ରାତା ରାତି କ୍ଷୀର ପରି ଗୋରା ହେଇଯିବ ଚେହେରା, ଘରେ ବସି ତିଆରି କରନ୍ତୁ ଏହି ସହଜ ଫେସ୍ ପ୍ୟାକ୍

ସବୁ ମଣିଷ ଚାହାଁନ୍ତି ସେମାନେ ସୁନ୍ଦର ଦେଖାଯିବା ପାଇଁ ଓ ତାଙ୍କ ଚେହେରାରେ ଗ୍ଲୋ ରହିବା ପାଇଁ । ବହୁତ ମଣିଷ ଏଥିପାଇଁ ବହୁତ ମହଙ୍ଗା ମହଙ୍ଗା ଫେସ୍କ୍ରିମ ବ୍ୟବହାର କରନ୍ତି । ଏହି ସବୁ କସମେଟିକ୍ ଚେହେରାକୁ ଆହୁରି ଅଧିକ ଖରାପ କରିଦିଏ । ଶୀତ ଦିନରେ ଚେହେରା ଶୁଷ୍କ ହୋଇଯାଏ, ସେଥିପାଇଁ ଝିଅମାନେ ମାର୍କେଟରୁ କିଛି ଫେସ୍କ୍ରିମ ଆଣି ଲଗାନ୍ତି । କିନ୍ତୁ ଏହାର ସାଇଡ ଇଫେକ୍ଟ ଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଫେସ୍ ପ୍ୟାକ୍ ବିଷୟରେ କହିବୁ, ଯାହାକୁ ଆପଣ ଘରେ ବସି ତିଆରି କରି ପାରିବେ ।

ଫେୟାରର୍ନସ୍ ଲୋଶନ

ଦହି ଚେହେରା ପାଇଁ ବହୁତ ଭଲ ଅଟେ, କାରଣ ଏଥିରେ ଲାକ୍ଟିକ ଏସିଡ୍ ଥାଏ । ଯେତେବେଳେ ଏହାକୁ ଆପଣ ନିଜ ଚେହେରାରେ ଲଗାନ୍ତି ସେତେବେଳେ ଆପଣଙ୍କ ଚେହେରା ଗ୍ଲୋ କରିଥାଏ । ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ ଦରକାର ଅଧା ଚାମଚ ଦହି, ୩ ଚାମଚ ଓଲିଭ ଅଏଲ ଓ ଗୋଟିଏ ଚାମଚ ମହୁ । ଏହି ସବୁ ଜିନିଷକୁ ଆପଣ ଗୋଟିଏ ବାଉଲରେ ମିକ୍ସ କରି ଦିଅନ୍ତୁ ଓ ଗାଧୋଇବାର ଅଧଘଣ୍ଟା ପୂର୍ବରୁ ଲଗାନ୍ତୁ । ଏହାକୁ ଆପଣ ୭ ଦିନ ପର୍ଯ୍ୟନ୍ତ ଲଗାଇବେ । ଦେଖିବେ ଆପଣଙ୍କ ଚେହେରା ଗ୍ଲୋ କରିବାକୁ ଲାଗିବ ।

Image courtesy: Google

ମୁଲତାନି ମାଟି ର ଫେସ୍ ପ୍ୟକ୍

ମୂଲତାନୀ ମାଟି ଚେହେରା ପାଇଁ ବହୁତ ଲାଭଦାୟକ ଅଟେ । ଏହି ମାଟି କେତେକ ବିଉଟିପ୍ରଡ଼କ୍ଟରେ ମଧ୍ୟ ବ୍ୟବହାର ହୋଇଥାଏ । ଆପଣଙ୍କୁ ଏହି ଫେସ୍ ପ୍ୟାକ୍ ତିଆରି କରିବା ପାଇଁ ୪ ଚାମଚ ମୁଲତାନି ମାଟି, ୨ ଛୋଟ ଚାମଚ ବାଦାମ ଅଏଲ ଓ ୫ ଚାମଚ ଗୋଲାପ ଜଳ ଆବଶ୍ୟକ । ଏହାକୁ ଆପଣ ଏକ ବାଉଲରେ ରଖି ଭଲ ଭାବରେ ମିଶାନ୍ତୁ । ମିଶେଇବା ପରେ ଏହି ଫେସ୍ ପ୍ୟାକ୍ କୁ ଅପଣ ନିଜ ଚେହେରାରେ ଲଗାନ୍ତୁ । ୧୦ ମିନିଟ ପାଇଁ ଏହାକୁ ଛାଡି ଦିଅନ୍ତୁ । ଗାଧୋଇବା ପରେ ଆପଣ ଏହାର ଫରକ ଦେଖିପାରିବେ ।

Image courtesy: Google

ଚନ୍ଦନର ତେଲ

ଚନ୍ଦନର ତେଲ ମଧ୍ୟ ବହୁତ ପ୍ରଡ଼କ୍ଟରେ ବ୍ୟବହାର କରାଯାଏ । ଏହା ଆପଣଙ୍କ ଚେହେରାରେ ଥିବା ଦାଗକୁ ହଟାଇ ଥାଏ । ଏହା ପାଇଁ ଆପଣ ଅଧା ଚାମଚ ଚନ୍ଦନ ପାଉଡର, ୪ ଚାମଚ ବାଦାମ ଅଏଲ ଓ ଚିମୁଟାଏ ହଳଦୀ ପାଉଡରକୁ ଆଣନ୍ତୁ । ସର୍ବପ୍ରଥମେ ଆପଣ ବାଦାମ ର ତେଲକୁ ଟିକେ ଗରମ କରନ୍ତୁ, ଗରମ ହେବା ପରେ ଏଥିରେ ହଳଦୀ ଓ ଚନ୍ଦନ ପାଉଡରକୁ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଥଣ୍ଡା ହେବା ପର୍ଯ୍ୟନ୍ତ କିଛି ସମୟ ଛାଡିଦିଆନ୍ତୁ । ଥଣ୍ଡା ହେବା ପରେ ଆପଣ ଏହାକୁ ନିଜ ଚେହେରାରେ ଲଗାନ୍ତୁ । ଦେଖିବେ ଆପଣଙ୍କ ଚେହେରାରେ ଥିବା ଦାଗ ଓ ବ୍ରଣ ଗୁଡିକ ସଫା ହେଇଯିବ ଓ ଆପଣଙ୍କ ଚେହେରା ଗ୍ଲୋ କରିବ ।

Image courtesy: Google

ଏହି ଘରୋଇ ଫେସ୍ ପ୍ୟାକ୍ କୁ ବ୍ୟବହାର କରି ଦେଖନ୍ତୁ, ଆପଣଙ୍କ ଚେହେରାରେ ଫେୟାରନେସ ଓ ଗ୍ଲୋ ଆଯିବ । ଏହି ଜିନିଷ ଗୁଡିକର କୌଣସି ସାଇଡ ଇଫେକ୍ଟ ନାହିଁ । ସେଥିପାଇଁ ଆପଣଙ୍କ ଚେହେରା ପାଇଁ ଏହା ଉପଯୋଗୀ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।