ନିଉୟର୍କରେ ପ୍ରତି ୧୭ ମିନିଟରେ ଗୋଟିଏ ରୋଗୀର ମୃତ୍ୟୁ, ୯ ଦିନରେ ବର୍ବାଦ ହେବାକୁ ଯାଉଛି ସ୍ୱାସ୍ଥ୍ୟ ବିଭାଗ

ଆମେରିକାରେ କରୋନା ଭାଇରସ ଜବରଦସ୍ତ ନିଜର କାୟା ବିସ୍ତାର କରିଚାଲିଛି । କିନ୍ତୁ କହିବାକୁ ଗଲେ ସବୁଠୁ ଖରାପ ଅବସ୍ଥା ନ୍ୟୁୟର୍କର ଅଟେ । ଶନିବାର ଦିନ ନ୍ୟୁୟର୍କରେ ସ୍ଥିତି ବେକାବୁ ହୋଇଯାଇଥିଲା । ନିଉୟର୍କର ସ୍ୱାସ୍ଥ୍ୟ ବିଭାଗ ବର୍ବାଦ ହେବାକୁ ଯାଉଛି । ଶୁକ୍ରବାର ଦିନ ପୁରା ରାତି ସହରରେ ଆମ୍ବୁଲାନ୍ସର ସାୟରନର ଆବାଜ ଶୁଣିବାକୁ ମିଳିଥିଲା । ଅନ୍ୟ ପଟେ ସ୍ୱାସ୍ଥ୍ୟ ବିଭାଗରେ ଫୋନ କଲ ଉପରେ ଫୋନ କଲ ଚାଲିଛି ।

ଡେଲୀ ମେଲର ଏକ ରିପୋର୍ଟ ଅନୁସାରେ ନିଉୟର୍କରେ ସ୍ୱାସ୍ଥ୍ୟ ଇମରଜେଂସୀ ପାଇଁ ଆସୁଥିବା ଫୋନ କଲ ୪୦ % ବଢି ଯାଇଛି । ସବୁଦିନ ପାଖାପାଖି ୬୫୦୦ ଫୋନ କଲ ସ୍ୱାସ୍ଥ୍ୟ ଇମରଜେଂସିକୁ ଆସୁଛି । ଗୋଟିଏ ସମୟରେ ପାଖାପାଖି ୧୭୦ ସ୍ୱାସ୍ଥ୍ୟ ଇମରଜେଂସୀ ପାଇଁ କଲ କରୁଥିବା ଲୋକଙ୍କୁ ହୋଲ୍ଡରେ ରଖା ଯାଉଛି । କାରଣ ଫୋନ ରିସିଭ କରୁଥିବା ଲୋକମାନଙ୍କ ସଂଖ୍ୟା ବହୁତ କମ ଅଟେ ।

ନିଉୟର୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହା ବି କୁହାଯାଉଛି କି ଅଧିକ ଜରୁରୀ ନ ଥିଲେ ସ୍ୱାସ୍ଥ୍ୟ ବିଭାଗର ନମ୍ବର ୯୧୧ କୁ ଫୋନ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହା ବି କୁହାଯାଇଛି କି ଯାହାଙ୍କୁ ଅଧିକ ଦରକାର ସେମାନେଙ୍କୁ ହିଁ ସ୍ୱାସ୍ଥ୍ୟ ସେବା ଦିଆଯିବ ।

ପ୍ରତି ୧୭ ମିନିଟରେ ଜଣେ କରୋନା ଭାଇରସ ଦ୍ଵାରା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ

ଶନିବାର ଦିନ ନିଉୟର୍କରେ କରୋନା ଭାଇରସ କାରଣରୁ ୨୭୭ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି । ସୂଚନା ଅନୁସାରେ ୧୭ ମିନିଟରେ ଜଣେ ବ୍ୟକ୍ତିଙ୍କ ଜୀବନ କରୋନା ଭାଇରସ କାରଣରୁ ଯାଉଛି । ନିଉୟର୍କରେ କରୋନା ଭାଇରସ କାରଣରୁ ୮୮୩ ଜଣ ଲୋକଙ୍କ ମୃତ୍ୟୁ ହୋଇ ଯାଇଛି । ଏହି ସଂକ୍ରମଣରେ ୫୩୪୫୫ଟି ମାମଲା ଆସିଛି ।

