EXCLUSIVE ଭାଇକୁ ବଞ୍ଚାଇବା ପାଇଁ ରିୟା ମାନିଲା ସବୁ କିଛି, ୧୯ ଜଣଙ୍କ ନାଁ କହିଲା ରିୟା, ସୁଶାନ୍ତଙ୍କ ଫାର୍ମ ହାଉସ ଥିଲା ଆଡ୍ଡା

ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ଆଜି ସବୁଠୁ ବଡ ପ୍ରମାଣ CBI ହାତରେ ଲାଗିଛି । କହିବାକୁ ଗଲେ ରିୟା NCB ସାମ୍ନାରେ ସବୁ ସତ ମାନି ନେଇଛନ୍ତି । କିନ୍ତୁ ଏହା ଠାରୁ ବଡ ଆଶ୍ଚର୍ଯ୍ୟକର ଖବର ଏହା ଅଟେ କି ରିୟା ଚକ୍ରବତୀ ବଲୀଉଡର ୧୯ଟି ବଡ ଓ ଏ ଲିସ୍ଟ ଷ୍ଟାରଙ୍କ ନାଁ କହିଛନ୍ତି । ରିୟା କହିଛନ୍ତି କି ଏମାନେ ସମସ୍ତେ ସୁଶାନ୍ତଙ୍କ ଫାର୍ମହାଉସକୁ ଆସୁଥିଲେ । ଏହିଭଳି ରିୟା ବହୁତ କିଛି ରହସ୍ୟର ଉଜାଗର କରିଛନ୍ତି ।

ହୋଇପାରେ କି ସୁଶାନ୍ତଙ୍କ କେସରେ ଏହି ଲୋକମାନେ ସାମିଲ ହୋଇ ପାରନ୍ତି । କହିବାକୁ ଗଲେ ରିୟାଙ୍କ ଭାଇ ସୌଭିକ NCBର ଜାଲରେ ପୂରାପୂରି ଫସି ଯାଇ ଥିଲେ । ଏମିତିରେ ରିୟା ନିଜ ଭାଇକୁ ବଞ୍ଚାଇବା ପାଇଁ ଏହି ସବୁ ରହସ୍ୟର ଉଜାଗର କରିଛନ୍ତି ।

କହିବାକୁ ଗଲେ NCBର ପ୍ରଥମ ଦିନର ପୁଛତାଛରେ ରିୟା କିଛି ବି କହିଲେ ନାହିଁ ଓ ଅଧିକାଂଶ ପ୍ରଶ୍ନର ଜବାବ ସେ କେବଳ ‘ମୋତେ ଜଣା ନାହିଁ’ ବୋଲି କହୁଥିଲେ । କିନ୍ତୁ ଦ୍ଵିତୀୟ ଦିନ ଅର୍ଥାତ ସୋମବାର ଦିନ NCB ରିୟା, ସୌଭିକ, ସାମୁଏଲ ମିରାଣ୍ଡା, ଦିପେଶ ସାବନ୍ତ ସହ ପାର୍ଟନର ଜୟେଦକୁ ଏକାଠି ବସାଇଲେ ଓ ଏହା ପରେ ଦ୍ଵିତୀୟ ଦିନର ପୁଛତାଛରେ NCBର ଅଫିସରମାନେ ରିୟାଙ୍କୁ କହିଦେଲେ କି ଯଦି ତୁମେ ଆଜି କିଛି କହିବ ନାହିଁ ତେବେ ଏହି ପୁରା ମାମଲାରେ ସୌଭିକକୁ ଦୋଷୀ କରି ଦିଆଯିବ ଓ ଶେଷରେ ତୁମକୁ ଏବଂ ତୁମ ଭାଇକୁ କେହି ବି ବଞ୍ଚାଇ ପାରିବେ ନାହିଁ ।

