ନିଆରା ଢଙ୍ଗରେ ବାହା ହେଲେ ଲୋକପ୍ରିୟ ଓଡିଆ ଅଭିନେତ୍ରୀ Riya Dey, ବାହାଘରରେ ଯୋଗ ଦେଇଥିଲେ ଏହିସବୁ ନାମୀଦାମୀ ଓଡିଆ କଳାକାର, ଦେଖନ୍ତୁ video

ବିବାହ ବନ୍ଧନରେ ଆବଦ୍ଧ ହେଲେ ଲୋକପ୍ରିୟ ଓଲିଉଡ ଅଭିନେତ୍ରୀ ରିୟା ଦେ’ । ଆପଣ ରିୟାଙ୍କୁ ନିଶ୍ଚିତ ଭାବେ ଅନେକ ସୁପରହିଟ୍ ଓଡିଆ ଚଳଚ୍ଚିତ୍ର ମାନଙ୍କରେ ଦେଖିଥିବେ । ଦୀର୍ଘଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଥିବା ରିୟା ଓଲିଉଡ ଜଗତର ଏକ ସୁପରିଚିତ ଚେହେରା । ରିଲ୍ ଲାଇଫରେ ରିୟାଙ୍କୁ ତ ଅନେକ ଥର ବିବାହ କରିବାର ଦେଖିଥିବେ । କିନ୍ତୁ ଏବେ ରିୟଲ ଲାଇଫରେ ରିୟା ସତରେ ହାତକୁ ଦି’ ହାସ ହୋଇଛନ୍ତି । ସୁନିଲ କୁମାର ଦଳାଇଙ୍କୁ ରିୟା ବିବାହ କରିଛନ୍ତି ।

ଖବର ଅନୁଯାୟୀ ଦୀର୍ଘ ଦିନ ଧରି ରିୟା ଓ ସୁନିଲ ପରସ୍ପରକୁ ଭଲ ପାଉଥିଲେ । ଆଉ ଶେଷରେ ଏଥର ବିବାହ ଋତୁରେ ଦୁହେଁ ପରସ୍ପରକୁ ଜୀବନସାଥି  ଭାବେ ଗ୍ରହଣ କରିଛନ୍ତି । ରିୟା ଖୁବ ଧୁମଧାମରେ ଏକଦମ ଭାରତୀୟ ରୀତିନୀତି ଓ ପରମ୍ପରା ସହ ବିବାହ କରିଥିଲେ । ଏକଦମ ଫିଲ୍ମ ଷ୍ଟାଇଲରେ ବିବାହ କରିଥିବା ରିୟାଙ୍କ ବାହାଘରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତାଙ୍କ ବିବାହରେ ଅନେକ ଓଲିଉଡ ଅଭିନେତ୍ରୀ ଓ ଅଭିନେତା ମାନେ ଯୋଗ ଦେଇଥିବାର ମଧ୍ୟ ଦେଖିବାକୁ ମିଳିଛି ।

ସମସ୍ତେ ରିୟାଙ୍କ ବାହାଘରରେ ଯୋଗ ଦେଇ ବେଶ ଉପଭୋଗ କରିଥିବାର ଦେଖିବାକୁ ମିଳିଛି । ତେବେ ବିବାହ ବେଳେ ରିୟାଙ୍କୁ 31 ବର୍ଷ ବୟସ ହୋଇଥିବା ଜଣାପଡିଛି । ଅନେକ ଓଲିଉଡ ଅଭିନେତ୍ରୀ ବିବାହ ପରେ ଅଭିନୟ ଛାଡି ଦେଉଥିବା ବେଳେ ରିୟାଙ୍କୁ ବିବାହ ପରେ ଆଉ ସିନେମାରେ ଦେଖିବାକୁ ମିଳିବ କି ନାହିଁ ତାହା ସମୟ କହିବ ।

ତେବେ ରିୟାଙ୍କ ବିବାହରେ ଯୋଗ ଦେଇଥିବା ସବୁ ଓଡିଆ କଳାକାର ମାନେ ନାଚଗୀତ ସହ ରିୟାଙ୍କ ବିବାହର ମଜାକୁ ଆହୁରି ଦ୍ଵିଗୁଣିତ କରିବା ନଜର ଆସିଥିଲା । ବଙ୍ଗାଳୀ ରୀତିନୀତିରେ ରିୟାଙ୍କ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବୋହୂ ଭେଶରେ ଅତ୍ୟନ୍ତ ସୁନ୍ଦର ଦିଶୁଥିଲେ ରିୟା । ସୁନିଲଙ୍କୁ ବିବାହ କରି ବର୍ତ୍ତମାନ ରିୟା ନିଜ ଶାଶୁଘରକୁ ଚାଲି ଯାଇଛନ୍ତି ।

ଅଭିନେତ୍ରୀ ପ୍ରିୟା, ଜୀନା, ଦେବଯାନୀ, ପୁନମ, ଶୀତଲ ଦିବ୍ୟା ଓ ଦେବାଶିଷଙ୍କ ଭଳି ଆଗଧାଡିର ଅଭିନେତାମାନେ ରିୟାଙ୍କ ବିବାହରେ ଯୋଗ ଦେଇଥିଲେ । ପ୍ରାୟ ଏକ ଦଶନ୍ଧି ଧରି ଓଲିଉଡରେ ନିଜ ଯାତ୍ରା ଜାରି ରଖିଥିବା ରିୟା ଏବେ ଆଉ ଏକ ନୂଆ ଜୀବନ ଆରମ୍ଭ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।