକୁ ଯାଇ ସହଜରେ ଏହି କାମ କରି ପାରିବେ । ଏଥିପାଇଁ ବ୍ୟାଙ୍କ ଆପଣଙ୍କୁ ଏକ ଫର୍ମ ଦେବେ ଓ ଆପଣ ସେହି ଫର୍ମକୁ ଭର୍ତ୍ତି କରିବାକୁ ହେବ । ସେଥିରେ ନାମ, ମୋବାଇଲ ନମ୍ବର, ବ୍ୟାଙ୍କ ବ୍ରାଞ୍ଚ ନାମ, ଆବେଦକର ଠିକଣା, ନମିନୀ, ବ୍ୟବସାୟ ରୋଜଗାର ଓ ବାର୍ଷିକ ଆୟ ଓ ଆଶ୍ରିତର ସଂଖ୍ୟା, ଏସଏମଏସ କୋଡ କିମ୍ବା ୱାର୍ଡ ନମ୍ବର, ଗ୍ରାମର କୋଡ କିମ୍ବା ସହରର କୋଡ ଇତ୍ୟାଦି ସୂଚନା ଦେବାକୁ ପଡିବ ।

ପୁରୁଣା ଖାତାକୁ ଏମିତି କରନ୍ତୁ ଜନଧନ ଯୋଜନା ଖାତା

ଆପଣଙ୍କର ଯଦି କୌଣସି ପୁରୁଣା ବ୍ୟାଙ୍କ ଖାତା ଅଛି ତେବେ ତାକୁ ବି ଆପଣ ଜନଧନ ଯୋଜନା ବ୍ୟାଙ୍କ ଖାତାରେ ପରିବର୍ତ୍ତନ କରି ପାରିବେ । ଏଥିପାଇଁ ଆପଣଙ୍କୁ ବ୍ୟାଙ୍କ ବ୍ରାଞ୍ଚକୁ ଯାଇ ରୂପେ କାର୍ଡ ଆବେଦନ କରିବାକୁ ପଡିବ ଓ ଏକ ଫର୍ମ ଭର୍ତି କରିବାକୁ ହେବ । ଏହା ପରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଜନଧନ ଯୋଜନାରେ ଟ୍ରାନ୍ସଫର ହୋଇଯିବ ।

ଏଥିପାଇଁ କେଉଁ ସବୁ କାଗଜପତ୍ର ଦରକାର

ଆଧାର କାର୍ଡ କିମ୍ବା ପାସପୋର୍ଟ କିମ୍ବା ଡ୍ରାଇଭିଙ୍ଗ ଲାଇସେନ୍ସ କିମ୍ବା ପ୍ୟାନ କାର୍ଡ, ଭୋଟର କାର୍ଡ, NREGA ଜବ କାର୍ଡ, ଅଥରିଟିଜ ଦ୍ଵାରା ଜାରୀ ଲେଟର, ଯେଉଁଥିରେ ନାମ, ଠିକଣା ଓ ଆଧାର ନମ୍ବର ଲେଖା ହୋଇଥିବ, ଗଜେଟେଡ ଅଫିସର ଦ୍ୱାରା ଜାରୀ ଲେଟର ଯେଉଁଥିରେ ଖାତା ଖୋଲିବାର ଆଟେସ୍ଟେଡ ଫଟୋ ଲାଗିଥିବ ।