ଏହା ପରେ ରିୟା ଅନ୍ୟ କିଛି ଉପାୟ ନ ପାଇ ଶେଷରେ ସେ ସବୁ ସତ କହିବେ ବୋଲି ରାଜି ହୋଇଗଲେ । କିନ୍ତୁ ଏହି କେସ ସହ ମୋ ଭାଇର କୌଣସି ଲିଙ୍କ ନାହିଁ । ସୌଭିକ କେବଳ ମୋ କଥା ଅନୁସାରେ ଚାଲୁଥିଲା । NCBର ସୂତ୍ର ଅନୁସାରେ ଏହା ପରେ ଅସଲ ପୁଛତାଛ ଆରମ୍ଭ ହେଲା । NCB ରିୟାଙ୍କ ପ୍ରଶ୍ନ କରିଲେ କି କଣ ସେ ଡ୍ରଗ୍ସ ନିଅନ୍ତି । ରିୟା ଜବାବ ଦେଲେ ହଁ ମୁଁ ମଦ ଓ ଡ୍ରଗ୍ସ ନିଏ ।

ଏହା ପରେ ରିୟା କହିଲେ କି ସେ ନିଜ ପାଇଁ ଓ ସୁଶାନ୍ତଙ୍କ ପାଇଁ ସୌଭିକ, ସାମୁଏଲ ମିରାଣ୍ଡା, ଦିପେଶ ସାବନ୍ତ ଦ୍ଵାରା ଡ୍ରଗ୍ସ ଆଣୁଥିଲେ । ଏହା ପରେ NCB ପ୍ରଶ୍ନ କରିଲେ କି କଣ ତୁମେ କେବେ ସୁଶାନ୍ତଙ୍କୁ ଜବରଦସ୍ତ ଡ୍ରଗ୍ସ ଦେଇଛ ? ତେବେ ରିୟା ବି ଏହ ପ୍ରଶ୍ନର ଜବାବରେ କହିଲେ କି ହଁ ମୁଁ ପ୍ରାୟତଃ ଏହିଭଳି କରିଛି । କାରଣ ସୁଶାନ୍ତ ବେବାକୁ ହୋଇ ଯାଉ ଥିଲା ଓ ତାକୁ ଶାନ୍ତ କରିବା ପାଇଁ ମୁଁ ଏହିଭଳି କରୁଥିଲି । ଏହିଭଳି ଭାବରେ ରିୟା NCBର ସମସ୍ତ ପ୍ରଶ୍ନର ଜବାବ ଦେଲେ ଓ ଶେଷରେ ସବୁ ସତ ମାନି ଗଲେ ।

ଆପଣଙ୍କୁ କହିଦେଉଛୁ କି ଏହା ଆଗରୁ ଦିପେଶ ସାବନ୍ତ କହିଥିଲେ କି ପ୍ରାୟତଃ ସୁଶାନ୍ତଙ୍କ ଘରେ ପାର୍ଟି ହେଉଥିଲା ଓ ଏହି ପାର୍ଟିକୁ ସବୁ ଏ ଲିସ୍ଟ କଳାକାରମାନେ ବି ଆସୁଥିଲେ । ଦିପେଶଙ୍କ ଅନୁସାରେ ରିୟା ହିଁ ଏହି ପାର୍ଟିକୁ ଆୟୋଜିତ କରୁଥିଲେ ଓ ରିୟା ହିଁ ଡ୍ରଗ୍ସର ବ୍ୟବସ୍ଥା କରୁଥିଲେ । ରିୟା ବି ଏହି କଥାକୁ ମାନିଛନ୍ତି କି କେବଳ ସେ ନୁହନ୍ତି ସୁଶାନ୍ତ ବି ଏଥିରେ ସାମିଲ ଥିଲେ ।

ଏହା ପରେ ରିୟା ଏହି ପାର୍ଟିରେ ଆସୁଥିବା ୧୯ ଜଣ ଲୋକମାନଙ୍କ ନାଁ କହିଲେ ଓ ଏହି ୧୯ ଜଣ ମଧ୍ୟରେ ପ୍ରାୟତଃ ସମସ୍ତେ ବଲୀଉଡ ସହ ଜଡିତ ଅଛନ୍ତି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେହି ୧୯ ଜଣଙ୍କ ନାଁ ଜଣା ପଡି ନାହିଁ । ଏହିଭଳି ଭାବରେ NCB ସାମ୍ନାରେ ରିୟା ସବୁକିଛି ମାନି ଯାଇଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।