୧ ଜାନୁୟାରୀ ରୁ ବଦଳିଯିବ ଏହି ସବୁ ନିୟମ, ଜାଣି ନିଅନ୍ତୁ ନଚେତ ପଡ଼ିପାରନ୍ତି ଅସୁବିଧାରେ

ବର୍ତ୍ତମାନ ସମସ୍ତେ ନୂଆ ବର୍ଷର ସ୍ଵାଗତର ପ୍ରସ୍ତୁତିରେ ଲାଗି ଯାଇଛନ୍ତି । କହିବାକୁ ଗଲେ ଆସନ୍ତା ବର୍ଷରେ ବହୁତ ନିୟମ ଚେଞ୍ଜ ହୋଇ ଯାଉଛି । ଆଜି ଆମେ ଆପଣଙ୍କୁ ଏହି ଆର୍ଟିକିଲ ମାଧ୍ୟମରେ ସେହି ବଦଳିଥିବା କିଛି ନିୟମ ବିଷୟରେ କହିବୁ, ଯାହା ବିଷୟରେ ଜାଣିବା ବହୁତ ଜରୁରୀ ଅଟେ ନଚେତ ଆପଣଙ୍କୁ ହିଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ।

ନିଜର ପ୍ୟାନ କାର୍ଡକୁ ଆଧାର ସହ ଲିଙ୍କ କରିବାର ଶେଷ ତାରିଖ ୩୧ ଡିସେମ୍ବର ପର୍ଯ୍ୟନ୍ତ ଥିଲା । ଯଦି ଆପଣ କରି ନାହାଁନ୍ତି ତେବେ ପ୍ୟାନ କାର୍ଡ ଇନ ଅପରେଟିଭ ହୋଇଯିବ । ଅର୍ଥାତ ଆପଣ ପ୍ୟାନ କାର୍ଡ ସାହାର୍ଯ୍ୟରେ କୌଣସି ବି ପ୍ରକାରର ଟଙ୍କା ଦେବା ନେବା କରି ପାରିବେ ନାହିଁ । ପ୍ୟାନ ନ ହେବା ଦ୍ଵାରା ଆପଣ ଇନକମ ଟ୍ୟାକ୍ସ ରିଟର୍ନ ଫାଇଲ ବି କରି ପାରିବେ ନାହିଁ । ୨୦୧୮-୧୯ ପାଇଁ ଇନକମ ଟ୍ୟାକ୍ସ ରିଟର୍ନ ୩୧ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଫାଇଲ କରି ପାରିବେ ।

ଯଦି ଆପଣ ୧ ଜାନୁୟାରୀ ୨୦୨୦ ପରେ ରିଟର୍ନ ଫାଇଲ କରୁଛନ୍ତି ତେବେ ଆପଣଙ୍କୁ ୧୦୦୦୦ ଟଙ୍କା ଫାଇନ ଦେବାକୁ ପଡିବ । କିନ୍ତୁ ଯଦି ଆପଣଙ୍କର ଇନକମ ୫୦୦୦୦୦ରୁ କମ ଅଟେ ତେବେ ଆପଣଙ୍କୁ କେବଳ ୧୦୦୦ ଟଙ୍କା ଫାଇନ ଦେବାକୁ ପଡିବ ।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ମ୍ୟାଗ୍ନେଟିକ ସ୍ଟ୍ରାଇପ ବାଲା କାର୍ଡକୁ ଚେଞ୍ଜ କରିବାର ଅନ୍ତିମ ତାରିଖ ୧ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ଅଛି । ୨ ତାରିଖରୁ ଏହି କାର୍ଡ ବେକାର ହୋଇଯିବ । ଯାହା ଦ୍ଵାରା ଆପଣଙ୍କୁ ଅସୁବିଧା ହୋଇପାରେ । ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ଗ୍ରାହକମାନଙ୍କୁ ଲଗାତାର କହୁଛି କି ସେ ନିଜର ପୁରୁଣା କାର୍ଡ ବଦଳାଇ ନୂଆ କାର୍ଡ ନେଇ ଯାଆନ୍ତୁ । କାର୍ଡ ଚେଞ୍ଜ କରିବା ପାଇଁ କୌଣସି ବି ପ୍ରକାରର ଧନରାଶି ଆବଶ୍ୟକ ନାହିଁ ।

ସର୍ଭିସ ଟ୍ୟାକ୍ସ ଓ ଏକ୍ସାଇଜ ଡ୍ୟୁଟି ସହ ଜଡିତ ପୁରୁଣା ବିବାଦିତ ମାମଲାର ସମସ୍ୟାର ସମାଧାନ କରିବା ପାଇଁ ତିଆରି କରାଯାଇଥିବା “ସମସ୍ତଙ୍କର ବିଶ୍ଵାସ ଯୋଜନା” ୩୧ ଡିସେମ୍ବରକୁ ସମାପ୍ତ ହେବାର ଅଛି । “ସମସ୍ତଙ୍କର ବିଶ୍ଵାସ ଯୋଜନା”ରେ ଅନ୍ତର୍ଗତ ବ୍ୟକ୍ତିମାନେ ପୁରୁଣା ବିବାଦିତ ମାମଲାରେ ନିଜର ବାକି ରାଶିକୁ ଘୋଷଣା କରି ତାହାକୁ ସମାଧାନ କରିବା ପାଇଁ ନିୟମ ରଖା ଯାଇଥିଲା ।

ଆସନ୍ତା ବର୍ଷରେ ଗ୍ରାହକମାନଙ୍କୁ ବ୍ୟାଙ୍କ ତରଫରୁ ନୂଆ ଉପହାର ମିଳିବ । ୧ ଜାନୁୟାରୀ ୨୦୨୦ରୁ ଗ୍ରାହକମାନଙ୍କୁ ଏନଇଏଫଟି ଦ୍ଵାରା କରାଯାଉଥିବା ଟଙ୍କା ଦେବା ନେବାରେ କୌଣସି ଟଙ୍କା ଜମା କରିବାକୁ ପଡିବ ନାହିଁ ।

ଜିଏସଟି ରେଜିସ୍ଟ୍ରେଶନ ର ପ୍ରକ୍ରିୟାକୁ ସହଜ କରିବା ପାଇଁ ଆଧାର ଦ୍ଵାରା ଜିଏସଟି ରେଜିସ୍ଟ୍ରେଶନ କରିବା ପାଇଁ ନିର୍ଣ୍ଣୟ ନିଆ ଯାଇଛି । ଆନୁଆଲ ରିଟର୍ନ ଫାଇଲ କରିବାର ତାରିଖ ୨ ମାସ ବଢାଇ ୩୦ ଅଗଷ୍ଟ ୨୦୧୯କୁ ଠିକ କରାଯାଇଥିଲା । ଯେତେବେଳେ କି ନୂଆ ଜିଏସଟି ରିଟର୍ନ ଫାଇଲିଙ୍ଗ ସିସ୍ଟମ ୧ ଜାନୁୟାରୀ ୨୦୨୦ରୁ ଆରମ୍ଭ ହେବାର ଅଛି ।