କରୋନା ଭାଇରସ କେବେ ସରିବ ? ମିଳି ଗଲା ଉତ୍ତର, ଏହି ମାସ ପର୍ଯ୍ୟନ୍ତ କରିବାକୁ ପଡିବ ଅପେକ୍ଷା

ଗତ କିଛି ଦିନ ହେଲାଣି ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ହେବାରେ ଲାଗିଛି । ଏହି ମହାମାରୀ ବିରୁଦ୍ଧରେ ସାରା ଦେଶ ଲଢେଇ କରୁଛି । କରୋନା ଭାଇରସ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଦେଶରେ ପରିସ୍ଥିତିକୁ ସ୍ଵାଭାବିକ କରିବାକୁ ଚେଷ୍ଟା ଚାଲିଛି, କିନ୍ତୁ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ମୁହଁରେ ଅଛି କି ଏହି ମାରାତ୍ମକ ସଂକ୍ରମଣରୁ କେବେ ମୁକ୍ତି ମିଳିବ ? ବର୍ତ୍ତମାନ ଏହାର ଉତ୍ତର ମିଳିଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ବିଶେଷଜ୍ଞମାନେ ଏକ ଗାଣିତିୟ ମଡେଲ ଆଧାର ଉପରେ ସିଦ୍ଧାନ୍ତ ପାଇଛନ୍ତି କି ଭାରତରେ ସେପ୍ଟେମ୍ବର ମଧ୍ୟ ଭାଗରେ କରୋନା ଭାଇରସ ଶେଷ ହୋଇଯିବ ।

ଏହି ସ୍ୱାସ୍ଥ୍ୟ ବୈଜ୍ଞାନିକ ମାନେ ଦାବି କରିଛନ୍ତି କି ଭାରତରେ ଯେତବେଳେ ଠିକ ହୋଇଯାଇ ଥିବା ରୋଗୀ ଏବଂ କରୋନା ଭାଇରସ କାରଣରୁ ଜୀବନ ହରାଇ ଥିବା ବ୍ୟକ୍ତିଙ୍କ ସଂଖ୍ୟା ସକ୍ରିୟ ରୋଗୀଙ୍କ ସଂଖ୍ୟା ସାଙ୍ଗରେ ସମାନ ହୋଇଯିବ ତାହେଲେ ଏହା କରୋନା ଭାଇରସର ଶିଖର ହେବ । ଏହା ପରେ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବ ଏବଂ ସେପ୍ଟେମ୍ବର ମଧ୍ୟ ଭାଗରେ ଭାରତରୁ କରୋନା ଶେଷ ହେବା ଆରମ୍ଭ ହୋଇଯିବ ।

ଭାରତରେ କରୋନାର ତାଜା ପରିସ୍ଥିତି

 

ଭାରତରେ ବର୍ତ୍ତମାନ ୧,୧୫,୯୪୨ ଆକ୍ଟିବ କେସ ଅଛି । ଏହି ରୋଗୀ ମାନଙ୍କୁ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି । ୧,୧୪,୦୭୨ ରୋଗୀଙ୍କୁ ମେଡିକାଲରୁ ମୁକ୍ତ କରାଯାଇଛି । ୬୬୪୨ ଜଣ ମୃତ୍ୟୁ ବରଣ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱାସ୍ଥ୍ୟ ସେବା ମହାନିର୍ଦେଶାଳୟରେ ଡେପୁଟି ଡାଇରେକ୍ଟର ଜେନେରାଲ ଦିଲୀପ କୁମାର ଏବଂ ଦୀପ୍ତି ସହକାରୀ ନିର୍ଦେଶକ ରୂପାଲି ରାୟ ଏହି ଗଣନା କରିଛନ୍ତି । ତାଙ୍କର ଏହି ଅଧୟନ ବିଜ୍ଞାନ ପତ୍ରିକା ଏପିଡେମିୟୋଲୋଜି ଇଣ୍ଟରନେସନାଲରେ ପ୍ରକାଶିତ ହୋଇଛି ।

ଏମିତି ଜାଣିଲେ କେବେ ଶେଷ ହେବ କରୋନା

ବିଶେଷଜ୍ଞମାନେ ଭାରତରେ କରୋନା ଭାଇରସର ପରିସ୍ଥିତିର ଅନୁମାନ ଲଗାଇବା ପାଇଁ ବେଲେ ଗାଣିତିକ ମଡେଲର ବ୍ୟବହାର କରିଛନ୍ତି । ଏହାଦ୍ବାରା ସକ୍ରିୟ ଏବଂ ଠିକ ହୋଇ ସାରିଥିବା ରୋଗୀଙ୍କ ଆଧାରରେ ରୋଗ ଶେଷ ହେବାର ସୂଚନା ମିଳିଛି । ଏହି ମଡେଲ ଏହି ଆଧାର ଉପରେ କାମ କରିଥାଏ କି ଯେପର୍ଯ୍ୟନ୍ତ କୌଣସି ରୋଗୀ ସଂକ୍ରମିତ ଅଛି, ସେପର୍ଯ୍ୟନ୍ତ ସେ ନୂଆ ଲୋକଙ୍କୁ ସଂକ୍ରମିତ କରିପାରେ । ଯଦି ଗୋଟିଏ ଥର ଠିକ ହୋଇଥିବା ଏବଂ ଜୀବନ ହରାଇ ଥିବା ଲୋକଙ୍କ ସମୁଦାୟ ସଂଖ୍ୟା ସକ୍ରିୟ ରୋଗୀଙ୍କ ସଂଖ୍ୟା ଠାରୁ ଅଧିକ ହୋଇଯାଏ ସେତବେଳେ ସଂକ୍ରମଣ କମ ହେବା ଆରମ୍ଭ କରିବ ।

ଦୁଇଜଣ ବୈଜ୍ଞାନିକ ନିଜର ବିଶ୍ଳେଷଣରେ କହିଛନ୍ତି କି ଭାରତରେ ମହାମାରୀର ଆରମ୍ଭ ୨ ମାର୍ଚରୁ ହୋଇଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ବଢିବାରେ ଲାଗିଛି । ସେମାନଙ୍କର ଅଧୟନ ଅନୁସାରେ ସେପ୍ଟେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ଠିକ ହୋଇଥିବା ଏବଂ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସମୁଦାୟ ସଂଖ୍ୟା ସକ୍ରିୟ ରୋଗୀଙ୍କ ସହିତ ସମାନ ହୋଇଯିବ । ଏହାପରେ ମହାମାରୀର ପ୍ରକୋପ କମ ହେବାକୁ ଲାଗିବ ।