ଯେତେବେଳେ ପତ୍ନୀ ଟ୍ୱିଂକଲ ଖନ୍ନା ପଚାରିଲେ ସତରେ କଣ ଦାନ କରିବ ୨୫ କୋଟି ଟଙ୍କା ତ ଏମିତି ଥିଲା ଅକ୍ଷୟଙ୍କ ରିଆକ୍ସନ

କୁହାଯାଏ କି ଦୁଃଖ ସମୟରେ ଯିଏ ସାଥ ଦେଇଥାଏ ସେହି ବ୍ୟକ୍ତି ହିଁ ଭଗବାନ ଅଟେ । କରୋନା ଭାଇରସ ସହ ଯୁଦ୍ଧ ପାଇଁ ୨୫ କୋଟି ଟଙ୍କାର ଦାନ ଦେବା ପରେ ଅକ୍ଷୟ କୁମାର ଏହା ପ୍ରମାଣିତ କରି ଦେଇଛନ୍ତି କି ସେ ହିଁ ବଲୀଉଡର ଅସଲ ଖିଲାଡ଼ି ଅଟନ୍ତି । କହିବାକୁ ଗଲେ ଦେଶରେ ଯେତେବେଳେ ବି ସଙ୍କଟର ଘଡି ଆସିଛି, ଅକ୍ଷୟ ଦେଶ ପାଇଁ ନିଜର ପ୍ରେମ ଦେଖାଇଛନ୍ତି ।

ବର୍ତ୍ତମାନ ଯେତେବେଳେ ଦୁନିଆ ଏହି ମହାମାରୀ ଦ୍ଵାରା ଚିନ୍ତିତ ଅଛି ତେବେ ଅକ୍ଷୟ କୁମାର ପିଏମ ମୋଦୀଙ୍କ ଅପିଲ ପରେ ଭାରତକୁ ଏହି ମହାମାରୀ ସହ ଲଢିବା ପାଇଁ ୨୫ କୋଟି ଟଙ୍କା ଦାନ ଦେବା ପାଇଁ ଘୋଷଣା କରିଛନ୍ତି । ଅକ୍ଷୟଙ୍କ ଏହି ପଦକ୍ଷେପ ଦ୍ଵାରା ସୋସିଆଲ ମିଡିଆରେ ବି ତାଙ୍କର ପ୍ରଶଂସା କରାଯାଉଛି । ଏହି ପ୍ରଶଂସାରେ ତାଙ୍କର ପତ୍ନୀ ଓ ବଲୀଉଡ ଅଭିନେତ୍ରୀ ଟ୍ୱିଂକଲ ଖନ୍ନା ବି ସାମିଲ ଅଛନ୍ତି । ଏହି ଭଲ କାମ ଉପରେ ତାଙ୍କୁ ନିଜ ସ୍ଵାମୀ ଉପରେ ଗର୍ବ ଅନୁଭବ ହେଉଛି ।

 

କହିବାକୁ ଗଲେ ଟ୍ୱିଂକଲ ଖନ୍ନା ଟ୍ୱୀଟ କରି ଲେଖିଲେ କି, ‘ଏହି ବ୍ୟକ୍ତି ଜଣକ ମୋତେ ଗର୍ବ ଅନୁଭବ କରାଉଛି । ଯେତେବେଳେ ମୁଁ ତାଙ୍କୁ ପଚାରିଲି କି କଣ ସେ ସତରେ ଏତେ ଟଙ୍କା ଦାନ କରିବେ, କାରଣ ଏହା ବହୁତ ହିଁ ବଡ ରାଶି ଥିଲା । ତେବେ ସେ କହିଲେ କି ଯେତେବେଳେ ମୁଁ ନିଜର କ୍ୟାରିୟର ଆରମ୍ଭ କରିଥିଲି ସେତେବେଳେ ମୋ ପାଖରେ କିଛି ବି ନ ଥିଲା ଓ ବର୍ତ୍ତମାନ ଯେତେବେଳେ ମୁଁ ଏହି ସ୍ଥିତିରେ ଅଛି, ତେବେ ଏହିଭଳି କରିବାକୁ ନିଜକୁ ରୋକି ପାରୁ ନାହିଁ । ମୁଁ ସେହି ଲୋକମାନଙ୍କ ପାଇଁ କରୁଛି ଯେଉଁମାନଙ୍କ ପାଖରେ କିଛି ବି ନାହିଁ ।‘

ଶନିବାର ୨୮ ମାର୍ଚ୍ଚ ଦିନ ଟ୍ୱୀଟ କରି ଅକ୍ଷୟ କୁମାର କହିଲେ କି, ‘ଏହା ସେହି ସମୟ ଅଟେ ଯେତେବେଳେ ଆମ ସମସ୍ତଙ୍କ ଜୀବନ ଉପରେ ଆତଙ୍କ ଅଛି । ଏହା ମଧ୍ୟରେ ଆମକୁ କିଛି କରିବା ଜରୁରୀ ଅଟେ, କିଛି ଏମିତି ଯାହା ଆମ ଦ୍ଵାରା ସମ୍ଭବ ଅଟେ । ମୁଁ ନିଜର ସେଭିଙ୍ଗରୁ ୨୫ କୋଟି ଟଙ୍କାର ଯୋଗଦାନ ପିଏମ ରିଲିଫ ଫଣ୍ଡରେ ଦେବା ପାଇଁ ପ୍ରତିଜ୍ଞା କରୁଛି । ଆସନ୍ତୁ ଜୀବନ ବଞ୍ଚାଇବା । କାରଣ ଜୀବନ ଅଛି ତ ସବୁକିଛି ଅଛି ।ଏହି ଘୋଷଣା ପରେ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସା ହେଉଛି । ଅକ୍ଷୟଙ୍କ ଏହି ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ତାଙ୍କୁ ଟ୍ୱୀଟ କରି ଧନ୍ୟବାଦ କହିଛନ୍ତି ।