ନିଜ ସାଙ୍ଗ ସହ ଯବାନଙ୍କୁ ମାରିବା ପାଇଁ ଜାଲ ବିଛାଇଥିଲା ହିଡମା…କିନ୍ତୁ ଯବାନଙ୍କ ଗୁଳିରେ ଚାଲିଗଲା ହିଡମାର ଖାସ ସାଙ୍ଗ .

ସାଙ୍ଗକୁ ଧଋ ଆସୁଥିଲା ମାଓ ନେତା ହିଡମା । ଯବାନ ଙ୍କୁ ମାରିବା ପାଇଁ ଜାଲ ବିଛାଇଥିଲା । ଅନ୍ୟ ପଟେ ହିଡମା ଙ୍କୁ ଧରିବା ପାଇଁ ଲକ୍ଷ ଲକ୍ଷ ଅର୍ଥ ରାଶି ଘୋଷଣା ହୋଇଥିବା ବେଳେ ମାଓ ସାଙ୍ଗକୁ ନେଇ ହିଡମା ମିଟିଙ୍ଗ କରୁଥିଲା । ଆଉ ଏପଟେ ଜଙ୍ଗଲରେ ଯବାନ ମାନେ ଅପରେସନ ଜାରି ରଖିଥିଲେ । ହିଡମା ଯବାନ ଙ୍କୁ ଦେଖି ଲୁଚି ରହି ଗୁଳି କରିଲା । ଗୋଟି ଗୋଟି କରି ଜବାନଙ୍କୁ ମାରିଲା ହିଡମା । କିନ୍ତୁ ଗୋଟେ ଗୁଳି ମାଓବାଦୀ ଙ୍କ ଦେହରେ ବାଜିଲା ।

ଏହାକୁ ଦେଖି ହିଡମା ଭୟରେ ଫେରାର ହୋଇଗଲା । ହଁ ଦର୍ଶକ ବନ୍ଧୁ ଯବାନଙ୍କ ଗୁଳିର ଶିକାର ହୋଇଛି ମାଓ ନେତା ଚନ୍ଦନା ଓରଫ ସତ୍ୟମ । ଯିଏକି ହିଡମା ର ନିକଟତର ଲୋକ ଥିଲା । କେନ୍ଦ୍ରୀୟ ମାଓ କମିଟିର କମାଣ୍ଡର ହିଡମା ଯବାନଙ୍କ ଠାରୁ ଅସ୍ତ୍ର ଶସ୍ତ୍ର ଜବତ କରିବାକୁ ଯୋଜନା କରିଥିଲା । କିନ୍ତୁ ସବୁ ପ୍ଳାନ ଫେଲ ମାରିଛି ।

ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ଦେନ୍ତାବାଡା ଓ ସୁକୁମାର ଜିଲ୍ଲାର ମଧ୍ୟ ଭାଗରେ ମାଓବାଦୀ ମାନେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିବାର ପ୍ଳାନ କରିଥିଲେ । ଯାହାର ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଙ୍କ ସହ ସିଆରଏଫ ର ଯବାନ ମାନେ ମିଳିତ ଭାବେ ଦାନ୍ତେବାଡା ଓ ସୁକୁମାର ଜିଲ୍ଲା ର ମଧ୍ୟ ଭାଗରେ ଥିବା ଗନ୍ଧପାଲି, ପାଲାବେଟା ଓ ବୋଡାପାଲି ଜଙ୍ଗଲରେ କୁଡିଙ୍ଗ ଅପରେସନ ଆରମ୍ଭ କରିଥିଲେ ।

ଏହି ଖବର ପାଇବା ପରେ ପ୍ରଥମେ ମାଓବାଦୀ ମାନେ ଗୁଳି ଚାଳନା ଆରମ୍ଭ କରିଥିଲେ । କିନ୍ତୁ ଯବାନ ମାନେ ନିଜକୁ ସୁରକ୍ଷିତ ରଖିକି ଆକ୍ରମଣ କରିଥିଲେ । ଉଭୟ ପକ୍ଷ ମଧ୍ୟରେ 1 ଘଣ୍ଟାରୁ ଅଧିକ ସମୟ ଧଋ ଗୁଳି ବିନିମୟ ହୋଇଥିଲା । ଏଥର ଯବାନଙ୍କ ବୀରତ୍ଵ ଆଗରେ ହାର ମାନିଥିଲେ ମାଓବାଦୀ । ଘଞ୍ଚ ଜଙ୍ଗଲରେ ସୁଯୋଗ ନେଇ ସେଠାରୁ ଖସି ଚାଲି ଯାଇଥିଲେ ମାଓବାଦୀ ।

ଗୁଳି ବିନିମୟ ବନ୍ଦ ପରେ ଯବାନ ମାନେ ସଂପୂର୍ଣ୍ଣ ଅଞ୍ଚଳରୁ ସନ୍ଧାନ କରିବାରୁ ଡିସିଏମ କ୍ୟାଡର ଦୁର୍ଦାନ୍ତ ମାଓ ନେତା ଚନ୍ଦନା ଓରଫ ସତ୍ୟମର ମୃତ୍ୟୁ ହୋଇଥିବା ବେଳେ ବନ୍ଧୁକ ସହ ଅନେକ ମାଓ ସାମଗ୍ରୀକୁ ଯବାନ ମାନେ ଜବତ କରିଛନ୍ତି । ଆଗକୁ ମାଓବାଦୀ ମାନଙ୍କର କାର୍ଯ୍ୟ କଳାପ କୁ ଆଖି ଆଗରେ ରଖିକି ଏଭଳି ସର୍ଚ୍ଚ ଅପରେସନ ଜାରି ରହିବ ବୋଲି ଦାନ୍ତେବାଡା ଏସ୍ପି କହିଛନ୍ତି ।

ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।