ସ୍ଵାମୀ-ସ୍ତ୍ରୀ ଟାଟୁ ବିବାଦ: ନିଆଁ ଲଗେଇ ମଜା ଦେଖୁଛି ଟୁକା, ଟୁକା ସହିତ କିପରି ଥିଲା ଟାଟୁ ଗର୍ଲ ସୋନାଲିଙ୍କ ଅତୀତ, କାହିଁକି ସେ ସୋନାଲିଙ୍କ ସହ ଖେଳୁଛି ଏମିତି ଗେମ, ଦେଖନ୍ତୁ Video

କଟକର ମୋହିତ ଶର୍ମା ଓ ତାଙ୍କ ପତ୍ନୀ ସୋନାଲୀଙ୍କ ବିରୁଦ୍ଧରେ ପ୍ରଥମେ ଅଭିଯୋଗ ଆଣିବା ପରେ, ସୋନାଲି ମଧ୍ୟ ତାଙ୍କ ସ୍ଵାମୀ ମୋହିତଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ ଆଣିଥିଲେ । ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ କରିଥିଲେ ମୋହିତ ।

ଏପରିକି ସ୍ତ୍ରୀ ନିଜ ପ୍ରାଇଭେଟ ପାର୍ଟରେ ପୁରୁଷ ବନ୍ଧୁଙ୍କ ନାମରେ ‘ଟୁକା’ ଲେଖି ଟାଟୁ କରିଥିବା କଥା ମଧ୍ୟ କହିଥିଲେ ସୋନାଲିଙ୍କ ସ୍ଵାମୀ ମୋହିତ । ତେବେ ସୋନାଲିଙ୍କୁ ଏହି ସମ୍ବନ୍ଧରେ ପ୍ରଶ୍ନ କରାଯିବାରୁ ସେ କହିଥିଲେ କି ଏହି ସବୁ ତାଙ୍କ ବିବାହ ପୂର୍ବର କଥା ଓ ବିବାହ ଆଗରୁ ମଧ୍ୟ ମୋହିତ ଏହି ବିଷୟରେ ଜାଣିଥିଲେ । ତେବେ କୁଆଡେ ଗଲେ ସୋନାଲିଙ୍କ ସେହି ପୁରୁଣା ପ୍ରେମିକ ବା ଟୁକା ? ସୋନାଲିଙ୍କ ମୁତାବକ ତାଙ୍କର ଟୁକା ଆଗରୁ ମଧ୍ୟ ଖୁବ ପଜେସିଭ ଥିଲେ ଓ ଏବେ ସେ ବିବାହ କଲା ପରେ ମଧ୍ୟ ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଉ ନାହିଁ ।

ଟାଟୁ ଗାର୍ଲ ନାମରେ ଦୁର୍ନାମ ମୁଣ୍ଡାଇ ଥିବା ସୋନାଲିଙ୍କ ଜୀବନରେ ବିଷ ଘୋଳି ଦେଇଛି ଏହି ପଜେସିଭ ପ୍ରେମିକ । ସେହି ଟୁକାଙ୍କ ପାଇଁ ୨୦୨୦ ମସିହାରେ ଗୁଳିର ଶିକାର ହୋଇ ରାଜଧାନୀ ସମେତ ସାରା ରାଜ୍ୟରେ ଦୁର୍ନାମ ଅର୍ଜନ କରିଥିଲେ । ତେବେ ନିଜ କ୍ରୋଧର ଜ୍ଵାଳାକୁ ଶାନ୍ତ କରିବା ପରେ ମଧ୍ୟ ଶାନ୍ତି ପାଇ ନାହାନ୍ତି ଟୁକା । ସୋନାଲିଙ୍କ ବିବାହ ପରେ ତାଙ୍କ ହସ ଖୁସି ଜୀବନକୁ ଦେଖି ସାଇକୋ ପାଲଟି ଯାଇଥିଲା ଟୁକା ଓ  ତାଙ୍କ ସହ ବିତାଇ ଥିବା ମୂହୁର୍ତ୍ତକୁ ସୋନାଲିଙ୍କ ସ୍ଵାମୀ ମୋହିତଙ୍କ ବ୍ରେନ ୱାଶ କରିବା ପାଇଁ ଅସ୍ତ୍ର ରୂପେ ବ୍ୟବହାର କରିଥିଲା ଟୁକା ।

