ବିନା ଛୁଞ୍ଚିରେ ଶିଶୁଙ୍କ ଟୀକାକରଣ କରାଯିବ, କେନ୍ଦ୍ର ସରକାରଙ୍କ ତରଫରୁ ଆଜିଠୁ ଆରମ୍ଭ ହେବ Virtual Training, ଦେଖନ୍ତୁ କେଉଁ ଟୀକା ଶିଶୁଙ୍କୁ ଦିଆଯିବ

ବିନା ଛୁ-ଞ୍ଚି-ରେ ଶିଶୁମାନେ ଟୀକା ନେବେ । ଶିଶୁଙ୍କୁ ଦୁଇ ଡୋଜ ଟୀକା ଦେବା ପାଇଁ ପରାମର୍ଶ ଦିଆଯାଇଛି । ଏଥିପାଇଁ ଆଜିଠାରୁ ତାଲିମ ଆରମ୍ଭ କରାଯିବ । ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସନ୍ଧ୍ୟାରେ ଭିଡିଓ କନଫ୍ରେସି॰ ମାଧ୍ୟମରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ରାଜ୍ୟରେ ଏବେ ଏକ କୋଟିରୁ ଅଧିକ ଶିଶୁ ଅଛନ୍ତି, ଯେଉଁମାନଙ୍କୁ ଏକାସାଙ୍ଗେ ଟୀକା ଦିଆଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିପାଇଁ ଟୀକାକରଣ କେନ୍ଦ୍ର ସଂଖ୍ୟା ମଧ୍ୟ ବଢାଇବାକୁ ପଡିବ ।

ତେବେ ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ପିଲାମାନେ ଇଂଜେକସନ ବା ଛୁ-ଞ୍ଚି-କୁ ଡରୁଥିବାରୁ ସେମାନଙ୍କୁ ଫାର୍ମା ଡେପଥ ଟେକ୍ନୋଲୋଜି ମାଧ୍ୟମରେ ଟୀକା ଦିଆଯିବ । ଏଥିପାଇଁ ଏକ ସ୍ଵତନ୍ତ୍ର ଏସଓପି ଆସିବ ଓ ସେହି ଅନୁଯାୟୀ ହିଁ ଶିଶୁ ମାନଙ୍କୁ ଟୀକାକରଣ କରାଯିବ । ନୂଆ ଟେକ୍ନୋଲୋଜି ମାଧ୍ୟମରେ ଶିଶୁଙ୍କୁ ଟୀକା ଦିଆଯିବ ଖବର ଶୁଣିବାକୁ ମିଳୁଛି । ତେବେ ଶିଶୁମାନଙ୍କ ଟୀକାକରଣ ପାଇଁ କେବଳ ଦୁଇଟି ଟୀକାକୁ ସ୍ବୀକୃତି ମିଳିଥିବା ବେଳେ ଏଯାଏଁ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ ।

୧୨ ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଜାଇକୋଭ-ଡି ଟୀକାକୁ ଅନୁମତି ଦେଇଛନ୍ତି ଡ଼ିସିଜିଆଇ ଏବଂ ସବଜେକ୍ଟ ଏକ୍ସପର୍ଟ ଟିମ୍ କୋଭାକ୍ସିନ ଟୀକାକୁ ମଧ୍ୟ ପିଲାଙ୍କ ପାଇଁ ଡ଼ିସିଜିଆଇ ଙ୍କୁ ରିକମେଣ୍ଡ କରିଛନ୍ତି । ଡ଼ିସିଜିଆଇ ତାହା ପରୀକ୍ଷା କଲା ପରେ ଯାଇ ସ୍ବୀକୃତି ଦେବେ । ଟୀକା ପରୀକ୍ଷା ହେବା ପରେ ଯାଇ ଗଭରମେଣ୍ଟ ଅଫ ଇଣ୍ଡିଆ ତରଫରୁ ନିର୍ଦ୍ଦେଶ ଆସିବ ଓ ତା’ପରେ ଟୀକାକରଣ କିପରି କରାଯିବ ସେନେଇ ଯୋଜନା ପ୍ରସ୍ତୁତ ହେବା ପରେ ଯାଇ ଟିକକରଣ ପ୍ରକ୍ରିୟା ଆରମ୍ଭ କରାଯିବ ।

କେନ୍ଦ୍ର ସରକାରଙ୍କ ତରଫରୁ ଭର୍ଚୁଆଲ ଭାବେ ଆଜି ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜାଇକୋଭ-ଡି ଟୀକା କୁ କିପରି ପିଲା ମାନଙ୍କୁ ଦେବେ ସେନେଇ ତାଲିମ ଦିଆଯିବ । ଏହା ଛୁଞ୍ଚି ବିହୀନ ଟୀକାକରଣ ପ୍ରକ୍ରିୟା ହୋଇଥିବାରୁ ଏହା ଶିଶୁ ମାନଙ୍କୁ କିପରି ଦେବେ ତାହା ନେଇ ଆଜି ସମସ୍ତ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ପ୍ରଶିକ୍ଷଣ ଦେବେ କେନ୍ଦ୍ର ସରକାରଙ୍କ ତରଫରୁ କିଛି କର୍ମୀ ।

ତେବେ ବହୁତ ଶୀଘ୍ର ଜଣାପଡିବ କେଉଁ ପିଲା ମାନଙ୍କୁ କେଉଁ ଟୀକା ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି, କିଭଳି ଭାବେ ସେମାନଙ୍କୁ ଟୀକା ଦିଆଯିବ ଓ କେଉଁ ଗୃପର ପିଲାଙ୍କୁ ପ୍ରଥମେ ଟୀକା ଦିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।