Special Report: କିଏ ଏହି ଲେଡି ସିଂଘମ ? ଜଙ୍ଗଲରେ ବୁଲନ୍ତି, ହାତରେ ବନ୍ଧୁକ ଧରି କରନ୍ତି ନକ୍ସଲଙ୍କ ନିପାତ, ସୁନ୍ଦରତାରେ କୌଣସି ହିରୋଇନ ଠାରୁ କମ ନୁହଁନ୍ତି

ଜଙ୍ଗଲରେ ବୁଲି ନକ୍ସଲଙ୍କୁ ନିପାତ କରନ୍ତି ଏହି ଲେଡି ସିଙ୍ଘମ । ଫଟୋରେ ମଡେଲ ପରି ଦେଖା ଯାଉଥିବା ଏହି ଯୁବତୀ ଜଣଙ୍କୁ ଆପଣ ଜାଣିଛଣି କି ? ଇଏ ହେଉଛନ୍ତି IPS ଅଙ୍କିତା ଶର୍ମା । ହାତରେ ବନ୍ଧୁକ ଧରି ବନ ଜଙ୍ଗଲରେ ବୁଲି ଲାଲଗଡରେ ମାଓବାଦୀଙ୍କୁ ଖୋଜି ଖୋଜି ନିପାତ କରନ୍ତି ଏହି ମହିଳା IPS ଅଙ୍କିତା ଶର୍ମା ।

ମାଓ ପ୍ରବଣ ଜିଲ୍ଲା ବସ୍ତରରେ ମାଓ ଅପରେସନର ନେତୃତ୍ଵ ନେଇଛନ୍ତି ଏହି ଲେଡି ସିଙ୍ଘମ । ଯେଉଁ ଜିଲ୍ଲାକୁ ମାଓବାଦୀଙ୍କ ଗଡ ବୋଲି କୁହାଯାଏ, ସେଠାରେ ଏହି ମାଓବାଦୀଙ୍କୁ ମୂଳପୋଛ କରିବା ପାଇଁ ଏହି ଅପରେସନର ଦାୟିତ୍ଵ ନେଇଛନ୍ତି ଅଙ୍କିତା । ଏହା ପୂର୍ବରୁ ଅଙ୍କିତା ଶର୍ମା ରାଇପୁରରେ ଆଜାଦ ଚୌକ ଅଞ୍ଚଳରେ ପୋଲିସ ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ । ୨୫ ଏପ୍ରିଲ ୧୯୯୨ ମସିହାରେ ଛତିଶଗଡର ଏକ ଛୋଟିଆ ଗ୍ରାମରେ ଜନ୍ମ ହୋଇଥିଲେ ଆଇପିଏସ ଅଙ୍କିତା ଶର୍ମା ।

ଏକ ସରକାରୀ ବିଦ୍ୟାଳୟରୁ ପାଠପଢା ଆରମ୍ଭ କରିଥିଲେ ଅଙ୍କିତା । ଦୁଇ ଥର ଚେଷ୍ଟା କରି ବିଫଳ ହେବା ପରେ ୨୦୧୮ ମସିହାରେ ତୃତୀୟ ଥରରେ UPSC ପରୀକ୍ଷାରେ ସଫଳତା ହାସଲ କରିଥିଲେ ଅଙ୍କିତା ଶର୍ମା । UPSC ପରୀକ୍ଷାରେ ୨୦୩ ରାଙ୍କ ହାସଲ କରି ନିଜ ଯାତ୍ରା ଆରମ୍ଭ କରିଥିଲେ ଅଙ୍କିତା । ଏକ ସାକ୍ଷାତକାରରେ ଅଙ୍କିତା କହିଥିଲେ କି, ଛୋଟବେଳୁ IPS ହେବାକୁ ତାଙ୍କର ଇଚ୍ଛା ଥିଲା କିନ୍ତୁ ଏହି ବିଷୟରେ ତାଙ୍କର କୌଣସି ଧାରଣା ନ ଥିଲା କି ମାର୍ଗଦର୍ଶନ କରିବା ଭଳି କେହି ମଧ୍ୟ ନ ଥିଲେ ।

ଯେଉଁଥି ପାଇଁ ତାଙ୍କୁ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ନିଜ ଗ୍ରାଜୁଏସନ ଶେଷ କରିବା ପରେ MBA କରିଥିଲେ ଅଙ୍କିତା । ଏହା ପରେ UPSC ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ଅଙ୍କିତା । କିନ୍ତୁ UPSC ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହିଁ ଅଙ୍କିତଙ୍କ ବିବାହ କରି ଦିଆ ଯାଇଥିଲା । ଅଙ୍କିତାଙ୍କ ସ୍ଵାମୀ ଜେନ ଆର୍ମି ଅଫିସର ହୋଇଥିବାରୁ ସମୟ ସମୟରେ ତାଙ୍କର ଟ୍ରାନ୍ସଫର ହେଉଥିଲା ।

ତେଣୁ ଅଙ୍କିତଙ୍କୁ ମଧ୍ୟ ତାଙ୍କ ସ୍ବାମୀଙ୍କ ସହ ଯିବାକୁ ପଡୁଥିଲା । ଏହି କାରଣରୁ UPSC ପରୀକ୍ଷାରେ ଦୁଇ ଥର ବିଫଳ ହୋଇଥିଲେ ଅଙ୍କିତା । ଏବେ ଅଙ୍କିତା ତାଙ୍କ ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ସମୟ ବାହାର କରି UPSC ପାଇଂପ୍ରସ୍ତୁତ ହେଉଥିବା ଛାତ୍ର ଛାତ୍ରୀଙ୍କୁ ପଢାଉଛନ୍ତି । କାରଣ UPSC ପରୀକ୍ଷାରେ ସଫଳତା ପାଇବା ପାଇଁ ଅଙ୍କିତାଙ୍କୁ ଯେଉଁ ଭଳି ଅସୁବିଧାର ସମୁଖୀନ ହେବାକୁ ପଡିଛି, ସେହିପରି ଅସୁବିଧା ଆଉ କାହାକୁ ସାମନା କରିବାକୁ ନ ପଡୁ ବୋଲି ଚାହାଁନ୍ତି ଅଙ୍କିତା ।

ନିଜ ପରିଶ୍ରମ ବଳରେ ଏହିପରି କାର୍ଯ୍ୟ କରି ଦେଖାଇ, ଝିଅମାନେ ମଧ୍ୟ କୌଣସି କାମରେ କମ ନୁହନ୍ତି ବୋଲି ସମାଜକୁ ଏକ ଆଦର୍ଶ ଦେଖାଇବା ସହ ଝିଅ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ଏହି ନିର୍ଭୀକ ଲେଡି ସିଙ୍ଘମ ବା IPS ଅଙ୍କିତା ଶର୍ମା । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।