ଆସନ୍ତା ୫ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷାର ସମ୍ଭାବନା

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ରହିଥିଲେ ମଧ୍ୟ ଆସନ୍ତା ୪୮ ଘଣ୍ଟା ମାନେ ଆଜି ଠାରୁ ସେପ୍ଟେମ୍ବର ୧୦ ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ଅତି ପ୍ରବଳ ବର୍ଷା ହେବାରର ସମ୍ଭାବନା ରହିଛି । ଏହା ସହିତ ବିଜୁଳି ଓ ଘଡଘଡି ର ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ଏକ ସତର୍କ ସୂଚନା ଜାରି କରିଛି ।

ଏଥି ସହିତ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରା ଯାଇଛି ଓ ବର୍ଷା ଘଡଘଡି ସମୟରେ ବାହାରକୁ ନ ବାହାରିବା ପାଇଁ ଜନ ସାଧାରଣଙ୍କୁ ପରାମର୍ଶ ଦିଆ ଯାଇଛି । ଆଞ୍ଚଳିକ ପାଣିପାଗ ସତର୍କ ସୁଚାନା ଜାରି କରି କହିଛନ୍ତି କି ଆସନ୍ତା ୨୪ ଘଣ୍ଟା ମାନେ ବୁଧବାର ମଧ୍ୟାହାନ ସୁଧା ଉତ୍ତର ଉପକୂଳ ଓଡିଆଶା, ମୟୂରଭଞ୍ଜ, କେନ୍ଦୁଝର, ନବରଙ୍ଗପୁର, ଢ଼େଙ୍କାନାଳ, କୋରାପୁଟ, ରାୟଗଡା, କଳାହାଣ୍ଡି, ମାଲକାନଗିରି, ଓ ଓଡିଶାର ବାକି ଜିଲ୍ଲାମାନରେ ଅଳ୍ପ କିଛି ସ୍ଥାନରେ ବଜ୍ରପାତ ସହିତ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ଭଦ୍ରକ, କଟକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, କନ୍ଧମାଳ, ନବରଙ୍ଗପୁର, ମୟୂରଭଞ୍ଜ, ଢ଼େଙ୍କାନାଳ, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡା, ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।

୧୦ ସେପ୍ଟେମ୍ବର ମାନେ ଗୁରୁବାର ମଧ୍ୟାହ୍ନ ମଧ୍ୟରେ ଦକ୍ଷିଣ ଓଡିଶା ଓ ଉତ୍ତର ଓଡିଶାର ଅଳ୍ପ କିଛି ସ୍ଥାନରେ ବଜ୍ରପାତ ସହିତ ସ୍ୱଳ୍ପ ବର୍ଷା ବା ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଯେତେବେଳେ କି ସେହି ସମୟରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଓ

ଏଥିସହ କେନ୍ଦ୍ରାପଡା, ସୁନ୍ଦରଗଡ, ଝାରସୁଗୁଡା, ବାଲେଶ୍ୱର, କଟକ, ଜଗତସିଂହପୁର, ଭଦ୍ରକ, ଯାଜପୁର, ଦେବଗଡ଼, ମୟୂରଭଞ୍ଜ, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, କନ୍ଧମାଳ, କୋରାପୁଟ, ରାୟଗଡା, କଳାହାଣ୍ଡି, ନୟାଗଡ଼, ଜିଲ୍ଲାରେ ବର୍ଷା ସହିତ ବଜ୍ରପାତର ସମ୍ଭାବନା ରହିଛି । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।