ଦୀପାବଳୀରେ ରାଜ୍ୟବାସୀଙ୍କୁ ଭେଟିଦେଲେ ଦ୍ଵିଗୁଣ ଖୁସି, କେନ୍ଦ୍ର ସରକାରଙ୍କ ପରେ ପୁଣି ତେଲ ଦର କମାଇଲେ ରାଜ୍ୟ ସରକାର, ଦେଖନ୍ତୁ କେତେ କମେଇଲେ Petrol Price

ଦୀର୍ଘ ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଦେଶବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଥିଲା । ଦୁଇ ଚକିଆ ଓ ଚାରି ଚକିଆ ଯାନ ଚଳାଉଥିବା ପ୍ରତ୍ଯେକ ବ୍ୟକ୍ତିଙ୍କୁ ଏଥିପାଇଁ ସମସ୍ଯାର ସମୁଖୀନ ହେବାକୁ ପଡୁଥିଲା । ଆଜି କାଲି ପ୍ରାୟ ସମସ୍ତଙ୍କ ଘରେ କିଛି ନା କିଛି ଯାନବାହାନ ରହିଛି, ପେଟ୍ରୋଲ ଉପରେ ନିର୍ଭରଶୀଳ ଅଟେ । ଆଉ ତେଲ ଦର ହୁହୁ ହୋଇ ବଢିବା ଯୋଗୁଁ ଲୋକଙ୍କୁ ଏହା ଖୁବ ବାଧୁଥିଲା । ଆଉ ଖର୍ଚ୍ଚ କମ୍ କରିବା ପାଇଁ ବିଭିନ୍ନ ପ୍ରକାର ବିକଳ୍ପ ଚିନ୍ତା କରୁଥିଲେ ଲୋକେ ।

କିନ୍ତୁ ସମସ୍ତଙ୍କ ଅପେକ୍ଷାର ଅନ୍ତ ଘ-ଟା-ଇ କେନ୍ଦ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ଦେଶବାସୀଙ୍କୁ ଦୀପାବଳୀ ଭେଟିରେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ କରିଛନ୍ତି ସରକାର । ଯାହାଫଳରେ ଲୋକଙ୍କ ମନରେ ଅନେକ ଆଶ୍ଵସ୍ତି ଦେଖିବାକୁ ମିଳୁଛି । ଦୀର୍ଘ ଦିନ ହେବ ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସମସ୍ତଙ୍କୁ ହନ୍ତସନ୍ତ କରି ପକାଉଥିଲା । ଦେଶ ଓ ରାଜ୍ୟ ମାନଙ୍କରେ ଏନେଇ ଅନେକ ବାଦ ପ୍ରତିବାଦ ଓ ସମାଲୋଚନା ମଧ୍ୟ ହେଉଥିଲା ।

ତେବେ ଗତକାଲି କେନ୍ଦ୍ର ସରକାର ପେଟ୍ରୋଲ ଦର ପିଛା ୫ ଟଙ୍କା ଓ ଡିଜେଲ ଦର ପିଛା ୧୦ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିବେ ବୋଲି ଘୋଷଣା କଲାପରେ ଜନ ସାଧାରଣ ଏବେ କିଛି ମାତ୍ରାରେ ଖୁସି ଅଛନ୍ତି । ତେବେ ଏହି ଖୁସିକୁ ଦ୍ଵିଗୁଣ କରିଛନ୍ତି ଆମ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ବଡ ଘୋଷଣା ପରେ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭ୍ୟାଟ ହ୍ରାସର କରିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ଯାହା ଆସନ୍ତା ନଭେମ୍ବର ୫ ତାରିଖ ମଧ୍ୟରାତ୍ରିରୁ ଲାଗୁ ହେବ ।

ତେବେ ନିଶ୍ଚିତ ଭାବେ ଏହି ଏହି ଖବର ସମସ୍ତଙ୍କ ପାଇଁ ଏକ ବଡ ଆଶ୍ଵସ୍ତି ବୋଲି ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ତେଲ ଦର ୧୧୧ ଟଙ୍କାରୁ ୧୦୫ ଟଙ୍କାକୁ ହ୍ରାସ ପାଇଥିବା ବେଳେ ରାଜ୍ୟ ସରକାରଙ୍କ ଏହି ଘୋଷଣା ତେଲ ଦରକୁ ଆହୁରି କିଛି ମାତ୍ରାରେ କମାଇଦେବ ବୋଲି ରାଜ୍ୟବାସୀ ଖୁସି ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଏନକେ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।