ଏହା ପରେ ମୋହିତ ପାଗଳ ହୋଇ ଯାଇଛନ୍ତି ଓ ଏବେ ଚାହୁଁଛନ୍ତି ସ୍ତ୍ରୀ ସୋନାଲିଙ୍କ ସହ ସମ୍ପର୍କ ତୁଟାଇବାକୁ । ଭୁବନେଶ୍ବରରେ ଫ୍ୟାଶନ ଡିଜାଇନ କରୁଥିବା ବେଳେ ପ୍ରେମିକଙ୍କ ସମ୍ମାନରେ ନିଜ ଶରୀରରେ ପ୍ରେମିକଙ୍କ ନାମ ‘ଟୁକା’ ବୋଲି ଟାଟୁ କରିଥିଲେ ସୋନାଲି । ଯାହା ଆଜି ତାଙ୍କ ଜୀବନରେ ନିଆଁ ଭରି ଦେଇଛି ।

ତେବ ସୋନାଲିଙ୍କୁ ଚରିତ୍ରର ସାର୍ଟିଫିକେଟ ଦେଉଥିବା ଏହି ଟୁକା ଏବେ କେଉଁଠି ଲୁଚି ବସିଛି ? ନା ଫେ-ସ-ବୁ-କ ଓ ଗଣମାଧ୍ୟମରେ ଉଭୟଙ୍କ କାନ୍ଦ ଦେଖି ମଜା ଲୁଟୁଛି ଟୁକା ? ଭୁଲ ତ ସମସ୍ତେ କରନ୍ତି, କିନ୍ତୁ ଅତୀତରେ କରିଥିବା ଏହି ଭୁଲକୁ ବର୍ତ୍ତମାନ ଦ୍ଵାହି ଦେଇ ସୋନାଲିଙ୍କ ଉପରେ କଣ ପ୍ରତିଶୋଧ ନେବାକୁ ଚାହୁଁଛି ଟୁକା ? ନିଜର ଉଦ୍ଧତ ଚରିତ୍ର ପାଇଁ ୨୦୨୦ ରେ ଜେଲ ଯାଇଥିଲା ଏହି ସାଇକୋ ଟୁକା ।

ତେବେ ଏହି କଥାର ପ୍ରତିଶୋଧ ଏବେ ନେଉ ଥାଇ ପାରେ ଏହି ଟୁକା । ସୋନାଲି ଓ ମୋହିତ ଭଲ ପାଇ ବାହା ହୋଇଥିଲେ କିନ୍ତୁ ଏବେ ସେମାନେ ପରସ୍ପର ଠାରୁ ବିଚ୍ଛେଦ ଚାହୁଁଛନ୍ତି । ଟୁକାଙ୍କ ଯୋଗୁଁ ମୋହିତ ଓ ସୋନାଲିଙ୍କ ମାନ ସମ୍ମାନ କ୍ଷୁର୍ଣ୍ଣ ହେଉଛି ।

ତେବେ ପ୍ରଶ୍ନ ଉଠୁଛି ବାରମ୍ବାର ଏହି ଟୁକାଙ୍କ ନାମ ସାମନାକୁ ଆସୁଥିଲେ ମଧ୍ୟ ସେ ନିଜେ କାହିଁକି ଏ ଯାଏ ସାମନାକୁ ଆସି ନାହାନ୍ତି ? ସୋନାଲିଙ୍କ ଜୀବନ ବରବାଦ କରୁଥିବା ଏହି ଟୁକାଙ୍କ ଉଦ୍ଦେଶ୍ୟ କଣ ତାହା ଜାଣିବା ନିହାତି ଆବଶ୍ୟକ ରହିଛି । ତେବେ ତଦନ୍ତ ଭୟରେ ଟୁକା ଲୁଚି ରହିଛି ନା ଅନ୍ୟ କୌଣସି ରହସ୍ୟ ଅଛି ତାହା ଜାଣିବା କାଠିକର ପାଠ ହୋଇଛି ।