ନର୍ଭ ବ୍ଲକେଜ, High Cholesterol, Triglyceride ପାଇଁ ଆଜି ହିଁ ଖାଇବା ଆରମ୍ଭ କରି ଦିଅନ୍ତୁ ଏହି ଜିନିଷ- Health Tips

କୋଲେଷ୍ଟ୍ରଲ ଗୋଟିଏ ପ୍ରକାରର ଚର୍ବି ହୋଇଥାଏ ଯାହାର ଶରିରକୁ ଆବଶ୍ୟକ ପଡିଥାଏ କିନ୍ତୁ ଆମେ ଜଦି ଅଧିକ ମାତ୍ରାରେ ଖାଇବା ତେବେ ଏହା କ୍ଷତି ମଧ୍ୟ କରିଥାଏ । ଅଧିକ ମାତ୍ରାରେ ତେଲ ଜାତୀୟ ଖାଦ୍ୟ ଖାଇବା, ଜଙ୍କ୍ ଫୁଡ୍ ଓ ଫାଷ୍ଟ ଫୁଡ୍, ଏହିପରି ଖାଦ୍ୟ ଅନିୟମିତ ଖାଇବା ଏବଂ ବ୍ୟାୟାମ ନ କରିବା କୋଲେଷ୍ଟ୍ରଲ୍ ବଢିବାର କାରଣ ହୋଇଥାଏ । ଶରୀରରେ କୋଲେଷ୍ଟ୍ରଲ ମାତ୍ରା ଅଧିକ ହେବା ଯୋଗୁଁ ଶୀରାରେ ରକ୍ତ ଜମାଟ ବାନ୍ଧି ହୋଇ ରହିଯାଏ, ଯାହାଫଳରେ ରକ୍ତ ସଞ୍ଚାଳନରେ ଅସୁବିଧା ହୋଇଥାଏ । ଏହାପରେ ହୃଦୟ ଜନୀତ ରୋଗରେ ପଡିଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଖାଦ୍ୟ ବିଷୟରେ କହିବୁ ଯାହା ଆପଣ ଏହାକୁ ଡାଏଟ୍ ରେ ରଖନ୍ତି ତେବେ ଆପଣ ଆପଣଙ୍କ ଶରୀରକୁ ନିଜ ନିୟନ୍ତ୍ରଣରେ ଭିତରେ ରଖି ପାରିବେ । ତେବେ ଆସନ୍ତୁ ଜାଣିବା ତାହା କେଉଁ ଖାଦ୍ୟ ଅଟେ ଯାହା ଡାଏଟ୍ କରିବା ଦ୍ବାରା ଆମେ ଆମ ଶରୀରକୁ ନିୟନ୍ତ୍ରଣରେ ରଖି ପାରିବା ।

୧- ଧଣିଆ ମଞ୍ଜି : ଅନେକ ଗବେଷଣାରୁ ଜଣା ପଡିଛି ଉଚ୍ଚ କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲାଇସରାଇଡ୍ କମ୍ କରିବାରେ ସାହାଯ୍ୟ କରେ । ଏହାକୁ ଆପଣ ୨ ଚାମଚ୍ ପାଣିରେ ମିଶାଇ ଗରମ କରି ଛାଣି ଦିଅନ୍ତୁ । ଏବେ ଏହି ପାଣିକୁ ଦିନରେ ୨ ଥର ପିଅନ୍ତୁ । ଜଦି ଇଚ୍ଛା ହୁଏ ତେବେ ଧଣିଆକୁ ଚା କରି ପିଇ ପାରିବେ । ଦେଢରୁ ୨ କପ୍ ପାଣି ନିଅନ୍ତୁ, ସେଥିରେ ୨ ଚାମଚ୍ ଧଣିଆ ମଞ୍ଜି ପାଉଡରକୁ ମିଶାଇ ଦିଅନ୍ତୁ, ସାଥିରେ ୨ଟି ଅଳେଇଚ ଏବଂ ମିଠା ପାଇଁ ମିଶ୍ରୀ ମିଶାଇ ପିଇ ପାରିବେ । ଜଦି ଆପଣ ଚାହିଁବେ ଏଥିରେ ଚା ମଧ୍ୟ ମିଶାଇ ଦିନରେ ୨ ଥର କରି ପିଇ ପାରିବେ ।

୨- ପିଆଜ ଏବଂ ରସୁଣ : ଏହାଛଡା ଆପଣ ପିଆଜ ମଧ୍ୟ ଖାଇ ପାରିବେ । ଏହା କୋଲେଷ୍ଟ୍ରଲ୍ କମ୍ ଏବଂ ହୃଦରୋଗ ପାଇଁ ଭଲ କାମ କରେ । ସେଥିପାଇଁ ପିଆଜ ଆପଣଙ୍କୁ କଞ୍ଚା ଖାଇବାକୁ ହେବ ଏବଂ ଏହା ସହିତ ଆପଣ ରସୁଣକୁ ମଧ୍ୟ ଖାଇବା ଦରକାର । ରସୁଣ ଏବଂ ପିଆଜ ଏମିତି ୨ଟା ଖାଦ୍ୟ ଯାହା ରକ୍ତ ସଞ୍ଚାଳନକୁ ମଜବୁତ୍ କରିଥାଏ ଯାହାଫଳରେ ରକ୍ତ ସଞ୍ଚାଳନରେ ଅସୁବିଧା ହୁଏ ନାହିଁ । ସକାଳୁ ଉଠି ରସୁଣ ଖାଲି ପେଟରେ ଖାଇ ପାରନ୍ତି କିମ୍ବା ମହୁ ସହିତ ମିଶାଇ ଖାଇ ପାରନ୍ତି ।

୩- କମଳା : ଚର୍ବି କମ୍ କରିବାରେ ଏହା ବହୁତ ଭଲ କାମ କରେ । ଏଥିରେ ଭିଟାମିନ-C ମିଳିଥାଏ ।

୪- ନଡ଼ିଆ ତେଲ : ସୁଦ୍ଧ ନଡ଼ିଆ ତେଲ ଯାହାକୁ ଆପଣ ଘରେ ଅନ୍ୟ ଖାଇବା ତେଲ ଯାଗାରେ ବ୍ୟବହାର କରି ପାରିବେ ।

୫- ଜଅ : ଏହାର ସେବନ ଅଶ୍ବେଷଣକୁ କମ୍ କରିଥାଏ । ଏହା ଭଲ ଚର୍ବି ଗଢିବାରେ ଏବଂ ଖରାପ ଚର୍ବି କ୍ଷୟ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଆପଣ ଘରେ ଏବଂ ଦୁଗ୍ଧ ସାଙ୍ଗରେ ଖାଇ ପାରିବେ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