ନିଉୟର୍କର ହସ୍ପିଟାଲର ବହୁତ ଖରାପ ଅବସ୍ଥା ଅଛି । ନିଉୟର୍କ ହସ୍ପିଟାଲ ନିଜର ପୁରା ଚେଷ୍ଟା କରୁଛି କିନ୍ତୁ ତଥାପି ବି ସେମାନେ ସଂକ୍ରମଣ ଓ ମୃତ୍ୟୁ ମାମଲା ରୋକି ପାରୁ ନାହାନ୍ତି । ହସ୍ପିଟାଲର ସ୍ଟାଫ କହୁଛନ୍ତି କି ଲୋକମାନେ ଆସୁଛନ୍ତି, ଭର୍ତ୍ତି ହେଉଛନ୍ତି ଓ ମରୁଛନ୍ତି । ନିଉୟର୍କର ହସ୍ପିଟାଲରେ ଏହା ପୂର୍ବରୁ ଏହିଭଳି ଦୃଶ୍ୟ କେବେ ବି ଆଗରୁ ଦେଖା ଯାଇ ନ ଥିଲା ।

୯ ଦିନ ପରେ ନଷ୍ଟ ହୋଇଯିବ ନିଉୟର୍କର ହସ୍ପିଟାଲ

ସ୍ଟାଫମାନେ କହୁଛନ୍ତି କି ନିଉୟର୍କ ହସ୍ପିଟାଲ ଯୁଦ୍ଧ କ୍ଷେତ୍ର ହୋଇ ଯାଇଛି । ରୋଗୀମାନେ ଏଠି ଲାଇନ ଲଗାଇ ଛିଡା ହୋଇଛନ୍ତି । ଆମ୍ବୁଲାନ୍ସ ପାଇଁ ବି ଲୋକମାନେ ଲାଇନ ଲଗାଇଛନ୍ତି । ଲୋକମାନେ ମାସ୍କ ଲଗାଇ ହସ୍ପିଟାଲ ବାହାରେ ଛିଡା ହୋଇଛନ୍ତି । କେତେକ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ନାକରେ ଅକ୍ସିଜେନର ପାଇପ ଲଗାଇ ଲାଇନରେ ଛିଡା ହୋଇଛନ୍ତି ।

ହସ୍ପିଟାଲରେ ଡାକ୍ତର ଓ ନର୍ସମାନଙ୍କ ପାଇଁ ସୁରକ୍ଷା ଉପକରଣ ଗୁଡିକରେ ବି ଅଭାବ ଦେଖା ଦେଇଛି । ପର୍ଯ୍ୟାପ୍ତ ପରିମାଣରେ ମାସ୍କ ଓ ଗାଉନ ବି ନାହିଁ । ଏମିତିରେ ଡାକ୍ତର ଓ ନର୍ସ କୌଣସି ପ୍ରକାରରେ କାମ ଚଳାଇ ନେଉଛନ୍ତି । ଏକ ପ୍ରେସ କଂଫରେନ୍ସରେ ନିଉୟର୍କର ମେୟର ବିଲ ଡେ ବ୍ଲାସିୟୋ କହିଲେ କି ନିଉୟର୍କର ସ୍ୱାସ୍ଥ୍ୟ ସଂସ୍ଥା ଉପରେ ଅତ୍ୟଧିକ ପ୍ରଭାବ ପଡୁଛି । ତାଙ୍କର କହିବା ଅଟେ କି ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ହସ୍ପିଟାଲକୁ ଜରୁରୀ ଜିନିଷ ସପ୍ଲାଏ ଜାରି ରହିବ । କିନ୍ତୁ ତା’ ପରେ ପରିସ୍ଥିତି କଷ୍ଟକର ହୋଇଯିବ ।

ମେୟରଙ୍କ କହିବା ଅଟେ କି ଆସନ୍ତା ରବିବାର ମାନେ ୫ ଏପ୍ରିଲ ପରେ ମେଡିକାଲ ଉପକରଣ ଉପରେ ବି ସମସ୍ୟା ଦେଖାଯିବ । ମେୟରଙ୍କ କହିବା ଅଟେ କି ୯ ଦିନ ପରେ ନିଉୟର୍କର ସ୍ୱାସ୍ଥ୍ୟ ବିଭାଗ ବି ବର୍ବାଦ ହୋଇଯିବ । ମେୟରଙ୍କ କହିବା ଅଟେ କି ସେ ହ୍ଵାଇଟ ହାଉସକୁ ସୂଚନା ଦେଇଛନ୍ତି । ତାଙ୍କର କହିବା ଅଟେ କି ନିଉୟର୍କ ସହର ବର୍ବାଦି ଉପରେ ଛିଡା ହୋଇଛି । ଫେଡରଲ ଓ ମିଲିଟ୍ରୀ ସପୋର୍ଟ ତୁରନ୍ତ ଜରୁରୀ ଅଟେ । କମ ସେ କମ ୧୫ ହଜାର ଭେଣ୍ଟିଲେଟର୍ସ ବି ତୁରନ୍ତ ଦରକାର ।