ନିଜ ଜାଲରେ ହିଁ ନିଜେ ଫସିଗଲେ ରିୟା ଚକ୍ରବର୍ତୀ, ସୁଶାନ୍ତଙ୍କ ଭଉଣୀଙ୍କ ବିରୁଦ୍ଧରେ FIR ଦେବା ପଡିଗଲା ମହଙ୍ଗା

କିଛି ଦିନ ମଧ୍ୟରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ କୁ ତିନି ମାସ ପୁରା ହୋଇଯିବ। ଗତ କିଛି ଦିନ ହେବ ସିବିଆଇ ମୃତ୍ୟୁ ଘଟଣାର ଅନୁସନ୍ଧାନ କରିଥିଲା, କିନ୍ତୁ ଡ୍ରଗ୍ସ କଥା ବ୍ୟତୀତ ଆଉ କିଛି ଜଣାପଡି ନାହିଁ। ରିୟାଙ୍କ ପିତାମାତାଙ୍କ ପରେ ସିବିଆଇ ର ପଚରାଉଚରା ରିୟା ଚକ୍ରବର୍ତ୍ତୀଙ୍କ ସହ ଜାରି ରହିଛି। ତେବେ ଡ୍ରଗ୍ କାରବାର କରୁଥିବାର ରିୟା ଏନସିବି ନିକଟରେ ସ୍ୱୀକାର କରିଛନ୍ତି। ଡ୍ରଗ୍ସ ଆଙ୍ଗଲ୍ ଆସିବା ପରେ ରିୟା ସ୍ୱୀକାର କରିଛନ୍ତି ଯେ ସେ ସୁଶାନ୍ତଙ୍କ ଘରକୁ ଡ୍ରଗ୍ସ ମଗଉଥିଲେ ।

ରିୟା ଏହା ସ୍ଵୀକାର ପରେ ତାଙ୍କ ର ସମସ୍ଯା ନିଶ୍ଚିତ ଭାବେ ବଢିବାକୁ ଯାଉଛି। ଗତ ଦୁଇ ଦିନ ଧରି ଏନସିବି ଡ୍ରଗ୍ ମାମଲାରେ ରିୟାଙ୍କୁ ଜେରା କରି ଆସୁଥିଲା । ଏହି ସମୟରେ ରିୟା ଗତକାଲି ରାତିରେ ଏନସିବି ପଚରାଉଚରା ପରେ ସିଧା ବାନ୍ଦ୍ରା ପୋଲିସ ଷ୍ଟେସନକୁ ଯାଇଥିଲେ।

ସେଠାରେ ରିୟା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କାଙ୍କ ବିରୋଧରେ ଏଫ୍ଆଇଆର୍ ଦେବାକୁ ଥାନାରେ ପହଞ୍ଚିଥିଲେ। ରିୟା ଚକ୍ରବର୍ତୀ ଏହି ଅଭିଯୋଗ ୮ ଜୁନ କୁ ସୁଶାନ୍ତଙ୍କ ପାଇଁ ଫୋନ ରେ ଡାକ୍ତରଙ୍କ ସହିତ କଂସଲ୍ଟ କରିବା ପରେ ଔଷଧ ପ୍ରେସ୍କ୍ରାଇବ କରିବାକୁ ନେଇ କରିଛନ୍ତି ।

ଯେତେବେଳେ ରିୟା ଏଫଆଇଆର ଦାଖଲ କରିବା କଥା ସାମ୍ନାକୁ ଆସିଲା, ସୁଶାନ୍ତଙ୍କ ପିତାଙ୍କ ଓକିଲ ବିକାଶ ସିଂ ରିୟାଙ୍କ ଦାବିକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଲେ । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ରିୟାଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ଏଥିସହ ବିକାଶ ସିଂ ଏହାକୁ କୋର୍ଟର ଅବମାନନା ବୋଲି କହିଛନ୍ତି। ବାସ୍ତବରେ ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଥିଲେ ଯେ ଯଦି ସୁଶାନ୍ତ ମାମଲାରେ କୌଣସି ପ୍ରକାରର ଏଫଆଇଆର ଦାଖଲ ହୁଏ, ତା’ହେଲେ ଏହାର ତଦନ୍ତ ମଧ୍ୟ ସିବିଆଇକୁ ଦିଆଯିବ। ଏଭଳି ପରିସ୍ଥିତିରେ ଯଦି ବାନ୍ଦ୍ରା ପୋଲିସ ରିୟାଙ୍କ ଏଫଆଇଆର ଅନୁସନ୍ଧାନ ଆରମ୍ଭ କରେ, ତେବେ ଏହା କୋର୍ଟଙ୍କ ନିଷ୍ପତ୍ତିକୁ ଅପମାନ ବୋଲି ବିବେଚନା କରାଯିବ।

ଏହି ସମଗ୍ର ବିଷୟ ଉପରେ ଆଲୋଚନା କରି ବିକାଶ ସିଂ କହିଛନ୍ତି, “ରିୟା ଚକ୍ରବର୍ତ୍ତୀଙ୍କ ଦ୍ୱାରା ବାନ୍ଦ୍ରା ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରା ଯାଇଛି। ସେ କହିଲେ କି ଏହା ଆଉ କିଛି ନୁହେଁ ବରଂ ଏହି ମାମଲାରେ ମୁମ୍ବାଇ ପୋଲିସ ର ଅଧିକାର କ୍ଷେତ୍ରକୁ ବଜାୟ ରଖିବାର ଏକ ପ୍ରଚେଷ୍ଟା ଅଟେ ଯେତେବେଳେ କି ସୁପ୍ରିମକୋର୍ଟ ସଫା ସଫା କହିଥିଲେ କି ସୁଶାନ୍ତ ସିଂହ ମାମଲାରେ ଆସୁଥିବା କୌଣସି ବି FIR ର ଯାଞ୍ଚ CBI ହିଁ କରିବ ।

ବିକାଶ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ବାନ୍ଦ୍ରା ପୋଲିସ ଏହି ଅଭିଯୋଗ ଦାଖଲ କରେ ତେବେ ଏହା ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ ହେବ। ଯଦି ବାନ୍ଦ୍ରା ପୋଲିସ ଏହି ଅଭିଯୋଗ ଗ୍ରହଣ କରେ, ତେବେ ଆମେ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରିବୁ ”।

ଏଭଳି ପରିସ୍ଥିତିରେ ଯଦି ରିୟାଙ୍କ ଅଭିଯୋଗ ଉପରେ ବାନ୍ଦ୍ରା ପୋଲିସ ତଦନ୍ତ ଜାରି ରଖେ, ତା’ହେଲେ ତାଙ୍କ ସମସ୍ୟା ଆହୁରି ବଢିବାକୁ ଯାଉଛି। ଖବର ଅନୁସାରେ ଆଜି ରିୟାଙ୍କୁ ଡ୍ରଗ୍ସ ମଗାଇବା, ବିକିବା ଓ ବ୍ୟବହାର କରିବା ମାମଲାରେ ଏନସିବି ରିୟାଙ୍କୁ ଗିରଫ କରି ନେଇଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।