ନେପାଳ ଝିଅ ସାଜିଲେ ଖାଣ୍ଟି ଓଡିଆଣୀ, କୂଅରୁ ପାଣି କାଢୁଛନ୍ତି ଆଉ ଚୁଲିରେ ରୋଷେଇ କରୁଛନ୍ତି, ପୁରା Video ଦେଖିଲେ ଆପଣ ବି ଦେବେ ସାବାସି

ଚୂଲିରେ ନିଆଁ ଆଉ ଧୂଆଁ ମା-ଡ ସ-ହି ଚଲେଇଛନ୍ତି ରନ୍ଧା । କୂଅରୁ ମଧ୍ୟ ପାଣି କାଢିବାକୁ ପଡୁଛି । ପ୍ରେମ ପାଇଁ ସମସ୍ତ ସୁଖ ସୁବିଧା ଛାଡି ସୁଦୂର ନେପାଳ ଦେଶରୁ ଆମ ଦେଶ ଭାରତକୁ ବୋହୂ ହୋଇ ଆସିଛନ୍ତି ସୁନିତା ସାଙ୍ଗମା । ବଲାଙ୍ଗୀରର ପଙ୍ଗମୁଣ୍ଡା ଲୁହୁରାପାଲି ଗାଁ ର ଜଗଦୀଶ ତାଣ୍ଡିଙ୍କ ପୁଅ ଚନ୍ଦ୍ରମଣି ତାଣ୍ଡି, ଭୁବନେଶ୍ଵରର ଗୋଟିଏ ଘରୋଇ ଇଞ୍ଜିନିୟରିଂ କଲେଜରେ ପାଠ ପଢୁଥିଲେ । ୨୦୧୮ ମସିହାରେ ନେପାଳର ସୁନିତା ସାଙ୍ଗମାଙ୍କ ସହ ପ୍ରଥମେ ଫେ-ସ-ବୁ-କ-ରେ ଚା-ଟି-ଙ୍ଗ ମାଧ୍ୟମରେ କଥା ହୋଇଥିଲେ।

ତାପରେ ଆରମ୍ଭ ହୋଇ ଯାଇଥିଲା ଫୋନରେ କଥାବାର୍ତ୍ତା । କଥାବାର୍ତ୍ତା ହେବାରୁ ଧୀରେ ଧୀରେ ବଢିଥିଲା ପ୍ରେମ ସମ୍ପର୍କ । ହଠାତ ଦିନେ ଚନ୍ଦ୍ରମଣିଙ୍କୁ ଭେଟିବାକୁ ସୁଦୂର ନେପାଳରୁ ଭୁବନେଶ୍ଵର ପଳେଇ ଆସିଥିଲେ ସୁନିତା । ଭୁବନେଶ୍ବର ରେଲୱେ ଷ୍ଟେସନରେ ସୁନିତାଙ୍କୁ ଦେଖି ଖୁବ ଖୁସି ହୋଇ ଯାଇଥିଲେ ଚନ୍ଦ୍ରମଣି । ଏହା ପରି ସେ ପ୍ରେମିକାଙ୍କ କଥା ଘରଲୋକଙ୍କୁ ଜଣାଇଥିଲେ ।

ସେମାନେ ରାଜି ହେବା ପରେ ପ୍ରେମିକାଙ୍କୁ ଧରି ଚନ୍ଦ୍ରମଣି ପହଞ୍ଚିଥିଲେ ନିଜ ଗାଁ ଲୁହୁରପାଲିରେ । ସ୍ଥାନୀୟ ମନ୍ଦିରରେ ସେମାନଙ୍କ ବିବାହ ହୋଇଥିଲା । ଏବେ ବିବାହକୁ ପ୍ରାୟ ୫ ମାସ ହୋଇଯାଇଛି । ଆଉ ଚନ୍ଦ୍ରମଣିଙ୍କ ଘରେ ଖୁବ ଖୁସିରେ ଅଛନ୍ତି ସୁନିତା । ସେ ନେପାଳର ଜଣେ ପ୍ରତିଷ୍ଠିତ ରବର ଚାଷୀଙ୍କ ଝିଅ ।

ତାଙ୍କ ଘରେ କୌଣସି ଜିନିଷର ଅଭାବ ନାହିଁ । କିନ୍ତୁ ସେ ସମସ୍ତ ସୁଖ ସୁବିଧା ପରିତ୍ୟାଗ କରି ଗରିବ ଘରର ଚନ୍ଦ୍ରମଣିଙ୍କ ହାତ ଧରିଛନ୍ତି ସୁନିତା । ଘର ଚଳାଇବା ପାଇଁ ଏବେ ଚନ୍ଦ୍ରମଣି ଇଞ୍ଜିନିୟରିଂ ପାଠ ଛାଡି ଗାଁ ରେ ପରିବା ବେପାର କରୁଛନ୍ତି । ତାଙ୍କ ରୋଜଗାରରେ କଷ୍ଟେ ମଷ୍ଟେ ଚଳି ଯାଉଛନ୍ତି ଚନ୍ଦ୍ରମଣିଙ୍କ ପରିବାର ଲୋକ । ପ୍ରେମ ପାଇଁ ସହରୀ ଜୀବନର ସୁଖ ସୁବିଧା ଛାଡି ଗାଁ ରେ ଗାଉଁଲି ବୋହୂ ସାଜିଛନ୍ତି ସୁନିତା ।

ତାଙ୍କ ପରିବାର ଲୋକ ମଧ୍ୟ ଝିଅ ଜୋଇଁଙ୍କ ପରିବାର ଲୋକ ସହ କଥା ହୋଇଛନ୍ତି ଓ ଖୁବ ଶୀଘ୍ର ତାଙ୍କ ପରିବାରକୁ ଭେଟିବାକୁ ଆସିବେ ବୋଲି କହିଛନ୍ତି । ଏପଟେ ସୁନିତା ଜଣେ ଭଲ ବୋହୂ ହୋଇ ଘରର ସବୁ କର୍ତ୍ତବ୍ୟ କରୁଥିବାରୁ ଚନ୍ଦ୍ରମଣିଙ୍କ ବାପା ମା ମଧ୍ୟ ଖୁବ ଖୁସି ଅଛନ୍ତି । ଆପଣଙ୍କୁ ଏହି ସୁନିତା ଓ ଚନ୍ଦ୍ରମଣିଙ୍କ ପ୍ରେମ କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ପଢିବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।