Rani Panda ଙ୍କୁ ବଡ ବୟାନ ଦେଲେ ୟୁଟ୍ଯୁବ କମେଡିଆନ Mister Gajapati, ରାଣୀ ପଣ୍ଡା ବାପାର କଣ ଖଣି ଚାଲିଛି ଯେ ସେ ତୁମକୁ ଆଣି… ଦେଖନ୍ତୁ video

କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନି । ନିକଟରେ ରାଣୀଙ୍କ କାର୍ ରେ ପିଟି ହୋଇ ଆଠଗଡର ଜଣେ ଯୁବକ ପ୍ରାଣ ହରାଇବା ପରେ ରାଣୀଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଯୁବକଙ୍କ ପରିବାର ତାଙ୍କ ପୁଅର ମୃତ୍ୟୁ ପାଇଁ ରାଣୀ ପଣ୍ଡାଙ୍କୁ ଦାୟୀ କରୁଥିବା ବେଳେ ରାଣୀ ମୃତ ଯୁବକ ସୁକାନ୍ତଙ୍କ ପରିବାରକୁ ସାହାଯ୍ୟର ହାତ ବଢାଇଛନ୍ତି ।

ଏନେଇ ମିଷ୍ଟର ଗଜପତି ଭାବେ ଜଣାଶୁଣା ଥିବା ୟୁଟ୍ଯୁବ କମେଡିଆନ ନିଜ ମତ ଦେଇଛନ୍ତି । ସେ କହିଛନ୍ତି, ରାଣୀ ପଣ୍ଡା ବିଭିନ୍ନ ସମୟରେ ଗରିବ ଅସହାୟଙ୍କ ପାଇଁ ଠିଆ ହୋଇଥିବା ଦେଖିବାକୁ ମିଳିଛି । ବ୍ୟକ୍ତିଗତ ଜୀବନକୁ ନେଇ ତାଙ୍କର ଯାହାବି ସମସ୍ଯା ଥାଉ ପଛେ ଅସହାୟ ବୃଦ୍ଧ-ବୃଦ୍ଧା ହୁଅନ୍ତି କି କେଉଁଠି କାହାର ଝିଅ ବାହାଘର ସବୁଠି ଯାଇ ଝିଅ, ଭଉଣୀ ଆଦିର ଭୂମିକା ସେ ତୁଲାଇଛନ୍ତି । ସେଥିପାଇଁ ରାଣୀ ପଣ୍ଡାଙ୍କୁ ଗରିବଙ୍କ ମସିହା ବୋଲି କୁହାଯାଏ ।

ରାଣୀ ରୋକଠୋକ କହିବା କାରଣରୁ ଅନେକ ସମୟରେ ବିବାଦରେ ଛନ୍ଦି ହୋଇଯାନ୍ତି ଓ ଲୋକେ ତାଙ୍କୁ ଖରାପ ଭାବନ୍ତି । କିନ୍ତୁ ପ୍ରତି ଥର ରାଣୀ ପଣ୍ଡା ପ୍ରମାଣ କରି ଦେଖାଇଛନ୍ତି ଯେ ତାଙ୍କ ହୃଦୟ କେତେ ଭଲ । ନିକଟରେ ରାଣୀ ପଣ୍ଡାଙ୍କ କାର୍ ସହ ଯେଉଁ ଦୁର୍ଘଟଣା ହେଲା ତାହା ବେଶ ଦୁଃଖର ବିଷୟ । ଏଥିରେ ସମସ୍ତେ ରାଣୀ ପଣ୍ଡାଙ୍କ ଉପରେ ଦୋଷ ଲଦୁଛନ୍ତି । କିନ୍ତୁ ଏହି ଦୁର୍ଘଟଣା ଯଦି ଘଟିବାର ଥିଲା ତେବେ କାହାସହ ବି ଘଟି ପାରିଥାନ୍ତା ।

କିନ୍ତୁ ଯେହେତୁ ରାଣୀ ପଣ୍ଡା ଜଣେ ଚର୍ଚ୍ଚିତ ଚେହେରା ତେଣୁ ତାଙ୍କ ଉପରେ କଥା ଆସିଯାଉଛି । ଯଦି ସେ ଦୁର୍ଘଟଣା କରି ସେଠାରୁ ପଳେଇଥାନ୍ତେ ତେବେ କେହି ଜାଣି ପାରି ନଥାନ୍ତେ । କିନ୍ତୁ ରାଣୀ ହୃଦୟବାନ ହୋଇଥିବାରୁ ସେଠାରେ ଅଟକି ଥିଲେ । ଗାଡି ବି ସେ ଚଲାଉ ନଥିଲେ, ତାଙ୍କ ଡ୍ରାଇଭର ଡ୍ରାଇଭ କରୁଥିଲେ । ତଥାପି ରାଣୀଙ୍କୁ ଦୋଷ ଦିଆଗଲା । ଆଉ ନିଜେ ଦୁର୍ଘଟଣାରେ ଆହତ ହୋଇ ମଧ୍ୟ ରାଣୀ ମୃତ ସୁକାନ୍ତଙ୍କ ପରିବାର ପାଇଁ 35 ହଜାର ଟଙ୍କାର ସହାୟତା ରାଶି ପଠାଇଲେ ।

ରାଣୀ ପଣ୍ଡା ପାଖରେ ମଣିଷତ୍ଵ ଆଉ ବିବେକ ଅଛି । ସେଥିପାଇଁ ସେ ତାଙ୍କ ପାଇଁ ଠିଆ ହେଲେ ଓ ସାରା ଜୀବନ ମୃତକଙ୍କ ପରିବାରକୁ ସାହାଯ୍ୟ ପଠାଇବେ ବୋଲି କହିଲେ । ତେବେ ଅନେକ ଲୋକଙ୍କୁ ସାହାଯ୍ୟର ହାତ ବଢାଇଥିବା ରାଣୀ ପଣ୍ଡା କାମ କଲେ ସିନା ଲୋକଙ୍କୁ ସାହାଯ୍ୟ କରିବେ । ସେଥିପାଇଆନ ରାଣୀ ପଣ୍ଡାଙ୍କୁ ଆହୁରି ସୁଯୋଗ ମିଳିବା ଆବଶ୍ୟକ । ଏନେଇ ଆପଣଙ୍କ ମତ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।