କେବେ ଥିଲେ ନେସନାଲ ଲେବଲ୍ ଫୁଟବଲ୍ ପ୍ଲେୟାର, ଆଜି ଏହି କାରଣ ପାଇଁ ଛେଳି ଚରେଇ ପେଟ ପୋଷୁଛନ୍ତି

ଗୋଟିଏ ସମୟ ଥିଲା ଯେବେ ଓଡିଶା ସରକାରଙ୍କ ପାଇଁ ସ୍ପୋର୍ଟ୍ସ ଫିଗରଙ୍କର ବହୁତ ପ୍ରାଥମିକତା ଥିଲା । କିନ୍ତୁ ବର୍ତ୍ତମାନ ଏମିତି ଅବସ୍ଥା କି, ଜଣେ ମହିଳା ନେସନାଲ ଲେବଲ୍ ଫୁଟବଲ୍ ପ୍ଲେୟାର ହେଇ ମଧ୍ୟ ମୁଲି ଲାଗୁଛନ୍ତି ଓ ଛେଳି ଚରାଉଛନ୍ତି । ସେହି ମହିଳା ଜଣକ ହେଉଛନ୍ତି ତନୁଜା ବାଗେ, ତନୁଜା ଓଡିଶାର ଝାରସୁଗୁଡା ଜିଲ୍ଲାର ଦେବାଦିହୀ ଗାଁ ର ଅଧିବାସୀ ଅଟନ୍ତି । ସେ ପିଲାଦିନୁ ଜୀବନରେ ବହୁତ କଷ୍ଟ କରିଛନ୍ତି, ତଥାପି ତାଙ୍କ ଜୀବନରେ କଷ୍ଟର ସମାପ୍ତି ହେଉନାହିଁ ।

 

ତନୁଜା ଗୋଟିଏ ସମୟରେ ଓଡିଶାକୁ ନେସନାଲ୍ ଲେବଲ ଫୁଟବଲରେ ରିପ୍ରେଜେନ୍ଟ କରିଥିଲେ । ହେଲେ ବର୍ତ୍ତମାନ କିଛି ଆର୍ଥିକ ଅସୁବିଧା ପାଇଁ ସେ ମୁଲିଆ କାମ କରୁଛନ୍ତି । ତନୁଜା ଏକ ଗରିବ ପରିବାରରେ ଜନ୍ମ ହୋଇଥିଲେ, ସେ ୨୦୦୩ ରୁ ୧୪ ବର୍ଷ ବୟସରେ ଫୁଟବଲ୍ ଖେଳୁଥିଲେ । ସେ ଫୁଟବଲ୍ ଖେଳରେ ଗୋଲକିପର ଥିଲେ । ପରେ ସେ ବ୍ରଜ ନଗରରେ କିଛି ସିନିୟର ଫୁଟବଲ୍ ପ୍ଲେୟାରଙ୍କ ଠାରୁ ଟ୍ରେନିଂ ନେଇଥିଲେ ।

ଏହା ପରେ ସେ କିଛି ବର୍ଷ ଓଡିଶା ପାଇଁ ଖେଳିବା ପରେ ସେ ଇଣ୍ଡିଆନ ଟିମ୍ ରେ ଗୋଲକିପର ହୋଇ ନିଜର ସ୍ଥାନ ନିରୂପଣ କରିଥିଲେ । ତନୁଜା ୨୦୧୧ ରେ ଇଣ୍ଡିଆନ ଟିମ୍ ପାଇଁ ଚାରୋଟି ମ୍ୟାଚ ଖେଳିଥିଲେ । ଫୁଟବଲ୍ ଛଡା ସେ ଷ୍ଟେଟ ଓ ନେସନାଲ ଲେବଲ ର ରଗ୍ବୀ ପ୍ଲେୟାର ମଧ୍ୟ ରହି ସାରିଛନ୍ତି ।

ଖେଳ ପଡିଆରେ ଭଲ ପଦର୍ଶନ କରିବା ପରେ ତାଙ୍କର ଆଶା ଥିଲା ସରକାର ତାଙ୍କୁ ଖେଳରେ ଆଗକୁ ବଢିବାର ସୁଯୋଗ ଦେବେ ଓ ଏକ ଭଲ ଜୀବନ ବଞ୍ଚିବା ପାଇଁ ତାଙ୍କର ସହାୟତା କରିବେ କିନ୍ତୁ ଏହା ହେଲା ନାହିଁ । ସେ ବର୍ତ୍ତମାନ ଗୋଟିଏ ଛୋଟ ଚାଳ ଘରେ ରହୁଛନ୍ତି ଓ ମୁଲିଆ କାମ କରି ନିଜର ପେଟ ପୋଷୁଛନ୍ତି ।

ଏହା ପୂର୍ବରୁ ତନୁଜାଙ୍କ ପାଖରେ ଏକ ପ୍ରାଇଭେଟ ଚାକିରି ଥିଲା । ସେଥିପାଇଁ ତାଙ୍କୁ ୧୫ କିମି ସାଇକେଲ ରେ ଯିବାକୁ ପଡୁଥିଲା । ସେ କଲେକ୍ଟରଙ୍କ ଦାବି ନିମିତ ପିଲା ମାନଙ୍କୁ ଟ୍ରେନିଂ ଦେଉଥିଲେ । ତାଙ୍କୁ ୮୦୦୦ ଟଙ୍କା ଦେବାର ପ୍ରତିଶୃତି ଦିଆ ଯାଇଥିଲା, କିନ୍ତୁ ମିଳିଲା ତ ମାତ୍ର ୩୦୦୦ ଟଙ୍କା । ଯାହା ଫଳରେ ସେ ମୁଲିଆ କାମ ଓ ଛେଳି ଚରେଇ ନିଜର ପେଟ ପୋଷୁଛନ୍ତି । ସରକାରଙ୍କ ବିନା ସହାୟତାରେ ସେ ଏହି କାମ କରି ଜୀବନ ଅତିବାହିତ କରୁଛନ୍ତି ।